ବ୍ରହ୍ମଣୋ ହି ପ୍ରତିଷ୍ଠାହମମୃତସ୍ୟାବ୍ୟୟସ୍ୟ ଚ ।
ଶାଶ୍ୱତସ୍ୟ ଚ ଧର୍ମସ୍ୟ ସୁଖସ୍ୟୈକାନ୍ତିକସ୍ୟ ଚ ।।୨୭।।
ବ୍ରହ୍ମଣଃ- ନିରାକାର ବ୍ରହ୍ମ; ହି-ନିଶ୍ଚିତଭାବେ; ପ୍ରତିଷ୍ଠା-ଆଶ୍ରୟସ୍ଥଳ; ଅହଂ-ମୁଁ; ଅମୃତସ୍ୟ- ଅମର; ଅବ୍ୟୟସ୍ୟ- ଅବିନାଶୀ; ଚ- ଏବଂ; ଶାଶ୍ୱତସ୍ୟ- ଚିରନ୍ତନ; ଚ-ଏବଂ; ଧର୍ମସ୍ୟ- ଧର୍ମର; ସୁଖସ୍ୟ-ସୁଖର; ଐକାନ୍ତିକସ୍ୟ-ଅନନ୍ତର; ଚ-ଏବଂ ।
BG 14.27: ମୁଁ ହିଁ ନିରାକାର ବ୍ରହ୍ମଙ୍କର ଆଧାର, ଅମର ଏବଂ ଅବିନଶ୍ୱର ଅଟେ; ନିତ୍ୟ ଧର୍ମଯୁକ୍ତ ଏବଂ ଅସୀମ ଦିବ୍ୟ ଆନନ୍ଦ ଅଟେ ।
ବ୍ରହ୍ମଣୋ ହି ପ୍ରତିଷ୍ଠାହମମୃତସ୍ୟାବ୍ୟୟସ୍ୟ ଚ ।
ଶାଶ୍ୱତସ୍ୟ ଚ ଧର୍ମସ୍ୟ ସୁଖସ୍ୟୈକାନ୍ତିକସ୍ୟ ଚ ।।୨୭।।
ମୁଁ ହିଁ ନିରାକାର ବ୍ରହ୍ମଙ୍କର ଆଧାର, ଅମର ଏବଂ ଅବିନଶ୍ୱର ଅଟେ; ନିତ୍ୟ ଧର୍ମଯୁକ୍ତ ଏବଂ ଅସୀମ ଦିବ୍ୟ ଆନନ୍ଦ ଅଟେ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବବର୍ତ୍ତୀ ଶ୍ଳୋକ, ଶ୍ରୀକୃଷ୍ଣ ଏବଂ ନିରାକାର ବ୍ରହ୍ମଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ପ୍ରଶ୍ନ ଉତ୍ଥାପନ କରିପାରେ । ଏହା ପୂର୍ବରୁ କୁହାଯାଇଛି ଯେ ସର୍ବଶକ୍ତିମାନ ଭଗବାନଙ୍କ ବ୍ୟକ୍ତିତ୍ୱର ଦୁଇଟି ସ୍ୱରୂପ ରହିଛି- ନିରାକାର ଏବଂ ସାକାର ସ୍ୱରୂପ । ଏଠାରେ ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ଜ୍ଞାନୀମାନଙ୍କର ଉପାସ୍ୟ ବ୍ରହ୍ମ, ତାଙ୍କର ସାକାର ରୂପର ଜ୍ୟୋତି ଅଟେ ।
ପଦ୍ମପୁରାଣ ଉଲ୍ଲେଖ କରେ:
ଯନ୍ନଖେନ୍ଦୁରୁଚିର୍ବ୍ରହ୍ମ ଧେୟଂ ବ୍ରହ୍ମାଦିଭିଃ ସୁରୈଃ
ଗୁଣତ୍ରୟମତୀତଂ ତଂ ବନ୍ଦେ ବୃନ୍ଦାବନେଶ୍ୱରମ୍ । (ପାତାଳ ଖଣ୍ଡ ୭୭.୬୦)
“ବୃନ୍ଦାବନେଶ୍ୱର ଶ୍ରୀକୃଷ୍ଣଙ୍କ ପାଦ ନଖରୁ ପ୍ରକାଶିତ ହେଉଥିବା ଆଲୋକ, ଦିବ୍ୟ ବ୍ରହ୍ମ ଅଟନ୍ତି, ଯାହାର ଧ୍ୟାନ ଜ୍ଞାନୀଗଣ ଏପରିକି ସ୍ୱର୍ଗର ଦେବତାମାନେ କରିଥା’ନ୍ତି ।” ସେହିପରି ଚୈତନ୍ୟ ମହାପ୍ରଭୁ କହନ୍ତି:
ତାହାର ଅଙ୍ଗେର ଶୁଦ୍ଧ କିରଣ-ମଣ୍ଡଳ
ଉପନିଷତ୍ କହେ ତାଁରେ ବ୍ରହ୍ମ ସୁନିର୍ମଳ । (ଚୈତନ୍ୟ ଚରିତାମୃତ, ଆଦିଲୀଳା ୨.୧୨)
“ଭଗବାନଙ୍କ ଦିବ୍ୟ ଶରୀରରୁ ବିକିରଣ ହେଉଥିବା ଦୀପ୍ତିକୁ ଉପନିଷଦ ବ୍ରହ୍ମ ଭାବରେ ବର୍ଣ୍ଣନା କରିଥାଏ । ଅତଏବ, ଶ୍ରୀକୃଷ୍ଣ ଏହି ଶ୍ଳୋକରେ, ଅସନ୍ଦିଗ୍ଧ ଭାବରେ ସମର୍ଥନ କରୁଛନ୍ତି ଯେ ତ୍ରିଗୁଣ ରୂପକ ବ୍ୟାଧିର ମହୌଷଧି ହେଉଛି ପରମେଶ୍ୱରଙ୍କ ସାକାର ସ୍ୱରୂପରେ ଦୃଢ଼ ଭକ୍ତିରେ ନିମଜ୍ଜିତ ହେବା ।