ଜ୍ୟୋତିଷାମପି ତଜ୍ଜ୍ୟୋତିସ୍ତମସଃ ପରମୁଚ୍ୟତେ ।
ଜ୍ଞାନଂ ଜେ୍ଞୟଂ ଜ୍ଞାନଗମ୍ୟଂ ହୃଦି ସର୍ବସ୍ୟ ବିଷ୍ଠିତମ୍ ।।୧୮।।
ଜ୍ୟୋତିଷାଂ -ଜ୍ୟୋତିଷ୍କମାନଙ୍କରେ; ଅପି-ମଧ୍ୟ; ତତ୍ -ତାହା; ଜ୍ୟୋତିଃ- ଆଲୋକର ଉତ୍ସ; ତମସଃ - ଅନ୍ଧକାରର; ପରଂ-ଊର୍ଦ୍ଧ୍ୱରେ; ଉଚ୍ୟତେ - କୁହାଯାଏ; ଜ୍ଞାନଂ-ଜ୍ଞାନ; ଜେ୍ଞୟଂ -ଜ୍ଞାନର ବିଷୟ; ଜ୍ଞାନ-ଗମ୍ୟଂ -ଜ୍ଞାନର ଲକ୍ଷ୍ୟ; ହୃଦି -ହୃଦୟରେ; ସର୍ବସ୍ୟ -ସମସ୍ତଙ୍କର; ବିଷ୍ଠିତମ୍ -ନିବାସ କରନ୍ତି ।
BG 13.18: ସେ ସମସ୍ତ ଉଜ୍ଜ୍ୱଳ ବସ୍ତୁର ଆଲୋକର ଉତ୍ସ ଅଟନ୍ତି । ସେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ । ସେ ଜ୍ଞାନ, ଜ୍ଞାନର ବିଷୟ ଏବଂ ଜ୍ଞାନର ଲକ୍ଷ୍ୟ ଅଟନ୍ତି । ସେ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରନ୍ତି ।
ଜ୍ୟୋତିଷାମପି ତଜ୍ଜ୍ୟୋତିସ୍ତମସଃ ପରମୁଚ୍ୟତେ ।
ଜ୍ଞାନଂ ଜେ୍ଞୟଂ ଜ୍ଞାନଗମ୍ୟଂ ହୃଦି ସର୍ବସ୍ୟ ବିଷ୍ଠିତମ୍ ।।୧୮।।
ସେ ସମସ୍ତ ଉଜ୍ଜ୍ୱଳ ବସ୍ତୁର ଆଲୋକର ଉତ୍ସ ଅଟନ୍ତି । ସେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ । ସେ ଜ୍ଞାନ, ଜ୍ଞାନର ବିଷୟ ଏବଂ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏଠାରେ ଶ୍ରୀକୃଷ୍ଣ ବିଭିନ୍ନ ପ୍ରକାରରେ ଭଗବାନଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ସୂର୍ଯ୍ୟ, ଚନ୍ଦ୍ର, ତାରକା, ଅଗ୍ନି ଏବଂ ଅଳଙ୍କାର ଆଦି ବିଭିନ୍ନ ପ୍ରକାରର ଉଜ୍ଜ୍ୱଳ ବସ୍ତୁ ରହିଛି । କିନ୍ତୁ ଆଲୋକିତ କରିବାର ଶକ୍ତି କାହାର ମଧ୍ୟ ନାହିଁ । ଯେତେବେଳେ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତି, ସେତେବେଳେ ହିଁ ସେମାନେ କୌଣସି ବସ୍ତୁକୁ ଆଲୋକିତ କରିପାରନ୍ତି । ବେଦ କହେ:
ତମେବ ଭାନ୍ତମନୁଭାତି ସର୍ବଂ ତସ୍ୟ ଭାସା ସର୍ବମିଦଂ ବିଭାତି (କଠୋପନିଷଦ ୨.୨.୧୫)
“ଭଗବାନ ସମସ୍ତ ବସ୍ତୁକୁ ଜ୍ୟୋତିର୍ମୟ କରିଦିଅନ୍ତି । ସେ ତାଙ୍କର ଜ୍ୟୋତିରେ ସମସ୍ତ ଜ୍ୟୋତିର୍ମୟ ବସ୍ତୁକୁ ଆଲୋକ ପ୍ରଦାନ କରନ୍ତି ।
ସୂର୍ଯ୍ୟସ୍ତପତି ତେଜସେନ୍ଦ୍ରଃ (ବେଦ)
“ତାଙ୍କର ଜ୍ୟୋତି ଦ୍ୱାରା, ସୂର୍ଯ୍ୟ ଓ ଚନ୍ଦ୍ର ଜ୍ୟୋତିର୍ମୟ ହୋଇଥାନ୍ତି ।” ଭିନ୍ନ ଶବ୍ଦରେ, ସୂର୍ଯ୍ୟ ଏବଂ ଚନ୍ଦ୍ର ନିଜର ପ୍ରକାଶ ଭଗବାନଙ୍କଠାରୁ ପ୍ରାପ୍ତ କରିଥାଆନ୍ତି । ସେମାନେ ଦିନେ ତାଙ୍କର ଉଜ୍ଜ୍ୱଳତା ହରାଇ ପାରନ୍ତି, କିନ୍ତୁ ଭଗବାନ ତାହା କେବେ ବି ହରାନ୍ତି ନାହିଁ ।
ଭଗବାନଙ୍କର ତିନୋଟି ବିଶିଷ୍ଟ ନାମ ରହିଛି: ବେଦ-କୃତ୍, ବେଦ-ବିତ୍ ଏବଂ ବେଦ-ବେଦ୍ୟ । ସେ ବେଦ-କୃତ୍ ଅଟନ୍ତି ଅର୍ଥାତ୍ “ଯିଏ ବେଦକୁ ପ୍ରକଟ କରନ୍ତି ।” ସେ ବେଦ୍-ବିତ୍, ଅର୍ଥାତ୍ “ଯିଏ ବେଦକୁ ଜାଣନ୍ତି ।” ସେ ମଧ୍ୟ ବେଦବେଦ୍ୟ ଅଟନ୍ତି, ଅର୍ଥାତ୍ “ଯାହାକୁ ବେଦ ଦ୍ୱାରା ଜାଣିହେବ ।” ଏହିପରି ଭାବରେ, ପରମ ପୁୁରୁଷଙ୍କୁ ଶ୍ରୀକୃଷ୍ଣ ଜେ୍ଞୟ (ଜାଣିବା ଯୋଗ୍ୟ ବିଷୟ), ଜ୍ଞାନ-ଗମ୍ୟ (ସମସ୍ତ ଜ୍ଞାନର ଲକ୍ଷ୍ୟ) ଏବଂ ଜ୍ଞାନ (ପ୍ରକୃତ ଜ୍ଞାନ) ଭାବରେ ବର୍ଣ୍ଣନା କରିଛନ୍ତି ।