ଶ୍ରୀ ଭଗବାନ ଉବାଚ
ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ୟଭିଧୀୟତେ ।
ଏତଦ୍ଦ୍ୟୋ ବେତ୍ତି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତଦ୍ବିଦଃ ।।୨।।
ଶ୍ରୀଭଗବାନ ଉବାଚ - ଶ୍ରୀଭଗବାନ କହିଲେ; ଇଦଂ -ଏହି; ଶରୀରଂ -ଶରୀର; କୌନ୍ତେୟ - ହେ କୁନ୍ତି-ପୁତ୍ର; କ୍ଷେତ୍ରଂ -କ୍ଷେତ୍ର; ଇତି- ଏହିପରି, ଅଭିଧୀୟତେ -କୁହାଯାଏ; ଏତତ୍ -ଏହା; ଯଃ -ଯିଏ, ବେତ୍ତି -ଜାଣେ; ତଂ -ତାଙ୍କୁ; ପ୍ରାହୁଃ - କୁହାଯାଏ; କ୍ଷେତ୍ରଜ୍ଞଃ -କ୍ଷେତ୍ରର ଜ୍ଞାତା; ଇତି -ଏହିପରି; ତତ୍-ବିଦଃ - ଯିଏ ସତ୍ୟକୁ ଜାଣନ୍ତି ।
BG 13.2: ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଏହି ଶରୀରକୁ କ୍ଷେତ୍ର (କର୍ମର ସ୍ଥାନ) କୁହାଯାଏ ଏବଂ ଯିଏ ସେହି ସ୍ଥାନକୁ ଜାଣେ ତାଙ୍କୁ କ୍ଷେତ୍ରଜ୍ଞ କୁହାଯାଏ । ଏହା ଉଭୟର ସତ୍ୟତା ଉପଲବ୍ôଧ କରିଥିବା, ଜ୍ଞାନୀ ମହାପୁରୁଷମାନେ କହନ୍ତି ।
ଶ୍ରୀ ଭଗବାନ ଉବାଚ
ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ୟଭିଧୀୟତେ ।
ଏତଦ୍ଦ୍ୟୋ ବେତ୍ତି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତଦ୍ବିଦଃ ।।୨।।
ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଏହି ଶରୀରକୁ କ୍ଷେତ୍ର (କର୍ମର ସ୍ଥାନ) କୁହାଯାଏ ଏବଂ ଯିଏ ସେହି ସ୍ଥାନକୁ ଜାଣେ ତାଙ୍କୁ କ୍ଷେତ୍ରଜ୍ଞ କୁହାଯାଏ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏଠାରେ ଶ୍ରୀକୃଷ୍ଣ ଶରୀର ଏବଂ ଜୀବାତ୍ମା ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ବର୍ଣ୍ଣନା କରିବାକୁ ଆରମ୍ଭ କରିଛନ୍ତି । ଆତ୍ମା ଦିବ୍ୟ ଅଟେ ଏବଂ ସେ ଖାଇବା, ଦେଖିବା, ଆଘ୍ରାଣ କରିବା, ଆସ୍ୱାଦନ କରିବା ଅଥବା ସ୍ପର୍ଶ ଇତ୍ୟାଦି କରିପାରେ ନାହିଁ । ଏହା ପରୋକ୍ଷ ଭାବେ ଏହିସବୁ କାର୍ଯ୍ୟ ଶରୀର-ମନ-ବୁଦ୍ଧି ପ୍ରକ୍ରିୟା ମାଧ୍ୟମରେ କରିଥାଏ, ଯାହାକୁ କର୍ମକ୍ଷେତ୍ର କୁହାଯାଏ । ଆଧୁନିକ ବିଜ୍ଞାନରେ, “ଶକ୍ତିର କ୍ଷେତ୍ର” ଇତ୍ୟାଦି ଶବ୍ଦ ବ୍ୟବହୃତ ହୋଇଥାଏ । ଏକ ଚୁମ୍ବକ ଚାରିପଟେ ଚୁମ୍ବକୀୟ କ୍ଷେତ୍ର ଥାଏ, ଯାହାର ଦ୍ରୁତ ଚାଳନା ବିଜୁଳି ଉତ୍ପନ୍ନ କରିଥାଏ । ବିଜୁଳି ଶକ୍ତିର ଚାରିପଟେ ଏକ ଶକ୍ତି କ୍ଷେତ୍ର ଥାଏ । ଏଠାରେ ବ୍ୟକ୍ତିର କାର୍ଯ୍ୟ ସମୁହର ନିଧାନ ଶରୀର ଅଟେ, ତେଣୁ ଏହାକୁ କ୍ଷେତ୍ର କୁହାଯାଏ ।
ଶରୀର-ମନ-ବୁଦ୍ଧି ପ୍ରକ୍ରିୟା ଠାରୁ ଆତ୍ମା ପୃଥକ ଅଟେ, କିନ୍ତୁ ନିଜର ଦିବ୍ୟଗୁଣକୁ ଭୁଲିଯାଇ, ସେ ଏହି ସବୁ ଭୌତିକ ତତ୍ତ୍ୱ ସହିତ ତାଦାତ୍ମ୍ୟ କରିନିଏ । ତଥାପି ତା’ର ଶରୀର ସମ୍ବନ୍ଧରେ ଜ୍ଞାନ ଥିବା ଦୃଷ୍ଟିରୁ ତାହାକୁ କ୍ଷେତ୍ରଜ୍ଞ ରୂପେ ଅଭିହିତ କରାଯାଏ । ଆତ୍ମାର ଦିବ୍ୟ ଅନୁଭୂତି ସ୍ତରରେ ସ୍ଥିତ, ତଥା ନିଜକୁ ଶରୀର ଠାରୁ ପୃଥକ ଅନୁଭବ କରୁଥିବା ସିଦ୍ଧ ମହାପୁରୁଷମାନେ ଏହି ସବୁ ଶବ୍ଦାବଳୀ ପ୍ରଦାନ କରିଛନ୍ତି ।