Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 26

ମାଂ ଚ ଯୋଽବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ ।
ସ ଗୁଣାନ୍‌ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ ।।୨୬।।

ମାଂ-ମୋତେ; ଚ-କେବଳ; ଯଃ-ଯିଏ; ଅବ୍ୟଭିଚାରେଣ- ବିଶୁଦ୍ଧ; ଭକ୍ତିଯୋଗେନ-ଭକ୍ତିଯୋଗରେ; ସେବତେ-ସେବାକରେ; ସଃ-ସେ; ଗୁଣାନ୍‌- ଭୂତ ପ୍ରକୃତିର ତ୍ରିଗୁଣକୁ; ସମତୀତ୍ୟ- ଅତିକ୍ରମ କରି; ଏତାନ୍‌-ଏସବୁ; ବ୍ରହ୍ମଭୂୟାୟ- ବ୍ରହ୍ମଭୂତ ସ୍ତରକୁ; କଳ୍ପତେ- ଆସିଥାଏ ।

Translation

BG 14.26: ବିଶୁଦ୍ଧ ଭକ୍ତିରେ ଯେଉଁମାନେ ମୋର ସେବା କରନ୍ତି, ସେମାନେ ଭୌତିକ ପ୍ରକୃତିର ତ୍ରିଗୁଣରୁ ଊର୍ଦ୍ଧ୍ୱଗାମୀ ହୋଇ ବ୍ରହ୍ମ ସ୍ତରରେ ପହଞ୍ôଚଥାନ୍ତି ।

Commentary

ତ୍ରିଗୁଣାତୀତ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତ୍ରିଗୁଣକୁ ଅତିକ୍ରମ କରିବାର ଏକମାତ୍ର ପନ୍ଥା ବିଷୟରେ ଆଲୋକପାତ କରୁଛନ୍ତି । ଉପରୋକ୍ତ ଶ୍ଳୋକଟି ସୂଚିତ କରୁଛି ଯେ କେବଳ ଆତ୍ମଜ୍ଞାନ କିମ୍ବା ଆତ୍ମାର ଶରୀରଠାରୁ ପୃଥକତା ବିଷୟରେ ଜାଣିବା ଯଥେଷ୍ଟ ନୁହେଁ । ଭକ୍ତିଯୋଗ ଦ୍ୱାରା ମନକୁ ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଠାରେ କେନ୍ଦ୍ରିତ କରିବା ପରମାବଶ୍ୟକ ଅଟେ । ତେବେ ଯାଇଁ ମନ ଶ୍ରୀକୃଷ୍ଣଙ୍କ ପରି ନିର୍ଗୁଣ ହେବ ।

ଅନେକ ବ୍ୟକ୍ତି ଏପରି ମତ ବ୍ୟକ୍ତ କରନ୍ତି ଯେ ଭଗବାନଙ୍କ ସାକାର ରୂପରେ ମନକୁ କେନ୍ଦ୍ରିତ କଲେ, ଏହା ଦିବ୍ୟ ସୋପାନକୁ ଉନ୍ନୀତ ହୋଇପାରିବ ନାହିଁ । କେବଳ ଯେତେବେଳେ ଏହା ନିରାକାର ବ୍ରହ୍ମଙ୍କ ଠାରେ କେନ୍ଦ୍ରିତ ଥାଏ, ସେତେବେଳେ ହିଁ ମନ ଭୌତିକ ପ୍ରକୃତିର ଗୁଣ ସବୁକୁ ଅତିକ୍ରମ କରିବ । କିନ୍ତୁ ଏହି ଶ୍ଳୋକ ଏପରି ମତକୁ ଖଣ୍ଡନ କରିଛି । ଯଦିଓ ଭଗବାନଙ୍କର ସାକାର ରୂପ ଅନନ୍ତ ଗୁଣ ଧାରଣ କରିଥାଏ, ସେସବୁ ଦିବ୍ୟ ଏବଂ ତ୍ରିଗୁଣାତୀତ ଅଟନ୍ତି । ତେଣୁ ଭଗବାନଙ୍କର ସାକାର ରୂପ ମଧ୍ୟ ନିର୍ଗୁଣ ଅଟେ । ମହର୍ଷି ବେଦବ୍ୟାସ ଭଗବାନଙ୍କର ସାକାର ରୂପ କିପରି ନିର୍ଗୁଣ ତାହା ବର୍ଣ୍ଣନା କରିଛନ୍ତି ।

ଯସ୍ତୁ ନିର୍ଗୁଣ ଇତ୍ୟୁକ୍ତଃ ଶାସ୍ତ୍ରେଷୁ ଜଗଦୀଶ୍ୱରଃ
ପ୍ରାକୃତୈର୍ହେୟ ସଂଯୁକ୍ତୈର୍ଗୁଣୈର୍ହୀନତ୍ୱମୁଚ୍ୟତେ । (ପଦ୍ମପୁରାଣ)

“ଶାସ୍ତ୍ରମାନେ ଯେଉଁଠାରେ ବି ଭଗବାନଙ୍କୁ ନିର୍ଗୁଣ କହିଛନ୍ତି, ସେମାନେ ତାଙ୍କୁ ମାୟିକ ଗୁଣରହିତ ଅର୍ଥରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱ ଗୁଣରହିତ ନୁହେଁ - ସେ ଅନନ୍ତ ଦିବ୍ୟଗୁଣ ଧାରଣ କରନ୍ତି ।”

ଶ୍ଳୋକଟି ଧ୍ୟାନର ଉପଯୁକ୍ତ ବସ୍ତୁକୁ ପ୍ରକାଶିତ କରିଛି । ଅତୀନ୍ଦ୍ରିୟ ଚିନ୍ତନର ଅର୍ଥ ଏହା ନୁହେଁ ଯେ ଶୂନ୍ୟର ଧ୍ୟାନ କରିବା । ଭଗବାନ ଅତୀନ୍ଦ୍ରିୟ ତତ୍ତ୍ୱ ଅଟନ୍ତି । ତେଣୁ କେବଳ ଭଗବାନଙ୍କର ଧ୍ୟାନକୁ ହିଁ ଅତୀନ୍ଦ୍ରିୟ ଧ୍ୟାନ କୁହାଯିବ । 

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!