ଯଦା ଭୂତପୃଥଗ୍ଭାବମେକସ୍ଥମନୁପଶ୍ୟତି ।
ତତ ଏବ ଚ ବିସ୍ତାରଂ ବ୍ରହ୍ମ ସମ୍ପଦ୍ୟତେ ତଦା ।।୩୧।।
ଯଦା-ଯେତେବେଳେ; ଭୂତ-ଜୀବ; ପୃଥକ୍ ଭାବମ୍-ବିଭିନ୍ନ ପ୍ରକାରର; ଏକସ୍ଥମ୍-ଏକ ସ୍ଥାନରେ ଅବସ୍ଥିତ; ଅନୁପଶ୍ୟତି-ଦେଖେ; ତତଃ -ତାପରେ; ଏବ -ବାସ୍ତବରେ ଚ-ଏବଂ; ବିସ୍ତାରଂ -ବିସ୍ତୃତି; ବ୍ରହ୍ମ-ବ୍ରହ୍ମ; ସଂପଦ୍ୟତେ-ପ୍ରାପ୍ତ ହୁଏ; ତଦା-ସେତେବେଳେ ।
BG 13.31: ଯେତେବେଳେ ସେମାନେ ଦେଖିପାରନ୍ତି ଯେ, ଭିନ୍ନ ଭିନ୍ନ ପ୍ରକାରର ଜୀବ ଗୋଟିଏ ଭୌତିକ ପ୍ରକୃତିରେ ସ୍ଥିତ ଅଛନ୍ତି ଏବଂ ହୃଦୟଙ୍ଗମ କରନ୍ତି ଯେ ସମସ୍ତେ ସେଥିରୁ ଜନ୍ମ ନେଇଛନ୍ତି, ସେମାନେ ବ୍ରହ୍ମଙ୍କର ଅନୁଭୂତି ଲାଭ କରନ୍ତି ।
ଯଦା ଭୂତପୃଥଗ୍ଭାବମେକସ୍ଥମନୁପଶ୍ୟତି ।
ତତ ଏବ ଚ ବିସ୍ତାରଂ ବ୍ରହ୍ମ ସମ୍ପଦ୍ୟତେ ତଦା ।।୩୧।।
ଯେତେବେଳେ ସେମାନେ ଦେଖିପାରନ୍ତି ଯେ, ଭିନ୍ନ ଭିନ୍ନ ପ୍ରକାରର ଜୀବ ଗୋଟିଏ ଭୌତିକ ପ୍ରକୃତିରେ ସ୍ଥିତ ଅଛନ୍ତି ଏବଂ ହୃଦୟଙ୍ଗମ କରନ୍ତି ଯେ ସମସ୍ତେ ସେଥିରୁ ଜନ୍ମ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସମୁଦ୍ର ନିଜକୁ ତରଙ୍ଗ, ଫେଣ, ଜୁଆର, ଲହରୀ ଇତ୍ୟାଦିରେ ରୂପାନ୍ତରିତ କରିଥାଏ । ଯଦି ଜଣେ ବ୍ୟକ୍ତିକୁ ଏହି ସବୁକୁ ପୃଥକ୍ ପୃଥକ୍ ଭାବେ ପ୍ରଥମ ଥର ପାଇଁ ଦେଖାଇ ଦିଆଯାଏ, ତା’ହେଲେ ସେ ଏପରି ଭାବିପାରନ୍ତି ଯେ ସେମାନେ ସମସ୍ତ ଅଲଗା ଅଟନ୍ତି । କିନ୍ତୁ ଯାହାର ସମୁଦ୍ର ବିଷୟରେ ଜ୍ଞାନ ଅଛି, ସେ ଏହି ପାର୍ଥକ୍ୟରେ ନିହିତ ଥିବା ଏକତ୍ୱକୁ ଦେଖିପାରେ । ସେହିପରି, କ୍ଷୁଦ୍ରତମ ଏମିବା ଠାରୁ ଆରମ୍ଭ କରି ଶକ୍ତିଶାଳୀ ସ୍ୱର୍ଗର ଦେବତାମାନଙ୍କ ପର୍ଯ୍ୟନ୍ତ ଅସଂଖ୍ୟ ପ୍ରକାରର ଶରୀର ରହିଛି । ସେମାନେ ସମସ୍ତେ ଗୋଟିଏ ସତ୍ୟ ଉପରେ ଆଧାରିତ -ଆତ୍ମା, ଯାହା ଭୌତିକ ଶକ୍ତିରୁ ଗଠିତ ଶରୀରରେ ସ୍ଥିତ, ଭଗବାନଙ୍କର ଏକ ଅଂଶ ଅଟେ । ଭିନ୍ନ ଭିନ୍ନ ରୂପ ମଧ୍ୟରେ ପାର୍ଥକ୍ୟ ଆତ୍ମା ଦ୍ୱାରା ସୃଷ୍ଟି ହୋଇ ନ ଥାଏ, ବରଂ ଭୌତିକ ଶକ୍ତି ଦ୍ୱାରା ଗଠିତ ବିଭିନ୍ନ ଶରୀରର ଆକୃତି ଦ୍ୱାରା ହୋଇଥାଏ । ଜନ୍ମ ସମୟରେ ସମସ୍ତ ପ୍ରାଣୀଙ୍କର ଶରୀର ଭୌତିକ ଶକ୍ତିରୁ ସୃଷ୍ଟି ହୋଇଥାଏ ଏବଂ ମୃତ୍ୟୁ ସମୟରେ ଶରୀର ପୁଣି ସେଥିରେ ମିଶିଯାଏ । ଯେତେବେଳେ ଆମେ ଦେଖୁ ଯେ, ଭିନ୍ନ ଭିନ୍ନ ପ୍ରାଣୀଙ୍କର ସେହି ଗୋଟିଏ ମାୟା ଶକ୍ତିର ଉପଜ ଅଟେ, ଆମେ ବିବିଧତାରେ ଏକତାକୁ ହୃଦୟଙ୍ଗମ କରିପାରୁ ଏବଂ ଯେହେତୁ ଭୌତିକ ଶକ୍ତି ଭଗବାନଙ୍କର ଏକ ଶକ୍ତି ଅଟେ, ଆମେ ସୃଷ୍ଟିରେ ସର୍ବତ୍ର ସେହି ଗୋଟିଏ ଦିବ୍ୟ ଶକ୍ତି ବ୍ୟାପ୍ତ ଥିବା ଦେଖିପାରୁ । ଏହା ଆମକୁ ବ୍ରହ୍ମ ଅନୁଭୂତି କରାଇଥାଏ ।