Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 20

ଗୁଣାନେତାନତୀତ୍ୟ ତ୍ରୀନ୍‌ଦେହୀ ଦେହସମୁଦ୍ଭବାନ୍ ।
ଜନ୍ମମୃତ୍ୟୁଜରାଦୁଃଖୈର୍ବିମୁକ୍ତୋଽମୃତମଶ୍ନୁତେ ।।୨୦।।

ଗୁଣାନ୍‌- ତ୍ରିଗୁଣ; ଏତାନ୍‌-ଏସବୁ; ଅତୀତ୍ୟ-ଅତିକ୍ରମ କରି; ତ୍ରିନ୍‌- ତିନି; ଦେହୀ-ଶରୀରଧାରୀ; ଦେହ-ଶରୀର; ସମୁଦ୍ଭବାନ୍‌-ଜାତ; ଜନ୍ମ-ଜନ୍ମ; ମୃତ୍ୟୁ-ମୃତ୍ୟୁ; ଜରା-ବୃଦ୍ଧାବସ୍ଥା; ଦୁଃଖୈଃ-ଦୁଃଖମାନଙ୍କରେ; ବିମୁକ୍ତଃ-ବିମୁକ୍ତ ହୋଇ; ଅମୃତଂ-ଅମରତ୍ୱ; ଅଶ୍ନୁତେ- ଉପଭୋଗ କରେ ।

Translation

BG 14.20: ଶରୀର ସହିତ ଜଡ଼ିତ, ଭୌତିକ ପ୍ରକୃତିର ତିନିଗୁଣକୁ ଅତିକ୍ରମ କରି, ବ୍ୟକ୍ତି ଜନ୍ମ, ବ୍ୟାଧି, ବାର୍ଦ୍ଧକ୍ୟ ଆଦି ଦୁଃଖରୁ ମୁକ୍ତ ହୋଇ ଅମରତ୍ୱ ପ୍ରାପ୍ତ କରେ ।

Commentary

ଆମେ ଯଦି ଗୋଟିଏ ଅପରିଷ୍କାର କୂଅରୁ ଜଳପାନ କରୁ, ଆମର ଉଦର ନିଶ୍ଚିତଭାବେ ଖରାପ ହେବ । ସେହିପରି ଆମେ ଯଦି ତିନିଗୁଣ ଦ୍ୱାରା ପ୍ରଭାବିତ ହେବା, ଫଳସ୍ୱରୂପ ଆମେ ନିଶ୍ଚିତଭାବେ ସଂସାରରେ ବାରମ୍ବାର ଜନ୍ମ, ବ୍ୟାଧି, ବାର୍ଦ୍ଧକ୍ୟ ଏବଂ ମୃତ୍ୟୁକୁ ପ୍ରାପ୍ତ ହେବା । ଭୌତିକ ଜୀବନର ଏହି ଚାରିଗୋଟି ମୁଖ୍ୟ କ୍ଳେଶ ଅଟେ । ଏସବୁକୁ ଦେଖି ବୁଦ୍ଧ ପ୍ରଥମେ ଅନୁଭବ କଲେ ଯେ ସଂସାର ଦୁଃଖପୂର୍ଣ୍ଣ ଅଟେ ଏବଂ ତା’ପରେ ସେ ଏହି ଦୁଃଖରୁ ମୁକ୍ତି ପାଇବାର ମାର୍ଗ ଖୋଜିଲେ ।

ମନୁଷ୍ୟମାନଙ୍କ ପାଇଁ ବେଦ ଅନେକ ଗୁଡ଼ିଏ ଆଚରଣ ବିଧି, ସାମାଜିକ କର୍ତ୍ତବ୍ୟ, ରୀତି ଏବଂ ନିୟମ ଧାର୍ଯ୍ୟ କରିଛି । ଏହିସବୁ ନିର୍ଦ୍ଧାରିତ କର୍ତ୍ତବ୍ୟ ଏବଂ ଆଚରଣ ବିଧିକୁ ଏକତ୍ରଭାବେ କର୍ମ ଧର୍ମ ବା ବର୍ଣ୍ଣାଶ୍ରମ ଧର୍ମ  ବା ଶାରୀରିକ ଧର୍ମ କୁହାଯାଏ । ସେଗୁଡ଼ିକ ଆମକୁ ତମୋଗୁଣ ଏବଂ ରଜୋଗୁଣରୁ ଉନ୍ନୀତ କରାଇ ସତ୍ତ୍ୱଗୁଣ ଦିଗକୁ ନେଇଯାନ୍ତି । କିନ୍ତୁ ସତ୍ତ୍ୱଗୁଣ ହାସଲ କରିବା ଯଥେଷ୍ଟ ନୁହେଁ; ଏହା ମଧ୍ୟ ବନ୍ଧନର ଏକ ରୂପ ଅଟେ । ଆମର ଲକ୍ଷ୍ୟ ଏହାଠାରୁ ମଧ୍ୟ ଆଗକୁ - ଭୌତିକ ଅବସ୍ଥିତିର ବନ୍ଦୀଗୃହରୁ ମୁକ୍ତି ଲାଭ କରିବା ।

ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଯେତେବେଳେ ଆମେ ତ୍ରିଗୁଣକୁ ଅତିକ୍ରମ କରିଯାଏ, ମାୟା ଆମକୁ ଆଉ କବଳିତ କରିପାରେ ନାହିଁ । ଏହିପରି ଭାବରେ, ଆତ୍ମା ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇଯାଏ ଏବଂ ଅମରତ୍ୱ ପ୍ରାପ୍ତ କରେ । ବସ୍ତୁତଃ, ଆତ୍ମା ସର୍ବଦା ଅମର । ତଥାପି ଭୌତିକ ଶରୀର ସହିତ ତାଦାତ୍ମ୍ୟ କରି ଏହା ଜନ୍ମ ଓ ମୃତ୍ୟୁର ଭ୍ରମରେ ପୀଡ଼ିତ ହୋଇଥାଏ । ଏହି ଭ୍ରମାତ୍ମକ ଅନୁଭବ ଆତ୍ମାର ନିତ୍ୟ ସ୍ୱଭାବର ବିପରୀତ ଅଟେ, ସେଥିପାଇଁ ସେ ଏଥିରୁ ମୁକ୍ତି ଚାହେଁ । ମାୟିକ ଭ୍ରମ ସ୍ୱାଭାବିକ ଭାବରେ ଆମର ଆତ୍ମା ପ୍ରତି କଷ୍ଟଦାୟକ ଅଟେ ଏବଂ ଅଭ୍ୟନ୍ତରରୁ ଆମେ ଅମରତ୍ୱ ଆସ୍ୱାଦନ କରିବାକୁ ଚାହୁଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!