Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 17

ସତ୍ତ୍ୱାତ୍ ସଂଜାୟତେ ଜ୍ଞାନଂ ରଜସୋ ଲୋଭ ଏବ ଚ ।
ପ୍ରମାଦେମୋହୌ ତମସୋ ଭବତୋଽଜ୍ଞାନମେବ ଚ ।।୧୭।।

ସତ୍ତ୍ୱାତ୍‌-ସତ୍ତ୍ୱଗୁଣରୁ; ସଂଜାୟତେ- ଉଦୟ ହୁଏ; ଜ୍ଞାନଂ-ଜ୍ଞାନ; ରଜସଃ-ରଜୋଗୁଣରୁ; ଲୋଭଃ-ଲୋଭ; ଏବ-ନିଶ୍ଚିତଭାବେ; ଚ-ମଧ୍ୟ; ପ୍ରମାଦ-ପାଗଳାମି; ମୋହୌ-ମୋହ; ତମସଃ-ତମୋଗୁଣରୁ; ଭବତଃ-ଉତ୍ପନ୍ନ ହୁଏ; ଅଜ୍ଞାନଂ-ଅଜ୍ଞାନତା; ଏବ-ନିଶ୍ଚିତଭାବେ; ଚ-ଏବଂ ।

Translation

BG 14.17: ସତ୍ତ୍ୱଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ ହୁଏ ।

Commentary

 ତ୍ରିଗୁଣ ଦ୍ୱାରା ଅର୍ଜିତ ଫଳର ବିବିଧତା ସମ୍ପର୍କରେ ସୂଚନା ଦେବାପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଏହାର କାରଣ ଦର୍ଶାଉଛନ୍ତି । ସତ୍ତ୍ୱଗୁଣ ଜ୍ଞାନର ଉଦୟ କରେ, ଯାହା ଉଚିତ୍‌-ଅନୁଚିତ୍‌ର ବିଚାର କରିବାର କ୍ଷମତା ପ୍ରଦାନ କରିଥାଏ । ଏହା ଇନ୍ଦ୍ରିୟ ତୃପ୍ତିର କାମନାକୁ ଦମନ କରେ ଏବଂ  ତଜ୍ଜନିତ ସୁଖ ଓ ସନ୍ତୋଷର ଅନୁଭବ କରାଏ । ଏହି ଗୁଣଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ ବୌଦ୍ଧିକ ଅନ୍ୱେଷଣ ତଥା ଧାର୍ମିକ ବିଚାର ପ୍ରତି ଆକର୍ଷିତ ହୋଇଥାନ୍ତି । ଅତଏବ, ସଦ୍‌ଗୁଣ ବିଦ୍ୱତାପୂର୍ଣ୍ଣ କର୍ମକୁ ଆଗକୁ ବଢ଼ାଇଥାଏ । ରଜୋଗୁଣ ଇନ୍ଦ୍ରିୟଗୁଡ଼ିକୁ ଉତ୍ତେଜିତ କରେ ଏବଂ ମନକୁ ଉଚ୍ଚକାଂକ୍ଷୀ କାମନାର ଆବର୍ତ୍ତକୁ ପଠାଇ ଅନିୟନ୍ତ୍ରିତ କରିଦିଏ । ବ୍ୟକ୍ତି ସେହି ଜାଲରେ ଛନ୍ଦି ହୋଇ ଏବଂ ସୁଖସମ୍ପଦ ପ୍ରାପ୍ତି ନିମନ୍ତେ ଅତ୍ୟଧିକ ଉଦ୍ୟମ କରିବାରେ ଲାଗିଯାଏ, ଯାହା ଆତ୍ମା ପାଇଁ ମୂଲ୍ୟହୀନ ଅଟେ । ତମୋଗୁଣ ପ୍ରାଣୀକୁ ଆଳସ୍ୟ ଏବଂ ଅଜ୍ଞାନତାରେ ଢ଼ାଙ୍କି ଦିଏ । ଅଜ୍ଞାନ ଆବରଣଯୁକ୍ତ ହୋଇ, ବ୍ୟକ୍ତି ଖଳ ଏବଂ ଅପବିତ୍ର କାର୍ଯ୍ୟ କରିଥାଏ ଏବଂ ତଦନୁସାରେ ଫଳ ଭୋଗ କରିଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!