Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 1

ଶ୍ରୀଭଗବାନୁବାଚ
ପରଂ ଭୂୟଃ ପ୍ରବକ୍ଷ୍ୟାମି ଜ୍ଞାନାନାଂ ଜ୍ଞାନମୁତ୍ତମମ୍ ।
ଯଜ୍‌ଜ୍ଞାତ୍ୱା ମୁନୟଃ ସର୍ବେ ପରାଂ ସିଦ୍ଧିମିତୋ ଗତାଃ ।।୧।।

ଶ୍ରୀଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ପରଂ- ପରମ; ଭୂୟଃ-ପୁନର୍ବାର; ପ୍ରବକ୍ଷ୍ୟାମି- ମୁଁ ବିସ୍ତାର ଭାବରେ କହିବି; ଜ୍ଞାନାନାଂ-ସମସ୍ତ ଜ୍ଞାନ ମଧ୍ୟରେ; ଜ୍ଞାନଂ-ଜ୍ଞାନ; ଉତ୍ତମମ୍‌-ସର୍ବୋତ୍ତମ; ଯତ୍‌-ଯାହା; ଜ୍ଞାତ୍ୱା- ଜାଣି; ମୁନୟଃ-ମୁନିବୃନ୍ଦ; ସର୍ବେ- ସମସ୍ତ; ପରାଂ-ପରମ; ସିଦ୍ଧିଂ-ସିଦ୍ଧି; ଇତଃ-ଏହା ମଧ୍ୟରେ; ଗତାଃ-ପ୍ରାପ୍ତ ହୋଇଛନ୍ତି ।

Translation

BG 14.1: ଶ୍ରୀ ଭଗବାନ କହିଲେ: ସେହି ସର୍ବୋଚ୍ଚ ଜ୍ଞାନ, ଯାହା ସମସ୍ତ ଜ୍ଞାନ ମଧ୍ୟରେ ସର୍ବୋତ୍ତମ ଅଟେ ଏବଂ ଯାହାକୁ ଜାଣି ମହାନ୍ ଋଷିଗଣ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରିଛନ୍ତି, ମୁଁ ପୁନର୍ବାର ତୁମକୁ ତାହା ବିଷୟରେ କହିବି ।

Commentary

ପୂର୍ବ ଅଧ୍ୟାୟରେ, ଶ୍ରୀକୃଷ୍ଣ ବର୍ଣ୍ଣନା କରିଥିଲେ ଯେ ସମସ୍ତ ଜୀବ ଆତ୍ମା ଓ ପ୍ରକୃତିର ମିଶ୍ରଣ ଅଟନ୍ତି । ସେ ଏକଥା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ ପୁରୁଷ (ଆତ୍ମା)ର କର୍ମକ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ପ୍ରକୃତି (ଭୌତିକ ଗୁଣ) ଦାୟୀ ଅଟେ । ସେ ପୁଣି କହିଛନ୍ତି ଯେ ଏହା ସ୍ୱତଃ ହୋଇ ନ ଥାଏ, ଭଗବାନଙ୍କ ନିର୍ଦ୍ଦେଶନରେ ହୋଇଥାଏ, ଯିଏ ସମସ୍ତ ପ୍ରାଣୀଙ୍କ ଶରୀର ମଧ୍ୟରେ ନିବାସ କରିଥାଆନ୍ତି । ଏହି ଅଧ୍ୟାୟରେ ସେ ପ୍ରକୃତିର ତିନିଗୁଣ ବିଷୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରିଛନ୍ତି । ଏହି ଜ୍ଞାନ ଲାଭ କରି ଏବଂ ଏହାକୁ ଅନୁଭବାତ୍ମକ ଜ୍ଞାନ ରୂପରେ ଆମ ଚେତନାରେ ଧାରଣ କରି, ଆମେ ଉଚ୍ଚତମ ସିଦ୍ଧି ହାସଲ କରିପାରିବା ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!