Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 13, Verse 22

ପୁରୁଷଃ ପ୍ରକୃତିସ୍ଥୋ ହି ଭୁଙ୍‌କ୍ତେ ପ୍ରକୃତିଜାନ୍‌ଗୁଣାନ୍ ।
କାରଣଂ ଗୁଣସଙ୍ଗୋଽସ୍ୟ ସଦସଦ୍ଦ୍ୟୋନିଜନ୍ମସୁ ।।୨୨।।

ପୁରୁଷଃ - ଜୀବ; ପ୍ରକୃତିସ୍ଥଃ - ମାୟାରେ ସ୍ଥିତ ହୋଇଥିବା ଯୋଗୁଁ; ହି - ନିଶ୍ଚିତଭାବେ; ଭୂଙ୍‌କ୍ତେ-ଭୋଗ କରିବାକୁ ଇଚ୍ଛାକରେ; ପ୍ରକୃତିଜାନ୍‌-ମାୟିକ; ଗୁଣାନ୍ -ତ୍ରିଗୁଣ; କାରଣଂ- କାରଣ; ଗୁଣ-ସଙ୍ଗଃ - ତ୍ରିଗୁଣରେ ଆସକ୍ତି; ଅସ୍ୟ -ଜୀବର; ସତ୍‌-ଅସତ୍‌-ଯୋନି - ଉତ୍କୃଷ୍ଟ ଓ ନିକୃଷ୍ଟ ଜୀବ ଯୋନି; ଜନ୍ମସ୍ଥ -ଜନ୍ମର ।

Translation

BG 13.22: ଯେତେବେଳେ ପୁରୁଷ (ଜୀବ) ପ୍ରକୃତିରେ (ମାୟାରେ) ସ୍ଥିତ ହୋଇ, ତିନି ଗୁଣକୁ ଉପଭୋଗ କରିବାର କାମନା କରେ, ସେମାନଙ୍କ ଠାରେ ଆସକ୍ତି ତା’ର ଉତ୍କୃଷ୍ଟ ବା ନିକୃଷ୍ଟ ଗର୍ଭରେ ଜନ୍ମନେବାର କାରଣ ହୋଇଥାଏ ।

Commentary

ପୂର୍ବ ଶ୍ଲୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ, ସୁଖ ବା ଦୁଃଖର ଅନୁଭୂତି ପାଇଁ ପୁରୁଷ (ଆତ୍ମା) ଦାୟୀ । ସେ କିପରି ଦାୟୀ ହୁଏ, ବର୍ତ୍ତମାନ ସେ ତାହା ବର୍ଣ୍ଣନା କରୁଛନ୍ତି । ନିଜକୁ ଶରୀର ମନେ କରି, ଶାରୀରିକ ସୁଖ ଉପଭୋଗ ଜନିତ କ୍ରିୟା ଦିଗରେ ଆତ୍ମା ତାର ଶକ୍ତି ବିନିଯୋଗ କରିଥାଏ । ଯେହେତୁ ଶରୀର ମାୟା ଦ୍ୱାରା ଗଠିତ, ଏହା ସତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଯୁକ୍ତ ମାୟାଶକ୍ତିକୁ ଉପଭୋଗ କରିବାକୁ ଚାହେଁ ।

ଅହଂକାର ବଶତଃ, ଆତ୍ମା ନିଜକୁ କର୍ତ୍ତା ଏବଂ ଉପଭୋକ୍ତା ମନେକରେ । ଶରୀର, ମନ ଏବଂ ବୁଦ୍ଧି ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ଆତ୍ମା ସେଥିପାଇଁ ଦାୟୀ ରହେ । ଯେପରି ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହେଲେ ଚକ ବା ଷ୍ଟିଅରିଂକୁ ଦୋଷ ଦିଆଯାଇ ନ ଥାଏ । ବସ୍‌ର କୌଣସି ଦୁର୍ଘଟଣା ପାଇଁ ଚାଳକ ଦାୟୀ ହୋଇଥାନ୍ତି । ସେହିପରି ଇନ୍ଦ୍ରିୟ, ମନ ଓ ବୁଦ୍ଧି, ଆତ୍ମାଠାରୁ ଶକ୍ତି ପ୍ରାପ୍ତ କରିଥାନ୍ତି ଏବଂ ଆତ୍ମାର ଅଧୀନସ୍ଥ ହୋଇ କାର୍ଯ୍ୟ କରିଥାନ୍ତି । ତେଣୁ ଶରୀର କରୁଥିବା ସମସ୍ତ କାର୍ଯ୍ୟ ପାଇଁ ଆତ୍ମା କର୍ମ ସଂଚୟ କରେ । ଅସଂଖ୍ୟ ପୂର୍ବ ଜନ୍ମର ପୁଞ୍ଜିକୃତ ଏହି କର୍ମର ଭଣ୍ଡାର ଉଚ୍ଚ ବା ନୀଚ ଗର୍ଭରେ ବାରମ୍ବାର ଜନ୍ମ ନେବାର କାରଣ ହୋଇଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!