ଯାବତ୍ ସଂଜାୟତେ କିଞ୍ôଚତ୍ସତ୍ତ୍ୱଂ ସ୍ଥାବରଜଙ୍ଗମମ୍ ।
କ୍ଷେତ୍ରକ୍ଷେତ୍ରଜ୍ଞସଂଯୋଗାତ୍ ତଦ୍ବିଦ୍ଧି ଭରତର୍ଷଭ ।।୨୭।।
ଯାବତ୍-ଯାହାକିଛି; ସଂଜାୟତେ-ପ୍ରକଟ ହୁଏ; କିଞ୍ôଚତ୍- କିଛି; ସତ୍ତ୍ୱଂ-ସ୍ଥିତି; ସ୍ଥାବର -ଅଚଳ; ଜଙ୍ଗମମ୍ -ସଚଳ; କ୍ଷେତ୍ର- ଶରୀର; କ୍ଷେତ୍ରଜ୍ଞ-କ୍ଷେତ୍ରର ଜ୍ଞାତା; ସଂଯୋଗାତ୍-ସଂଯୋଗରୁ; ତତ୍ବିଦ୍ଧି-ତାହା ଜାଣିରଖ; ଭରତବର୍ଷଭ-ହେ ଭରତଶ୍ରେଷ୍ଠ ।
BG 13.27: ହେ ଭରତଶ୍ରେଷ୍ଠ ! ତୁମେ ସଂସାରରେ ଯାହାସବୁ ଅଚଳ ଏବଂ ସଚଳ ପ୍ରାଣୀ ଦେଖୁଛ, ସେଗୁଡ଼ିକୁ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କର ସମାହାର ରୂପରେ ଜାଣ ।
ଯାବତ୍ ସଂଜାୟତେ କିଞ୍ôଚତ୍ସତ୍ତ୍ୱଂ ସ୍ଥାବରଜଙ୍ଗମମ୍ ।
କ୍ଷେତ୍ରକ୍ଷେତ୍ରଜ୍ଞସଂଯୋଗାତ୍ ତଦ୍ବିଦ୍ଧି ଭରତର୍ଷଭ ।।୨୭।।
ହେ ଭରତଶ୍ରେଷ୍ଠ ! ତୁମେ ସଂସାରରେ ଯାହାସବୁ ଅଚଳ ଏବଂ ସଚଳ ପ୍ରାଣୀ ଦେଖୁଛ, ସେଗୁଡ଼ିକୁ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କର ସମାହାର ରୂପରେ ଜାଣ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ଯାବତ୍ କିଞ୍ôଚତ୍ ଶବ୍ଦର ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ଯେଉଁସବୁ ପ୍ରାଣୀ ଶରୀର ରହିଛି ।” ତାହା ଯେତେ ବିଶାଳ ବା କ୍ଷୁଦ୍ରାତିକ୍ଷୁଦ୍ର ହୋଇଥାଉ ନା କାହିଁକି, ସମସ୍ତଙ୍କର ଜନ୍ମ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କ ସଂଯୋଗରେ ହୋଇଥାଏ । ଅବ୍ରାହମିକ ସଂପ୍ରଦାୟ କେବଳ ମନୁଷ୍ୟଠାରେ ଆତ୍ମାର ଅବସ୍ଥିତି ସ୍ୱୀକାର କରନ୍ତି, କିନ୍ତୁ ଅନ୍ୟ ପ୍ରାଣୀଙ୍କର ମଧ୍ୟ ଆତ୍ମା ଥିବା କଥା ସ୍ୱୀକାର କରନ୍ତି ନାହିଁ । ଏହି ସିଦ୍ଧାନ୍ତ ଅନ୍ୟ ପ୍ରାଣୀଙ୍କ ପ୍ରତି ହିଂସାକୁ ସମର୍ଥନ କରିଥାଏ । କିନ୍ତୁ ବୈଦିକ ଦର୍ଶନ ଅନୁଯାୟୀ, ଯେଉଁଠି ବି ଚେତନା ଅଛି, ସେଠାରେ ନିଶ୍ଚିତ ଭାବରେ ଆତ୍ମା ଉପସ୍ଥିତ ରହିଛି । ଆତ୍ମା ବିନା ଚେତନାର ଅବସ୍ଥିତି ନାହିଁ ।
ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ସାର୍ ଜେ.ସି. ବୋଷ୍, ପରୀକ୍ଷା ଦ୍ୱାରା ପ୍ରମାଣିତ କରିଥିଲେ ଯେ ବୃକ୍ଷ, ଯେଉଁମାନେ କି ଅଚର ପ୍ରାଣୀ ଅଟନ୍ତି, ସେମାନେ ମଧ୍ୟ ସମ୍ବେଦନାକୁ ଅନୁଭବ କରି ପ୍ରତିକ୍ରିୟା ଦେଖାଇ ପାରନ୍ତି । ତାଙ୍କ ପରୀକ୍ଷା ପ୍ରମାଣିତ କରିଥିଲା ଯେ ମଧୁର ସଂଗୀତ ବୃକ୍ଷଙ୍କ ବୃଦ୍ଧିରେ ସାହାଯ୍ୟ କରେ । ଯେତେବେଳେ ଜଣେ ଶିକାରୀ ବୃକ୍ଷ ଡାଳରେ ବସିଥିବା ଏକ ପକ୍ଷୀକୁ ଗୁଳିମାରେ, ବୃକ୍ଷର ତରଙ୍ଗକୁ ଦେଖିଲେ ମନେହୁଏ ସତେ ଯେପରି ପକ୍ଷୀଟି ପାଇଁ ସେ କାନ୍ଦୁଛି । ବଗିଚାର ଯତ୍ନ ନେଉଥିବା ମାଳି ଯେତେବେଳେ ବଗିଚାରେ ପ୍ରବେଶ କରେ, ବୃକ୍ଷମାନେ ଆନନ୍ଦ ଅନୁଭବ କରନ୍ତି । ବୃକ୍ଷମାନଙ୍କର ତରଙ୍ଗରେ ପରିବର୍ତ୍ତନ ପ୍ରକାଶ କରିଥାଏ ଯେ ସେମାନେ ମଧ୍ୟ ଚେତନା ଧାରଣା କରନ୍ତି ଏବଂ ଆବେଗର ଆଭାସକୁ ଅନୁଭବ କରିପାରନ୍ତି । ଏହି ସବୁ ଅବଲୋକନ ଶ୍ରୀକୃଷ୍ଣଙ୍କ କଥନର ପୁଷ୍ଟି କରିଥାଏ ଯେ ସମସ୍ତ ପ୍ରାଣୀ ଚେତନାଯୁକ୍ତ ଅଟନ୍ତି: ସେମାନେ ଚେତନାର ଉତ୍ସ ନିତ୍ୟ ଆତ୍ମା ଏବଂ ଜଡ ମାୟିକ ଶରୀରର ସମ୍ମିଶ୍ରଣ ଅଟନ୍ତି ।