Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 13, Verse 26

ଅନ୍ୟେ ତ୍ୱେବମଜାନନ୍ତଃ ଶ୍ରୁତ୍ୱାନ୍ୟେଭ୍ୟ ଉପାସତେ ।
ତେଽପି ଚାତିତରନ୍ତ୍ୟେବ ମୃତ୍ୟୁଂ ଶ୍ରୁତିପରାୟଣାଃ ।।୨୬।।

ଅନ୍ୟେ-ଅନ୍ୟମାନେ; ତୁ-କିନ୍ତୁ; ଏବଂ-ଏହା; ଅଜାନନ୍ତଃ-ଆଧ୍ୟାତ୍ମିକ ମାର୍ଗ ବିଷୟରେ ଜାଣନ୍ତି ନାହିଁ; ଶ୍ରୁତ୍ୱା- ଶୁଣିକରି; ଅନ୍ୟେଭ୍ୟଃ -ଅନ୍ୟମାନଙ୍କ ଠାରୁ; ଉପାସତେ-ଉପାସନା କରିବାକୁ ଆରମ୍ଭ କରନ୍ତି; ତେ- ସେମାନେ; ଅପି-ମଧ୍ୟ; ଚ-ଏବଂ; ଅତିତରନ୍ତି- ଅତିକ୍ରମ କରନ୍ତି; ଏବ-ନିଶ୍ଚିତଭାବେ; ମୃତ୍ୟୁଂ- ମୃତ୍ୟୁକୁ; ଶ୍ରୁତିପରାୟଣାଃ- ସନ୍ଥମୁଖରୁ ଶ୍ରବଣ କରିବା ପ୍ରତି ଆକୃଷ୍ଟ ।

Translation

BG 13.26: ପୁଣି ଅନ୍ୟମାନେ, ଯେଉଁମାନେ ଆଧ୍ୟାତ୍ମିକ ମାର୍ଗ ବିଷୟରେ ଜାଣି ନ ଥାନ୍ତି, ସେମାନେ ଅନ୍ୟମାନଙ୍କ ଠାରୁ ଶୁଣି ଭଗବାନଙ୍କର ଉପାସନା କରିବାକୁ ଆରମ୍ଭ କରନ୍ତି । ମହାପୁରୁଷମାନଙ୍କ ମୁଖରୁ ଶୁଣି ଏହିପରି ଭକ୍ତି କରିବା ଦ୍ୱାରା ମଧ୍ୟ ସେମାନେ କ୍ରମଶଃ ଜନ୍ମ ଓ ମୃତ୍ୟୁର ସାଗରକୁ ପାର କରିଯାଆନ୍ତି ।

Commentary

ସାଧନାର ବିଧି ସମ୍ବନ୍ଧରେ ଅଜ୍ଞ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି । କିନ୍ତୁ କୌଣସି ପ୍ରକାରେ ଅନ୍ୟମାନଙ୍କ ଠାରୁ ଶୁଣି ସେମାନେ ଆଧ୍ୟାତ୍ମିକ ମାର୍ଗ ପ୍ରତି ଆକର୍ଷିତ ହୋଇଥାନ୍ତି । ବାସ୍ତବରେ, ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଏହିପରି ଘଟିଥାଏ । ଆଧ୍ୟାତ୍ମିକ ଜ୍ଞାନର କୌଣସି ଶିକ୍ଷା ସେମାନେ ପ୍ରାପ୍ତ କରି ନ ଥାନ୍ତି, କିନ୍ତୁ କୌଣସି ପ୍ରକାରେ ସେମାନେ ତାହା ବିଷୟରେ ଶୁଣିବା କିମ୍ବା ପଢ଼ିବାର ଅବସର ପାଇଥାନ୍ତି । ତାପରେ ଭଗବାନଙ୍କର  ଭକ୍ତି କରିବାରେ ସେମାନଙ୍କର ଆଗ୍ରହ ବୃଦ୍ଧି ପାଏ ଏବଂ ସେମାନେ ତାଙ୍କର ଯାତ୍ରା ଆରମ୍ଭ କରନ୍ତି ।

