ତତ୍ କ୍ଷେତ୍ରଂ ଯଚ୍ଚ ଯାଦୃକ୍ଚ ଯଦ୍ବିକାରି ଯତଶ୍ଚ ଯତ୍ ।
ସ ଚ ଯୋ ଯତ୍ପ୍ରଭାବଶ୍ଚ ତତ୍ସମାସେନ ମେ ଶୃଣୁ ।।୪।।
ତତ୍ - ତାହା; କ୍ଷେତ୍ରଂ -କ୍ଷେତ୍ର (କର୍ମକ୍ଷେତ୍ର); ଯତ୍ -ଯାହା, ଚ -ଏବଂ; ଯାଦୃକ୍ -ଏହାର ସ୍ୱଭାବ; ଚ-ଏବଂ; ଯତ୍-ବିକାରି -ଏଥିରେ କିପରି ପରିବର୍ତ୍ତନ ହୁଏ; ଯତଃ -କେଉଁଠାରୁ; ଚ-ମଧ୍ୟ;ଯତ୍ -କ’ଣ;ସ- ସେ;ଚ- ମଧ୍ୟ; ଯଃ -କିଏ; ଯତ୍-ପ୍ରଭାବଃ -ତାଙ୍କର ଶକ୍ତି କ’ଣ;ଚ -ଏବଂ; ତତ୍-ତାହା; ସମାସେନ- ସାରାଂଶ ଭାବରେ; ମେ-ମୋ’ଠାରୁ; ଶୃଣୁ -ବୁଝ ।
BG 13.4: ସାବଧାନ ହୋଇ ଶୁଣ, ସେହି କ୍ଷେତ୍ର କ’ଣ ଏବଂ ତାର ସ୍ୱଭାବ କ’ଣ, ସେ ବିଷୟରେ ମୁଁ ତୁମକୁ କହିବାକୁ ଯାଉଛି । ଏହା ମଧ୍ୟରେ ପରିବର୍ତ୍ତନ କିପରି ହୁଏ, ଏହାର ଉତ୍ପତ୍ତି କେଉଁଠୁ ହୋଇଛି, କର୍ମ କ୍ଷେତ୍ରର ଜ୍ଞାତା କିଏ ଏବଂ ତାଙ୍କର ଶକ୍ତି ସବୁ କ’ଣ - ମୁଁ ଏହି ସବୁ ବିଷୟରେ ମଧ୍ୟ ବର୍ଣ୍ଣନା କରିବି ।
ତତ୍ କ୍ଷେତ୍ରଂ ଯଚ୍ଚ ଯାଦୃକ୍ଚ ଯଦ୍ବିକାରି ଯତଶ୍ଚ ଯତ୍ ।
ସ ଚ ଯୋ ଯତ୍ପ୍ରଭାବଶ୍ଚ ତତ୍ସମାସେନ ମେ ଶୃଣୁ ।।୪।।
ସାବଧାନ ହୋଇ ଶୁଣ, ସେହି କ୍ଷେତ୍ର କ’ଣ ଏବଂ ତାର ସ୍ୱଭାବ କ’ଣ, ସେ ବିଷୟରେ ମୁଁ ତୁମକୁ କହିବାକୁ ଯାଉଛି । ଏହା ମଧ୍ୟରେ ପରିବର୍ତ୍ତନ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ବର୍ତ୍ତମାନ ଶ୍ରୀକୃଷ୍ଣ ନିଜେ ଅନେକ ପ୍ରଶ୍ନ ଉପସ୍ଥାପନ କରିଛନ୍ତି ଏବଂ ଅର୍ଜୁନଙ୍କୁ ସବାଧାନତା ପୂର୍ବକ ଏହାର ଉତ୍ତର ଶୁଣିବାକୁ କହୁଛନ୍ତି ।