କର୍ମଣଃ ସୁକୃତସ୍ୟାହୁଃ ସାତ୍ତ୍ୱିକଂ ନିର୍ମଳଂ ଫଳମ୍ ।
ରଜସସ୍ତୁ ଫଳଂ ଦୁଃଖମଜ୍ଞାନଂ ତମସଃ ଫଳମ୍ ।।୧୬।।
କର୍ମଣଃ- କର୍ମର; ସୁକୃତସ୍ୟ- ଶୁଦ୍ଧ; ଆହୁଃ-କୁହାଯାଏ; ସାତ୍ତ୍ୱିକଂ- ସାତ୍ତ୍ୱିକ; ନିର୍ମଳଂ-ନିର୍ମଳ; ଫଳଂ-ଫଳ; ରଜସଃ-ରଜୋଗୁଣର; ତୁ- କିନ୍ତୁ; ଫଳଂ-ଫଳ; ଦୁଃଖଂ- ଦୁଃଖ; ଅଜ୍ଞାନଂ-ଅଜ୍ଞାନ; ତମସଃ-ତମୋଗୁଣର ; ଫଳମ୍-ଫଳ ।
BG 14.16: ଏହା କୁହାଯାଇଥାଏ ଯେ ସତ୍ତ୍ୱଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଶୁଦ୍ଧ ଫଳ ପ୍ରଦାନକାରୀ ହୋଇଥାଏ । ରଜୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଯାତନା ଦେଇଥାଏ ଏବଂ ତମୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମର ଫଳ ଅନ୍ଧକାର ହୋଇଥାଏ ।
କର୍ମଣଃ ସୁକୃତସ୍ୟାହୁଃ ସାତ୍ତ୍ୱିକଂ ନିର୍ମଳଂ ଫଳମ୍ ।
ରଜସସ୍ତୁ ଫଳଂ ଦୁଃଖମଜ୍ଞାନଂ ତମସଃ ଫଳମ୍ ।।୧୬।।
ଏହା କୁହାଯାଇଥାଏ ଯେ ସତ୍ତ୍ୱଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଶୁଦ୍ଧ ଫଳ ପ୍ରଦାନକାରୀ ହୋଇଥାଏ । ରଜୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଯାତନା ଦେଇଥାଏ ଏବଂ ତମୋଗୁଣଯୁକ୍ତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସତ୍ତ୍ୱଗୁଣ ଦ୍ୱାରା ପ୍ରଭାବିତ ବ୍ୟକ୍ତି ଶୁଦ୍ଧତା, ସଦ୍ଗୁଣ, ଜ୍ଞାନ ଏବଂ ନିଃସ୍ୱାର୍ଥପରତା ଆଦି ଗୁଣ ଦ୍ୱାରା ଭୂଷିତ ହୋଇଥାନ୍ତି । ସୁତରାଂ, ସେମାନଙ୍କ କର୍ମର ଅଭିପ୍ରାୟ ପ୍ରାୟତଃ ମହତ୍ ରହିଥାଏ, ଅତଏବ ତା’ର ଫଳ କଲ୍ୟାଣକାରୀ ଏବଂ ସନ୍ତୋଷଜନକ ହୋଇଥାଏ । ରଜୋଗୁଣ ଦ୍ୱାରା ପ୍ରଭାବିତ ବ୍ୟକ୍ତି ଇନ୍ଦ୍ରିୟ ଓ ମନର କାମନା ଦ୍ୱାରା ଅଶାନ୍ତ ରହିଥା’ନ୍ତି । ସେମାନଙ୍କର ସମସ୍ତ କର୍ମର ପୃଷ୍ଠଦେଶରେ ନିଜର ତଥା ପରିବାର ସଦସ୍ୟଙ୍କର ଆତ୍ମୋନ୍ନତି ଏବଂ ଆତ୍ମ-ସନ୍ତୁଷ୍ଟିର ଉଦ୍ଦେଶ୍ୟ ଥାଏ । ତେଣୁ ସେମାନଙ୍କର କର୍ମ ଇନ୍ଦ୍ରିୟ ସୁଖ ଉପଭୋଗ କରାଇଥାଏ, ଯାହା ଇନ୍ଦ୍ରିୟ କାମନାକୁ ଇନ୍ଧନ ଯୋଗାଇ ଅଧିକ ପ୍ରଜ୍ୱଳିତ କରିଥାଏ । ତମୋଗୁଣ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କର ଶାସ୍ତ୍ରର ନିର୍ଦ୍ଦେଶ ଏବଂ ଆଚରଣ ନିୟମ ପ୍ରତି କୌଣସି ସମ୍ମାନ ନ ଥାଏ । ସେମାନେ ପାପଯୁକ୍ତ କର୍ମରେ ଲିପ୍ତ ରହି ମିଥ୍ୟା ସୁଖ ଉପଭୋଗରେ ବ୍ୟସ୍ତ ରହନ୍ତି, ଯାହା ସେମାନଙ୍କୁ ଅଧିକରୁ ଅଧିକ ଭ୍ରମିତ କରିଥାଏ ।