ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ ।
ଜଘନ୍ୟଗୁଣବୃତ୍ତିସ୍ଥା ଅଧୋ ଗଚ୍ଛନ୍ତି ତାମସାଃ ।।୧୮।।
ଊର୍ଦ୍ଧ୍ୱଂ-ଉର୍ଦ୍ଧ୍ୱକୁ; ଗଚ୍ଛନ୍ତି- ଯା’ନ୍ତି; ସତ୍ତ୍ୱସ୍ଥାଃ-ସତ୍ତ୍ୱଗୁଣରେ ସ୍ଥିତ; ମଧ୍ୟେ- ମଧ୍ୟରେ; ତିଷ୍ଠନ୍ତି- ରହନ୍ତି; ରାଜସାଃ- ରଜୋଗୁଣୀ; ଜଘନ୍ୟ-ଘୃଣିତ; ଗୁଣ-ଗୁଣ; ବୃତ୍ତିସ୍ଥାଃ-କର୍ମରେ ନିଯୁକ୍ତ; ଅଧଃ-ନିମ୍ନ; ଗଚ୍ଛନ୍ତି-ଯା’ନ୍ତି; ତାମସାଃ- ଯେଉଁମାନେ ତମୋଗୁଣରେ ସ୍ଥିତ ।
BG 14.18: ସତ୍ତ୍ୱଗୁଣରେ ସ୍ଥିତ ବ୍ୟକ୍ତି ଉର୍ଦ୍ଧ୍ୱଗାମୀ ହୁଅନ୍ତି; ରଜୋଗୁଣ ସ୍ଥିତ ବ୍ୟକ୍ତି ମଧ୍ୟସ୍ଥଳରେ ରହନ୍ତି ଏବଂ ଯେଉଁମାନେ ତମୋଗୁଣରେ ସ୍ଥିତ, ସେମାନେ ନିମ୍ନଗାମୀ ହୁଅନ୍ତି ।
ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ ।
ଜଘନ୍ୟଗୁଣବୃତ୍ତିସ୍ଥା ଅଧୋ ଗଚ୍ଛନ୍ତି ତାମସାଃ ।।୧୮।।
ସତ୍ତ୍ୱଗୁଣରେ ସ୍ଥିତ ବ୍ୟକ୍ତି ଉର୍ଦ୍ଧ୍ୱଗାମୀ ହୁଅନ୍ତି; ରଜୋଗୁଣ ସ୍ଥିତ ବ୍ୟକ୍ତି ମଧ୍ୟସ୍ଥଳରେ ରହନ୍ତି ଏବଂ ଯେଉଁମାନେ ତମୋଗୁଣରେ ସ୍ଥିତ, ସେମାନେ ନିମ୍ନଗାମୀ ହୁଅନ୍ତି ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଆତ୍ମାର ପୁନର୍ଜନ୍ମ ବ୍ୟକ୍ତିତ୍ୱରେ ଗୁଣମାନଙ୍କର ପ୍ରାଧାନ୍ୟ ସହିତ ସମ୍ବନ୍ଧିତ ରହିଥାଏ । ବର୍ତ୍ତମାନ ଜନ୍ମର ଯାତ୍ରା ପୂର୍ଣ୍ଣ କରିବା ପରେ, ଆତ୍ମା ସେହି ସ୍ଥାନରେ ପହଞ୍ଚିଥାଏ, ଯାହା ତା’ର ଗୁଣ ଅନୁରୂପ ଅଟେ । ଏହାକୁ ଜଣେ ଛାତ୍ର ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟରେ ପ୍ରବେଶ କରିବା ସହିତ ତୁଳନା କରାଯାଇପାରେ । ଦେଶରେ ଅନେକ ମହାବିଦ୍ୟାଳୟ ଅଛି । ଯେଉଁ ଛାତ୍ରମାନେ ବିଦ୍ୟାଳୟରୁ ଉତ୍ତମ ଫଳାଫଳ ସହ ଉତ୍ତୀର୍ଣ୍ଣ ହୋଇଥାନ୍ତି, ସେମାନେ ଶ୍ରେଷ୍ଠ ମହାବିଦ୍ୟାଳୟରେ ପ୍ରବେଶାଧିକାର ପାଇଥାନ୍ତି । ଯେଉଁମାନଙ୍କର ନମ୍ବର କମ୍ ଥାଏ, ସେମାନେ ନିକୃଷ୍ଟ ମହାବିଦ୍ୟାଳୟରେ ପ୍ରବେଶ ପାଇଥାନ୍ତି । ଭାଗବତମ୍ କହେ:
ସତ୍ତ୍ୱେ ପ୍ରଳୀନାଃ ସ୍ୱର୍ ଯାନ୍ତି ନର-ଲୋକଂ ରଜୋ-ଲୟାଃ
ତମୋ-ଲୟାସ୍ ତୁ ନିରୟଂ ଯାନ୍ତି ମାମ୍ ଏବ ନିର୍ଗୁଣାଃ ।। (୧୧.୨୫.୨୨)
“ସତ୍ତ୍ୱଗୁଣଯୁକ୍ତ ବ୍ୟକ୍ତିଗଣ ଉଚ୍ଚତର ସ୍ୱର୍ଗଲୋକକୁ ଗମନ କରନ୍ତି । ରଜୋଗୁଣଯୁକ୍ତ ବ୍ୟକ୍ତି ପୃଥିବୀ ପୃଷ୍ଠରେ ରହନ୍ତି । ତମୋଗୁଣଯୁକ୍ତ ବ୍ୟକ୍ତି ନିମ୍ନଲୋକକୁ ଯାଇଥାନ୍ତି । ନିର୍ଗୁଣମାନେ ମୋତେ ପ୍ରାପ୍ତ କରିଥାଆନ୍ତି ।”