କ୍ଷେତ୍ରଜ୍ଞଂ ଚାପି ମାଂ ବିଦ୍ଧି ସର୍ବକ୍ଷେତ୍ରେଷୁ ଭାରତ ।
କ୍ଷେତ୍ରକ୍ଷେତ୍ରଜ୍ଞୟୋର୍ଜ୍ଞାନଂ ଯତ୍ତଜ୍ଜ୍ଞାନଂ ମତଂ ମମ ।।୩।।
କ୍ଷେତ୍ରଜ୍ଞଂ -କ୍ଷେତ୍ରର ଜ୍ଞାତା; ଚ-ମଧ୍ୟ; ଅପି -କେବଳ; ମାଂ -ମୋତେ; ବିଦ୍ଧି -ଜାଣ; ସର୍ବ-ସମସ୍ତ; କ୍ଷେତ୍ରେଷୁ -ପ୍ରତ୍ୟେକ କ୍ଷେତ୍ରରେ; ଭାରତ-ହେ ଭରତ ବଂଶଜ; କ୍ଷେତ୍ର-କର୍ମକ୍ଷେତ୍ର, (ଏ ଶରୀର); କ୍ଷେତ୍ରଜ୍ଞୟୋଃ -କ୍ଷେତ୍ରଜ୍ଞ ମଧ୍ୟରେ; ଜ୍ଞାନଂ -ଜ୍ଞାନ; ଯତ୍ -ଯାହା; ତତ୍-ତାହା; ଜ୍ଞାନଂ -ଜ୍ଞାନ; ମତଂ -ମତ; ମମ- ମୋର ।
BG 13.3: ହେ ଭରତ ବଂଶଜ! ମୁଁ ପ୍ରତ୍ୟେକ କର୍ମ କ୍ଷେତ୍ରର ଜ୍ଞାତା ଅଟେ । ମୋ ମତରେ ଶରୀରକୁ କର୍ମର କ୍ଷେତ୍ର ତଥା ଆତ୍ମା ଏବଂ ଭଗବାନଙ୍କୁ ଏହି କ୍ଷେତ୍ରର ଜ୍ଞାତା ଭାବରେ ଜାଣିବା, ବାସ୍ତବିକ ଜ୍ଞାନ ଅଟେ ।
କ୍ଷେତ୍ରଜ୍ଞଂ ଚାପି ମାଂ ବିଦ୍ଧି ସର୍ବକ୍ଷେତ୍ରେଷୁ ଭାରତ ।
କ୍ଷେତ୍ରକ୍ଷେତ୍ରଜ୍ଞୟୋର୍ଜ୍ଞାନଂ ଯତ୍ତଜ୍ଜ୍ଞାନଂ ମତଂ ମମ ।।୩।।
ହେ ଭରତ ବଂଶଜ! ମୁଁ ପ୍ରତ୍ୟେକ କର୍ମ କ୍ଷେତ୍ରର ଜ୍ଞାତା ଅଟେ । ମୋ ମତରେ ଶରୀରକୁ କର୍ମର କ୍ଷେତ୍ର ତଥା ଆତ୍ମା ଏବଂ ଭଗବାନଙ୍କୁ ଏହି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆତ୍ମା କେବଳ ତା’ ନିଜ ଶରୀର କ୍ଷେତ୍ରର ଜ୍ଞାତା । ଏହି ସୀମିତ ବିଷୟରେ ମଧ୍ୟ ଆମାôର ଜ୍ଞାନ ଅସଂମ୍ପୂର୍ଣ୍ଣ ଅଟେ । ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ପରମାତ୍ମା ରୂପରେ ଭଗବାନ ନିବାସ କରୁଛନ୍ତି ଏବଂ ସେ ସମସ୍ତ ଆତ୍ମାଙ୍କର କ୍ଷେତ୍ରକୁ ଜାଣନ୍ତି । ପୁନଶ୍ଚ, ପ୍ରତି କ୍ଷେତ୍ର ସମ୍ବନ୍ଧରେ ଭଗବାନଙ୍କର ଜ୍ଞାନ ନିର୍ଭୁଲ ଏବଂ ପରିପୂର୍ଣ୍ଣ ଅଟେ । ଶ୍ରୀକୃଷ୍ଣ ଏହି ସବୁ ପାର୍ଥକ୍ୟ ଦର୍ଶାଇ ଭୌତିକ ଶରୀର, ଆତ୍ମା ଏବଂ ପରମାତ୍ମା ମଧ୍ୟରେ ପାରସ୍ପରିକ ସମ୍ପର୍କ ଏବଂ ସେମାନଙ୍କର ସ୍ଥିତି ନିରୂପଣ କରିଛନ୍ତି ।
ଏହି ଶ୍ଲୋକର ଦ୍ୱିତୀୟ ଭାଗରେ, ସେ ଜ୍ଞାନର ପରିଭାଷା ଦେଇଛନ୍ତି । “ଆତ୍ମା, ପରମାତ୍ମା, ଶରୀର ଏବଂ ଏମାନଙ୍କ ମଧ୍ୟରେ ପ୍ରଭେଦ ଜାଣିବା ପ୍ରକୃତ ଜ୍ଞାନ ଅଟେ ।” ଏହି ପରିପ୍ରେକ୍ଷୀରେ, ପି.ଏଚ୍ଡ଼ି.,ଡ଼ିଲିଟ୍ ଉପାଧି ଯୁକ୍ତ ବ୍ୟକ୍ତିମାନେ ନିଜକୁ ବିଦ୍ୱାନ ମନେ କରିପାରନ୍ତି । କିନ୍ତୁ ଶରୀର, ଆତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଜାଣି ନ ଥିବାରୁ ଶ୍ରୀକୃଷ୍ଣଙ୍କ ପରିଭାଷା ଅନୁସାରେ ସେମାନେ ପ୍ରକୃତ ଜ୍ଞାନୀ ନୁହନ୍ତି ।