ବୈଦିକ ପରମ୍ପରାରେ, ମହାପୁରୁଷମାନଙ୍କ ଠାରୁ ଶୁଣିବାର ବିଧିକୁ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଏକ ଶକ୍ତିଶାଳୀ ଉପକରଣ ଭାବରେ ବହୁତ  ମହତ୍ତ୍ୱ ଦିଆଯାଇଥାଏ । ଶ୍ରୀମଦ୍ ଭାଗବତମ୍‌ରେ ପରୀକ୍ଷିତ ଶୁକଦେବଙ୍କୁ ପ୍ରଶ୍ନ କରିଥିଲେ: “ଆମ ହୃଦୟରୁ କାମ, କ୍ରୋଧ, ଲୋଭ, ଈର୍ଷା, ଘୃଣା ଆଦି ଅବାଞ୍ôଛତ ତତ୍ତ୍ୱକୁ ନିର୍ମୂଳ କରିବା କିପରି ?” ଶୁକଦେବ ଉତ୍ତର ଦେଲେ:

ଶୃଣ୍ୱତାଂ ସ୍ୱ-କଥାଃ କୃଷ୍ଣଃ ପୁଣ୍ୟ-ଶ୍ରବଣ -କୀର୍ତନଃ
ହୃଦ୍ୟନ୍ତଃ ସ୍ଥୋ ହ୍ୟଭଦ୍ରାଣି ବିଧୁନୋତି ସୁହୃତ୍ ସତାମ୍ । (ଭାଗବତମ୍ ୧.୨.୧୭)

“ପରୀକ୍ଷିତ! ଜଣେ ମହାପୁରୁଷଙ୍କ ଠାରୁ ଭଗବାନଙ୍କ ଦିବ୍ୟ ନାମ, ରୂପ, ଲୀଳା, ଗୁଣ, ଧାମ ଏବଂ ସନ୍ଥଙ୍କ ବିଷୟରେ କେବଳ ଶୁଣ । ଏହା ସ୍ୱାଭାବିକ ଭାବରେ ହୃଦୟର ଅନନ୍ତ ଜନ୍ମର ଅବାଞ୍ôଛତ ଆବିଳତାକୁ ପରିଷ୍କାର କରିଦେବ ।”

ଯେତେବେଳେ ଆମେ ଜ୍ଞାନର ଏକ ସଠିକ୍ ଉତ୍ସରୁ ଶୁଣିଥାଉ, ଆମେ ପ୍ରାମାଣିକ ଆଧ୍ୟାତ୍ମିକ ଜ୍ଞାନ ପାଇଥାଉ । ଏତଦ୍ ବ୍ୟତିତ, ଯେଉଁ ମହାପୁରୁଷଙ୍କ ଠାରୁ ଆମେ ଶୁଣିଥାଏ, ତାଙ୍କ ଭିତରେ ଥିବା ଗଭୀର ଶ୍ରଦ୍ଧା ଆମ ମଧ୍ୟରେ ପ୍ରବାହିତ ହେବାରେ ଲାଗିଯାଏ । ଆଧ୍ୟାତ୍ମିକ ସତ୍ୟ ପ୍ରତି ବିଶ୍ୱାସ ଦୃଢ କରିବା ପାଇଁ ମହାପୁରୁଷଙ୍କ ଠାରୁ ଶୁଣିବା ଏକ ସରଳତମ ଉପାୟ ଅଟେ । ପୁନଶ୍ଚ, ଆଧ୍ୟାତ୍ମିକ କର୍ମ ପ୍ରତି ସନ୍ଥଙ୍କର ଆଗ୍ରହ ମଧ୍ୟ ଆମ ଭିତରେ ସଂଚାରିତ ହୋଇଯାଏ । ଭକ୍ତିରେ ଉତ୍ସାହ ସାଧକଙ୍କୁ ଭୌତିକ ଚେତନାର ନିଷ୍କ୍ରିୟତାକୁ ଦୂର କରି ସାଧନା ମାର୍ଗର ସମସ୍ତ ପ୍ରତିବନ୍ଧକକୁ ଲଙ୍ଘନ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ଉତ୍ସାହ ଏବଂ ଶ୍ରଦ୍ଧା ଭକ୍ତି ଭବନର ଭିତ୍ତିପ୍ରସ୍ତର ସଦୃଶ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!