Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 10

ରଜସ୍ତମଶ୍ଚାଭିଭୂୟ ସତ୍ତ୍ୱଂ ଭବତି ଭାରତ ।
ରଜଃ ସତ୍ତ୍ୱଂ ତମଶ୍ଚୈବ ତମଃ ସତ୍ତ୍ୱଂ ରଜସ୍ତଥା ।।୧୦।।

ରଜଃ-ରଜୋଗୁଣ; ତମଃ-ତମୋଗୁଣ; ଚ-ଏବଂ; ଅଭିଭୂୟ-ପ୍ରାଧାନ୍ୟ ବିସ୍ତାର କରେ; ସତ୍ତ୍ୱଂ-ସତ୍ତ୍ୱଗୁଣ; ଭବତି- ହୁଏ; ଭାରତ- ହେ ଭରତ ବଂଶଜ!; ରଜଃ-ରଜୋଗୁଣ; ସତ୍ତ୍ୱଂ-ସତ୍ତ୍ୱଗୁଣ; ତମଃ-ତମୋଗୁଣ; ଚ-ଏବଂ; ଏବ-ସେହିପରି; ତମଃ-ତମୋଗୁଣ; ସତ୍ତ୍ୱଂ-ସତ୍ତ୍ୱଗୁଣ; ରଜଃ-ରଜୋଗୁଣ; ତଥା- ମଧ୍ୟ ।

Translation

BG 14.10: ହେ ଭରତଶ୍ରେଷ୍ଠ! ବେଳେବେଳେ ସତ୍ତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଉପରେ ପ୍ରାଧାନ୍ୟ ବିସ୍ତାର କରେ । ବେଳେବେଳେ ରଜୋଗୁଣ, ସତ୍ତ୍ୱଗୁଣ ଓ ତମୋଗୁଣ ଉପରେ ରାଜତ୍ୱ କରେ, ଏବଂ ଅନ୍ୟ ସମୟରେ ତମୋଗୁଣ, ସତ୍ତ୍ୱଗୁଣ ଓ ରଜୋଗୁଣକୁ ଅତିକ୍ରମ କରିଯାଏ ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି, କିପରି ଜଣଙ୍କର ମନୋଭାବ ତିନି ଗୁଣରେ ଦୋଳାୟମାନ ହେଉଥାଏ । ଏହି ଗୁଣ ଗୁଡ଼ିକ ମାୟିକ ଶକ୍ତିର ଗୁଣ ଅଟନ୍ତି ଏବଂ ଆମ ମନ ମଧ୍ୟ ସେହି ଶକ୍ତିରୁ ଜାତ । ତେଣୁ ତିନୋଟିଯାକ ଗୁଣ ଆମ ମନ ମଧ୍ୟରେ ଅଛି । ଏହାର ତୁଳନା ତିନି ଜଣ ମଲ୍ଲଯୋଦ୍ଧାଙ୍କ ମଧ୍ୟରେ ପ୍ରତିଯୋଗିତା ଭାବରେ କରାଯାଇପାରିବ । ଜଣେ ଅନ୍ୟଜଣକୁ ତଳେ କଚାଡ଼ି ଦେଉଛନ୍ତି, ତେଣୁ କେତେବେଳେ ପ୍ରଥମଟି ଉପରେ ତ କେତେବେଳେ ଦ୍ୱିତୀୟଟି ତ କେତେବେଳେ ତୃତୀୟଟି ଉପରେ ରହୁଛି । ସେହିପରି, ତିନିଗୁଣ ମନୁଷ୍ୟର ସ୍ୱଭାବ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଥାଆନ୍ତି ଏବଂ ମନୁଷ୍ୟର ସ୍ୱଭାବ ସେହି ତିନିଗୁଣ ମଧ୍ୟରେ ଦୋଳାୟମାନ ହେଉଥାଏ । ବାହ୍ୟ ପରିବେଶ, ଭିତରର ଅଭିପ୍ରାୟ ଏବଂ ପୂର୍ବଜନ୍ମର ସଂସ୍କାର ଅନୁସାରେ, ଗୋଟିଏ ସମୟରେ କୌଣସି ଗୋଟିଏ ଗୁଣର ପ୍ରାଧାନ୍ୟତା ପ୍ରକାଶ  ପାଇଥାଏ । ଏହାର ପ୍ରଭାବ କେତେ ସମୟ ରହିବ, ତା’ର କୌଣସି ନିୟମ ନାହିଁ - ତାହା କ୍ଷଣିକ ହୋଇପାରେ ଅଥବା ଦୀର୍ଘକାଳୀନ ହୋଇପାରେ ।

