Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 13, Verse 17

ଅବିଭକ୍ତଂ ଚ ଭୂତେଷୁ ବିଭକ୍ତମିବ ଚ ସ୍ଥିତମ୍ ।
ଭୂତଭର୍ତୃ ଚ ତଜ୍‌ଜେ୍ଞୟଂ ଗ୍ରସିଷ୍ଣୁ ପ୍ରଭବିଷ୍ଣୁ ଚ ।।୧୭।।

ଅବିଭକ୍ତଂ - ଅବିଭକ୍ତ; ଚ -ଯଦିଓ; ଭୂତେଷୁ - ପ୍ରତ୍ୟେକ ଜୀବମଧ୍ୟରେ; ବିଭକ୍ତଂ -ବିଭକ୍ତ; ଇବ -ପ୍ରତୀତ; ଚ-ତଥାପି; ସ୍ଥିତଂ-ସ୍ଥିତ; ଭୂତ-ଭର୍ତୃ -ସମସ୍ତ ଜୀବଙ୍କର ପରିପାଳକ; ଚ-ମଧ୍ୟ; ତତ୍‌-ତାହା; ଜେ୍ଞୟଂ -ବୁଝିବାକୁ ହେବ; ଗ୍ରସିଷ୍ଣୁ -ବିଧ୍ୱଂସକ; ପ୍ରଭବିଷ୍ଣୁ - ସ୍ରଷ୍ଟା; ଚ-ଏବଂ ।

Translation

BG 13.17: ସେ ଅବିଚ୍ଛେଦ୍ୟ, କିନ୍ତୁ ପ୍ରାଣୀମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିଲା ପରି ପ୍ରତୀତ ହୁଅନ୍ତି । ସେହି ପରମ ପୁରୁଷଙ୍କୁ ସମସ୍ତଙ୍କର ପାଳକ, ବିଧ୍ୱଂସକ ଏବଂ ସ୍ରଷ୍ଟା ରୂପରେ ଜାଣ ।

Commentary

ଭଗବାନଙ୍କ ବ୍ୟକ୍ତିତ୍ୱରେ ତାଙ୍କର ଅନେକ ଶକ୍ତି ଅନ୍ତର୍ଭୁକ୍ତ । ସମସ୍ତ ପ୍ରକାଶିତ ଏବଂ ଅପ୍ରକାଶିତ ବସ୍ତୁ ତାଙ୍କ ଶକ୍ତିର ରୂପାନ୍ତର ଅଟେ । ତେଣୁ ଆମେ କହି ପାରିବା ସେ ହିଁ ସବୁକିଛି ଅଟନ୍ତି । ଏହି କ୍ରମରେ ଶ୍ରୀମଦ୍ ଭାଗବତମ୍ ଉଲ୍ଲେଖ କରେ:

ଦ୍ରବ୍ୟଂ କର୍ମ ଚ କାଳଶ୍ଚ ସ୍ୱଭାବୋ ଜୀବ ଏବ ଚ
ବାସୁଦେବାତ୍ ପରୋ ବ୍ରହ୍ମନ୍ ନ ଚାନ୍ୟୋଽର୍ଥୋଽସ୍ତି ତତ୍ତ୍ୱତଃ । (୨.୫.୧୪)

“ସୃଷ୍ଟିର ବିଭିନ୍ନ ସ୍ୱରୂପ - ସମୟ, କର୍ମ, ପ୍ରତ୍ୟେକ ପ୍ରାଣୀଙ୍କର ସ୍ୱଭାବ ଏବଂ ସୃଷ୍ଟିର ସମସ୍ତ ଭୌତିକ ଉପାଦାନ - ସବୁକିଛି ପରମେଶ୍ୱର ଶ୍ରୀକୃଷ୍ଣ ନିଜେ ହିଁ ଅଟନ୍ତି । ତାଙ୍କ ବ୍ୟତୀତ ଅନ୍ୟ କିଛିର ଅସ୍ତିତ୍ୱ ନାହିଁ ।

ସୃଷ୍ଟିର ବସ୍ତୁ ସମୁହରେ ଭଗବାନ ବିଭକ୍ତ ହୋଇଥିବା ପରି ମନେ ହୁଅନ୍ତି, କିନ୍ତୁ ସେ ନିଜେ ସବୁକିଛି ହୋଇଥିବାରୁ, ସେ ଅବିଭକ୍ତ ମଧ୍ୟ ରହନ୍ତି । ଉଦାହରଣ ସ୍ୱରୂପ, ଆକାଶ, ତାହା ଧାରଣ କରୁଥିବା ବସ୍ତୁମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିବା ପରି ମନେ ହୁଏ । ତଥାପି ସମସ୍ତ ବସ୍ତୁ ଗୋଟିଏ ସତ୍ତା ମଧ୍ୟରେ ରହିଛନ୍ତି, ଯାହାକୁ ଆକାଶ କୁହାଯାଏ, ଯାହା ସୃଷ୍ଟିର ପ୍ରାରମ୍ଭରେ ପ୍ରକଟିତ ହୋଇଥିଲା । ସେହିପରି ପୋଖରୀ ଜଳରେ ସୂର୍ଯ୍ୟ ରଶ୍ମିର ପ୍ରତିଫଳନ ବିଭକ୍ତ ହେବା ପରି ବୋଧ ହୁଏ, କିନ୍ତୁ ସୂର୍ଯ୍ୟ ଅବିଭକ୍ତ ରହିଥା’ନ୍ତି ।

ଯେପରି ସାଗର ତରଙ୍ଗ ସୃଷ୍ଟି କରି ପୁନର୍ବାର ତାକୁ ନିଜ ମଧ୍ୟରେ ସମାହିତ କରିନିଏ, ସେହିପରି ଭଗବାନ ସଂସାର ସୃଷ୍ଟି କରନ୍ତି, ତାର ପ୍ରତିପୋଷଣ କରନ୍ତି ଏବଂ ତାପରେ ନିଜ ମଧ୍ୟରେ ତାହାର ବିଲୟ କରିଦିଅନ୍ତି । ତେଣୁ ସେ ଏକଧାରାରେ ସମସ୍ତଙ୍କର ସ୍ରଷ୍ଟା, ପାଳକ ଏବଂ ବିଧ୍ୱଂସକ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!