Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 2

ଇଦଂ ଜ୍ଞାନମୁପାଶ୍ରିତ୍ୟ ମମ ସାଧର୍ମ୍ୟମାଗତାଃ ।
ସର୍ଗେଽପି ନୋପଜାୟନ୍ତେ ପ୍ରଳୟେ ନ ବ୍ୟଥନ୍ତି ଚ ।।୨।।

ଇଦଂ-ଏହି; ଜ୍ଞାନଂ-ଜ୍ଞାନ; ଉପାଶ୍ରିତ୍ୟ -ଆଶ୍ରୟ କରି; ମମ-ମୋର; ସାଧର୍ମ୍ୟଂ -ସମପ୍ରକୃତି; ଆଗତାଃ -ପ୍ରାପ୍ତ କରି; ସର୍ଗେ -ସୃଷ୍ଟି କାଳରେ; ଅପି -ମଧ୍ୟ; ନ ଉପଜାୟନ୍ତେ -ଜନ୍ମ ହୁଅନ୍ତି ନାହିଁ; ପ୍ରଳୟେ-ପ୍ରଳୟରେ; ନ ବ୍ୟଥନ୍ତି -ଦୁଃଖିତ ହୁଅନ୍ତି ନାହିଁ; ଚ-ଏବଂ ।

Translation

BG 14.2: ଯେଉଁମାନେ ଏହି ଜ୍ଞାନର ଆଶ୍ରିତ ହୁଅନ୍ତି, ସେମାନେ ମୋ ସହିତ ମିଳିତ ହୁଅନ୍ତି । ସେମାନଙ୍କର ସୃଷ୍ଟି ସମୟରେ ପୁର୍ନଜନ୍ମ କିମ୍ବା ପ୍ରଳୟ ସମୟରେ ବିଲୟ ହେବ ନାହିଁ ।

Commentary

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ଯେଉଁ ଜ୍ଞାନ ସେ ପ୍ରଦାନ କରିବାକୁ ଯାଉଛନ୍ତି, ସେହି ଜ୍ଞାନରେ ଯିଏ ନିଜକୁ ସଜ୍ଜିତ କରିନେବେ, ତାଙ୍କୁ ବାରମ୍ବାର ମାତୃଗର୍ଭରେ ଆବଦ୍ଧ ହେବାକୁ ପଡ଼ିବ ନାହିଁ । ମହାପ୍ରଳୟରେ, ସେ ଭଗବାନଙ୍କ ଗର୍ଭରେ ସୁପ୍ତ ଅବସ୍ଥାରେ ପଡ଼ି ରହିବେ ନାହିଁ, କିମ୍ବା ପରବର୍ତ୍ତୀ ସୃଷ୍ଟି ସମୟରେ ତାଙ୍କୁ ପୁର୍ନଜନ୍ମ ନେବାକୁ ପଡ଼ିବ ନାହିଁ । ବାସ୍ତବରେ, ଏହି ତ୍ରିଗୁଣ (ଭୌତିକ ପ୍ରକୃତିର ଗୁଣ) ସମସ୍ତ ବନ୍ଧନର କାରଣ ଅଟନ୍ତି, ଏବଂ ସେମାନଙ୍କ ବିଷୟରେ ଜ୍ଞାନ ବନ୍ଧନରୁ ମୁ୍‌କ୍ତ ହେବାର ପଥକୁ ଆଲୋକିତ କରିଥାଏ ।

ନିଜ ଶିଷ୍ୟଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଆକର୍ଷଣ କରିବା ପାଇଁ, ଶ୍ରୀକୃଷ୍ଣ ଯେଉଁ ଉପଦେଶ ଦେବାକୁ ଯାଉଛନ୍ତି ତା’ ସହିତ ତା’ର ଫଳ ମଧ୍ୟ ଘୋଷଣା କରୁଛନ୍ତି । ନ ବ୍ୟଥନ୍ତି ଶବ୍ଦର ଅର୍ଥ “ସେମାନେ କଷ୍ଟ ଅନୁଭବ କରିବେ ନାହିଁ ।” ସଧର୍ମ୍ୟମ୍ ଶବ୍ଦର ଅର୍ଥ ସେମାନେ “ଭଗବାନଙ୍କ ପରି ଦିବ୍ୟ ଗୁଣ” ପ୍ରାପ୍ତ କରିବେ । ଆତ୍ମା ଯେତେବେଳେ ମାୟା ଶକ୍ତିର ବନ୍ଧନରୁ ମୁକ୍ତ ହୁଏ, ଏହା ଭଗବାନଙ୍କ ଦିବ୍ୟ ଶକ୍ତି ଯୋଗମାୟାଙ୍କ ସାମ୍ରାଜ୍ୟର ଅଧୀନକୁ ଆସିଯାଏ । ଏହି ଦିବ୍ୟ ଶକ୍ତି ଭଗବାନଙ୍କର ଦିବ୍ୟ ଜ୍ଞାନ, ପ୍ରେମ ଏବଂ ଆନନ୍ଦଯୁକ୍ତ ଅଟେ । ଫଳସ୍ୱରୂପ, ଜୀବ ମଧ୍ୟ ଭଗବାନଙ୍କ ପରି ହୋଇଯାଏ, ଅର୍ଥାତ୍ ସେ ଦିବ୍ୟ ଭଗବଦୀୟ ଗୁଣ ପ୍ରାପ୍ତ କରେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!