ଯଥା ସର୍ବଗତଂ ସୌକ୍ଷ୍ମ୍ୟାଦାକାଶଂ ନୋପଲିପ୍ୟତେ ।
ସର୍ବତ୍ରାବସ୍ଥିତୋ ଦେହେ ତଥାତ୍ମା ନୋପଲିପ୍ୟତେ ।।୩୩।।
ଯଥା-ଯେପରି; ସର୍ବଗତଂ- ସର୍ବବ୍ୟାପକ; ସୌକ୍ଷ୍ମ୍ୟାତ୍-ସୂକ୍ଷ୍ମ ହୋଇଥିବା ଯୋଗୁଁ; ଆକାଶଂ-ଆକାଶ; ନ ଉପଲିପ୍ୟତେ-ଦୂଷିତ ହୁଏ ନାହିଁ; ସର୍ବତ୍ର-ସର୍ବତ୍ର; ଅବସ୍ଥିତଃ-ଅବସ୍ଥିତ; ଦେହେ-ଶରୀରରେ; ତଥା-ସେହିପରି; ଆତ୍ମା-ଆତ୍ମା; ନ ଉପଲିପ୍ୟତେ-ଦୂଷିତ ହୁଏନାହିଁ ।
BG 13.33: ଆକାଶ ନିଜ ମଧ୍ୟରେ ସବୁକିଛି ଧାରଣ କରିଥାଏ, କିନ୍ତୁ ସୂକ୍ଷ୍ମ ହୋଇଥିବା ଯୋଗୁଁ, ଧାରଣ କରିଥିବା ବସ୍ତୁଗୁଡ଼ିକ ଦ୍ୱାରା ତାହା କଳୁଷିତ ହୁଏ ନାହିଁ । ସେହିପରି ଯଦିଓ ଶରୀରରେ ଚୈତନ୍ୟତା ବ୍ୟାପ୍ତ ଥାଏ, ଆତ୍ମା ଶରୀରର ସ୍ୱଭାବ ଦ୍ୱାରା ପ୍ରଭାବିତ ହୁଏ ନାହିଁ ।
ଯଥା ସର୍ବଗତଂ ସୌକ୍ଷ୍ମ୍ୟାଦାକାଶଂ ନୋପଲିପ୍ୟତେ ।
ସର୍ବତ୍ରାବସ୍ଥିତୋ ଦେହେ ତଥାତ୍ମା ନୋପଲିପ୍ୟତେ ।।୩୩।।
ଆକାଶ ନିଜ ମଧ୍ୟରେ ସବୁକିଛି ଧାରଣ କରିଥାଏ, କିନ୍ତୁ ସୂକ୍ଷ୍ମ ହୋଇଥିବା ଯୋଗୁଁ, ଧାରଣ କରିଥିବା ବସ୍ତୁଗୁଡ଼ିକ ଦ୍ୱାରା ତାହା କଳୁଷିତ ହୁଏ ନାହିଁ । ସେହିପରି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅହଂକାର ବଶତଃ ଆତ୍ମା ଶରୀର ସହିତ ତାଦାତ୍ମ୍ୟ କରି ନିଦ୍ରା, ଜାଗ୍ରତ, କ୍ଲାନ୍ତି, ପ୍ରଫୁଲ୍ଲତା ଇତ୍ୟାଦି ଅନୁଭବ କରିଥାଏ । କେହି କେହି ପ୍ରଶ୍ନ କରି ପାରନ୍ତି, ଆତ୍ମା ଯେଉଁ ଶରୀରରେ ଥାଏ, ତା’ର ପରିବର୍ତ୍ତନ ଦ୍ୱାରା ସେ ଦୂଷିତ ହେବନାହିଁ କାହିଁକି? ଶ୍ରୀକୃଷ୍ଣ ଏହାକୁ ଆକାଶର ଉଦାହରଣ ଦ୍ୱାରା ବୁଝାଉଛନ୍ତି । ଆକାଶ ସବୁକିଛି ଧାରଣ କରିଥାଏ, କିନ୍ତୁ ସେ ସୂକ୍ଷ୍ମ ହୋଇଥିବା ଯୋଗୁଁ ଧାରଣ କରିଥିବା ସ୍ଥୂଳବସ୍ତୁ ଦ୍ୱାରା ତାହା ପ୍ରଭାବିତ ହୋଇ ନ ଥାଏ । ସେହିପରି ଆତ୍ମା ନିଜକୁ ଶରୀର ମନେ କରୁଥିଲେ ସୁଦ୍ଧା, ସେ ତାର ଦିବ୍ୟତା ବଜାୟ ରଖେ ।