ଯଦା ସତ୍ତ୍ୱେ ପ୍ରବୃଦ୍ଧେ ତୁ ପ୍ରଳୟଂ ଯାତି ଦେହଭୃତ୍ ।
ତଦୋତ୍ତମବିଦାଂ ଲୋକାନମଳାନ୍ପ୍ରତିପଦ୍ୟତେ ।।୧୪।।
ରଜସି ପ୍ରଳୟଂ ଗତ୍ୱା କର୍ମସଙ୍ଗିଷୁ ଜାୟତେ ।
ତଥା ପ୍ରଲୀନସ୍ତମସି ମୂଢ଼ଯୋନିଷୁ ଜାୟତେ ।।୧୫।।
ଯଦା-ଯେତେବେଳେ; ସତ୍ତ୍ୱେ- ସତ୍ତ୍ୱଗୁଣରେ; ପ୍ରବୃଦ୍ଧେ-ବୃଦ୍ଧି ହୁଏ; ତୁ-ବାସ୍ତବରେ; ପ୍ରଳୟଂ-ମୃତ୍ୟୁ; ଯାତି-ଯାଏ; ଦେହଭୃତ୍-ଦେହଧାରୀ; ତଦା-ସେ ସମୟରେ; ଉତ୍ତମ ବିଦାମ୍- ଜ୍ଞାନୀମାନଙ୍କର; ଲୋକାନ୍ -ଲୋକ; ଅମଳାନ୍-ପବିତ୍ର; ପ୍ରତିପଦ୍ୟତେ- ପ୍ରାପ୍ତ ହୁଏ; ରଜସି-ରଜୋଗୁଣରେ; ପ୍ରଳୟଂ-ମୃତ୍ୟୁ; ଗତ୍ୱା-ପ୍ରାପ୍ତ ହୋଇ; କର୍ମସଙ୍ଗିଷୁ- କର୍ମପ୍ରବଣ ବ୍ୟକ୍ତିମାନଙ୍କ ମଧ୍ୟରେ; ଜାୟତେ- ଜନ୍ମ ନିଏ; ତଥା-ସେହିପରି; ପ୍ରଲୀନଃ-ମୃତ ହୋଇ; ତମସି- ତମୋଗୁଣରେ; ମୂଢ଼-ଯୋନିଷୁ -ପଶୁ ଯୋନିରେ; ଜାୟତେ-ଜନ୍ମନିଏ ।
BG 14.14-15: ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି, ମୃତ୍ୟୁପରେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ରଜୋଗୁଣୀ ପ୍ରମୁଖ ବ୍ୟକ୍ତିଗଣ, କର୍ମ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ତମୋଗୁଣ ଯୁକ୍ତ ବ୍ୟକ୍ତିମାନେ ମୃତ୍ରୁପରେ ପଶୁ ଭାବରେ ଜନ୍ମ ନିଅନ୍ତି ।
ଯଦା ସତ୍ତ୍ୱେ ପ୍ରବୃଦ୍ଧେ ତୁ ପ୍ରଳୟଂ ଯାତି ଦେହଭୃତ୍ ।
ତଦୋତ୍ତମବିଦାଂ ଲୋକାନମଳାନ୍ପ୍ରତିପଦ୍ୟତେ ।।୧୪।।
ରଜସି ପ୍ରଳୟଂ ଗତ୍ୱା କର୍ମସଙ୍ଗିଷୁ ଜାୟତେ ।
ତଥା ପ୍ରଲୀନସ୍ତମସି ମୂଢ଼ଯୋନିଷୁ ଜାୟତେ ।।୧୫।।
ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି, ମୃତ୍ୟୁପରେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ରଜୋଗୁଣୀ ପ୍ରମୁଖ ବ୍ୟକ୍ତିଗଣ, କର୍ମ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ତମୋଗୁଣ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ବୁଝାଉଛନ୍ତି ଯେ ଜୀବର ଭାଗ୍ୟ ତା’ର ବ୍ୟକ୍ତିତ୍ୱର ଗୁଣଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଭଗବାନଙ୍କର ନିୟମ ତଥା କର୍ମର ନିୟମ ଅନୁସାରେ, ଆମେ ଯାହା ପାଇବା ପାଇଁ ଯୋଗ୍ୟ, ତାହା ପାଇଥାଏ । ଯେଉଁମାନେ ସଦ୍ଗୁଣ, ଜ୍ଞାନ ଏବଂ ଅନ୍ୟମାନଙ୍କ ପ୍ରତି ସେବା ଭାବନାରେ ଯୁକ୍ତ, ସେମାନେ ଧର୍ମପରାୟଣ, ଶିକ୍ଷିତ, ସମାଜସେବୀ ଇତ୍ୟାଦି ଲୋକଙ୍କ ପରିବାରରେ ଜନ୍ମଗ୍ରହଣ କରନ୍ତି, କିମ୍ବା ସେମାନେ ଉଚ୍ଚତର ସ୍ୱର୍ଗଲୋକକୁ ଯାଇଥାନ୍ତି । ଯେଉଁମାନେ ଲୋଭ, ହିଂସା ଏବଂ ସାଂସାରିକ କାମନାରେ ବୁଡ଼ି ରହିଥାନ୍ତି, ସେମାନେ କର୍ମପ୍ରବଣ ବ୍ୟସ୍ତ ପରିବାରରେ, ପ୍ରାୟତଃ ବୈଶ୍ୟ ପରିବାରରେ ଜନ୍ମ ନେଇଥାନ୍ତି । ଯେଉଁମାନେ ମାଦକଦ୍ରବ୍ୟ ସେବନ, ହିଂସା, ଆଳସ୍ୟ ଏବଂ କର୍ତ୍ତବ୍ୟରେ ଅବହେଳା ଆଦି ଆଚରଣ କରନ୍ତି, ସେମାନେ ମଦ୍ୟପ ବା ଅଶିକ୍ଷିତ ପରିବାରରେ ଜନ୍ମନିଅନ୍ତି କିମ୍ବା ସେମାନେ ବିବର୍ତ୍ତନର ସୋପାନରେ ନିମ୍ନଗାମୀ ହୋଇ ପଶୁ ଯୋନିରେ ଜନ୍ମ ଗ୍ରହଣ କରନ୍ତି ।
କେତେ ଲୋକ ଭାବନ୍ତି, ଥରେ ମନୁଷ୍ୟ ଯୋନି ପାଇବା ପରେ ପୁନର୍ବାର ନିମ୍ନତର ଯୋନିକୁ ପତନ ହେବା କ’ଣ ସମ୍ଭବପର ? ଏହି ଶ୍ଳୋକଟି ସୂଚିତ କରୁଛି ଯେ ମନୁଷ୍ୟ ସ୍ୱରୂପ, ଆତ୍ମା ପାଇଁ ସର୍ବଦା ସଂରକ୍ଷିତ ନୁହେଁ । ଯେଉଁମାନେ ଏହାର ସଦ୍ବ୍ୟବହାର କରନ୍ତି ନାହିଁ, ସେମାନେ ନିମ୍ନଗାମୀ ହୋଇ ପଶୁ ଶରୀର ପ୍ରାପ୍ତି ରୂପକ ବିପଦର ସମ୍ମୁଖୀନ ହୁଅନ୍ତି । ଗୁଣର ପ୍ରଗାଢ଼ତା ଏବଂ ସ୍ଥାୟୀତ୍ୱ ଉପରେ ନିର୍ଭର କରି ଆତ୍ମା ଆଧ୍ୟାତ୍ମିକ ବିବର୍ତ୍ତନରେ ଉଚ୍ଚକୁ ଚଢ଼ିପାରେ, ସେହି ସୋପାନରେ ରହିପାରେ କିମ୍ବା ନିମ୍ନଗାମୀ ହୋଇପାରେ ।