ଯଦି ସତ୍ତ୍ୱଗୁଣ ପ୍ରାଧାନ୍ୟ ବିସ୍ତାର କରେ, ବ୍ୟକ୍ତି ଶାନ୍ତ, ତୃପ୍ତ, ଉଦାର, ଦୟାଳୁ, ସାହାଯ୍ୟକାରୀ, ପ୍ରଶାନ୍ତ ଏବଂ ସ୍ଥିର ହୋଇଥାଏ । ଯେତେବେଳେ ରଜୋଗୁଣ ପ୍ରମୁଖ ହୁଏ, ବ୍ୟକ୍ତି ଆସକ୍ତ, ଉତ୍‌କ୍ଷିପ୍ତ, ଉଚ୍ଚକାଂକ୍ଷୀ, ଅନ୍ୟର ସଫଳତାରେ ଈର୍ଷାନ୍ୱିତ ଏବଂ ଇନ୍ଦ୍ରିୟ ସୁଖ ପାଇଁ ଅତିଶୟ  ଲାଳାୟିତ ହୋଇଥାଏ । ତମୋଗୁଣ ବୃଦ୍ଧି ହେଲେ, ବ୍ୟକ୍ତି ନିଦ୍ରା, ଆଳସ୍ୟ, ଘୃଣା, କ୍ରୋଧ, ଦ୍ୱେଷ, ହିଂସା ଏବଂ ସଂଶୟଯୁକ୍ତ ହୋଇଥାଏ ।

ଉଦାହରଣ ସ୍ୱରୂପ, ମନେକରନ୍ତୁ ଆପଣ ନିଜ ପାଠାଗାରରେ ବସି ଅଧ୍ୟୟନ କରୁଛନ୍ତି । ସେତେବେଳେ କୌଣସି ସାଂସାରିକ ବିଶୃଙ୍ଖଳା ନାହିଁ, ଏବଂ ଆପଣଙ୍କର ମନ ସାତ୍ତ୍ୱିକ ଗୁଣ ଯୁକ୍ତ ରହିଛି । ଅଧ୍ୟୟନ ପରେ ଆପଣ ଶୟନ କକ୍ଷରେ ବସି ଟେଲିଭିଜନ୍ ଦେଖିଲେ, ବିଭିନ୍ନ ଦୃଶ୍ୟ ସବୁ ଆପଣଙ୍କ ମନକୁ ରାଜସିକ କରିଦେଇ ଇନ୍ଦ୍ରିୟ ସୁଖ ପ୍ରତି ଲାଳସା ବଢ଼ାଇଲା । ଆପଣ ଆପଣଙ୍କର ପସନ୍ଦର ଚ୍ୟାନେଲ୍ ଦେଖୁଥିବା ସମୟରେ, ପରିବାରର ଜଣେ ସଦସ୍ୟ ଆସି ଚ୍ୟାନେଲ୍ ବଦଳାଇ ଦେଲେ, ଏହି ବିଶୃଙ୍ଖଳା ଆପଣଙ୍କ ମନରେ ତମୋଗୁଣ ବୃଦ୍ଧି କଲା ଏବଂ ଆପଣ କ୍ରୋଧାନ୍ୱିତ ହୋଇ ଉଠିଲେ । ଏହିପରି ଭାବରେ ମନ ତିନି ଗୁଣରେ ଦୋଳାୟମାନ ହେଉଥାଏ ଓ ତାଙ୍କର ଗୁଣ ଧାରଣ କରେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!