ସମଂ ପଶ୍ୟନ୍ହିି ସର୍ବତ୍ର ସମବସ୍ଥିତମୀଶ୍ୱରମ୍ ।
ନ ହିନସ୍ତ୍ୟାତ୍ମନାତ୍ମାନଂ ତତୋ ଯାତି ପରାଂ ଗତିମ୍ ।।୨୯।।
ସମଂ-ସମାନ ଭାବେ; ପଶ୍ୟନ୍- ଦେଖି; ହି-ନିଶ୍ଚିତଭାବେ; ସର୍ବତ୍ର -ସର୍ବତ୍ର; ସମବସ୍ଥିତମ୍-ସମଭାବରେ ଅବସ୍ଥିତ; ଈଶ୍ୱରମ୍-ପରମାତ୍ମା; ନ ହିନସ୍ତି-ଅଧୋଗାମୀ ହୁଏନାହିଁ; ଆତ୍ମାନଂ-ଆତ୍ମା; ତତଃ-ତତ୍ପରେ; ଯାତି-ପ୍ରାପ୍ତ କରନ୍ତି; ପରାଂ-ପରମ; ଗତିମ୍-ଗତି (ଲକ୍ଷ୍ୟସ୍ଥଳ) ।
BG 13.29: ଯେଉଁମାନେ, ଭଗବାନଙ୍କୁ ପରମାତ୍ମା ରୂପରେ ସର୍ବତ୍ର ସମାନ ଭାବରେ ବିଦ୍ୟମାନ ଥିବା ଦେଖନ୍ତି, ସେମାନେ ନିଜ ମନଦ୍ୱାରା ନିଜର ପତନ କରନ୍ତି ନାହିଁ । ତଦ୍ୱାରା ସେମାନେ ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।
ସମଂ ପଶ୍ୟନ୍ହିି ସର୍ବତ୍ର ସମବସ୍ଥିତମୀଶ୍ୱରମ୍ ।
ନ ହିନସ୍ତ୍ୟାତ୍ମନାତ୍ମାନଂ ତତୋ ଯାତି ପରାଂ ଗତିମ୍ ।।୨୯।।
ଯେଉଁମାନେ, ଭଗବାନଙ୍କୁ ପରମାତ୍ମା ରୂପରେ ସର୍ବତ୍ର ସମାନ ଭାବରେ ବିଦ୍ୟମାନ ଥିବା ଦେଖନ୍ତି, ସେମାନେ ନିଜ ମନଦ୍ୱାରା ନିଜର ପତନ କରନ୍ତି ନାହିଁ । ତଦ୍ୱାରା ସେମାନେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆନନ୍ଦ ଖୋଜିବା ମନର ସ୍ୱଭାବ ଅଟେ ଏବଂ ଭୌତିକ ପ୍ରକୃତିରୁ ଉତ୍ପନ୍ନ ହୋଇଥିବା ଯୋଗୁଁ, ଭୌତିକ ସୁଖ ପ୍ରତି ସେ ସ୍ୱତଃ ଆକୃଷ୍ଟ ହୋଇଥାଏ । ଆମେ ଯଦି ଆମ ମନର ପ୍ରବୃତ୍ତି ପଛରେ ଗୋଡ଼ାଇବା, ଭୌତିକ ଚେତନାର ଗଭୀରତମ ପ୍ରଦେଶକୁ ଆମର ପତନ ହୋଇଯିବ । ଏହି ଅଧୋଗତିକୁ ପ୍ରତିହତ କରିବାର ଉପାୟ ହେଉଛି, ବୁଦ୍ଧିଦ୍ୱାରା ମନକୁ ନିୟନ୍ତ୍ରଣ କରିବା । ସେଥିପାଇଁ ବୁଦ୍ଧିକୁ ପ୍ରକୃତ ଜ୍ଞାନ ଦ୍ୱାରା ସମୃଦ୍ଧ କରିବା ଆବଶ୍ୟକ ।
ଯେଉଁମାନେ ଭଗବାନଙ୍କୁ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସ୍ଥିତ ପରମାତ୍ମା ରୂପରେ ଦେଖିବାର ଅଭ୍ୟାସ କରିଥାନ୍ତି, ସେମାନେ ଏହି ଜ୍ଞାନରେ ସ୍ଥିତ ରହନ୍ତି । ସେମାନେ ଅନ୍ୟମାନଙ୍କ ସହିତ ସମ୍ପର୍କରୁ ବ୍ୟକ୍ତିଗତ ଲାଭ ବା ସୁଖ ଖୋଜନ୍ତି ନାହିଁ । ଅନ୍ୟମାନେ ତାଙ୍କ ପ୍ରତି କରିଥିବା ଉପକାର ପାଇଁ ସେମାନେ ତାଙ୍କଠାରେ ଆସକ୍ତ ହୁଅନ୍ତି ନାହିଁ କିମ୍ବା ଅନ୍ୟମାନେ ତାଙ୍କ ପ୍ରତି କରିଥିବା କ୍ଷତି ପାଇଁ ସେମାନେ ତାଙ୍କୁ ଘୃଣା କରନ୍ତି ନାହିଁ । ବରଂ, ସମସ୍ତଙ୍କୁ ଭଗବାନଙ୍କର ଅଂଶ ମନେ କରି, ସେମାନେ ସମସ୍ତଙ୍କ ପ୍ରତି ସମ୍ମାନ ଓ ସେବା ଭାବର ଏକ ସୁସ୍ଥ ମନୋଭାବ ପୋଷଣ କରନ୍ତି । ସମସ୍ତଙ୍କ ଠାରେ ଭଗବାନଙ୍କ ଉପସ୍ଥିତି ଅନୁଭବ କରିବା ଯୋଗୁଁ ସେମାନେ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିବା, ଠକିବା କିମ୍ବା ଅପମାନିତ କରିବା ଠାରୁ କ୍ଷାନ୍ତ ରହନ୍ତି । ତା’ ସହିତ, ଜାତୀୟତା, ଧର୍ମ, ଜାତି, ଲିଙ୍ଗ, ପଦବୀ ଏବଂ ବର୍ଣ୍ଣ ଇତ୍ୟାଦି ମନୁଷ୍ୟକୃତ ପ୍ରଭେଦ ତାଙ୍କ ପାଇଁ ଅର୍ଥହୀନ ହୋଇଥାଏ । ଅତଏବ, ଭଗବାନଙ୍କୁ ସବୁ ପ୍ରାଣୀଙ୍କଠାରେ ଦେଖି ସେମାନେ ତାଙ୍କ ମନକୁ ଉଚ୍ଚସ୍ଥିତିକୁ ନେଇଯାନ୍ତି ଏବଂ ଶେଷରେ ଚରମ ଲକ୍ଷ୍ୟକୁ ପ୍ରାପ୍ତ କରନ୍ତି ।