ମମ ଯୋନିର୍ମହଦ୍ ବ୍ରହ୍ମ ତସ୍ମିନ୍ଗର୍ଭଂ ଦଧାମ୍ୟହମ୍ ।
ସମ୍ଭବଃ ସର୍ବଭୂତାନାଂ ତତୋ ଭବତି ଭାରତ ।।୩।।
ସର୍ବଯୋନିଷୁ କୌନ୍ତେୟ ମୂର୍ତୟଃ ସମ୍ଭବନ୍ତି ଯାଃ ।
ତାସାଂ ବ୍ରହ୍ମ ମହଦ୍ୟୋନିରହଂ ବୀଜପ୍ରଦଃ ପିତା ।।୪।।
ମମ -ମୋର; ଯୋନି -ଗର୍ଭ; ମହତ୍-ବ୍ରହ୍ମ -ସମଗ୍ର ଭୌତିକ ସ୍ଥିତି, ପ୍ରକୃତି; ତସ୍ମିନ୍-ସେଥିରେ; ଗର୍ଭଂ-ଗର୍ଭ; ଦଧାମି- ସଂଚାର କରେ; ଅହମ୍- ମୁଁ; ସମ୍ଭବଃ -ଜନ୍ମ; ସର୍ବ-ଭୂତାନାଂ-ସମସ୍ତ ଜୀବଙ୍କର; ତତଃ -ସେଥିରୁ; ଭବତି - ହୁଏ; ଭାରତ- ହେ ଭରତପୁତ୍ର !; ସର୍ବଯୋନିଷୁ- ସମସ୍ତ ପ୍ରକାର ଜୀବ-ଯୋନିରେ; କୌନ୍ତେୟ- ହେ କୁନ୍ତିପୁତ୍ର; ମୂର୍ତୟଃ -ରୂପ; ସଂଭବନ୍ତି- ଜାତ ହୁଅନ୍ତି; ଯାଃ-ଯାହା; ତାସାଂ-ସେ ସମସ୍ତେ; ବ୍ରହ୍ମ-ମହତ୍ -ମହାନ୍ ଭୂତ ପ୍ରକୃତି; ଯୋନିଃ- ଗର୍ଭାଶୟ; ଅହଂ-ମୁଁ; ବୀଜପ୍ରଦଃ-ବୀଜ ପ୍ରଦାନକାରୀ; ପିତା-ପିତା ଅଟେ ।
BG 14.3-4: ସମଗ୍ର ମାୟିକ ସ୍ଥିତି ବା ପ୍ରକୃତି, ଗର୍ଭ ଅଟେ । ମୁଁ ଜୀବାତ୍ମାମାନଙ୍କୁ ଏହି ଗର୍ଭରେ ସ୍ଥାପନ କରେ ଏବଂ ଏହିପରି ଭାବରେ ଜୀବଗଣ ଜନ୍ମ ଲାଭ କରନ୍ତି । ହେ କୁନ୍ତିପୁତ୍ର ! ଉତ୍ପନ୍ନ ହେଉଥିବା ସମସ୍ତ ପ୍ରଜାତିର ଜୀବମାନଙ୍କର ଗର୍ଭ ଭୌତିକ ପ୍ରକୃତି ଅଟେ ଏବଂ ମୁଁ ସେମାନଙ୍କର ବୀଜ ପ୍ରଦାନକାରୀ ପିତା ଅଟେ ।
ମମ ଯୋନିର୍ମହଦ୍ ବ୍ରହ୍ମ ତସ୍ମିନ୍ଗର୍ଭଂ ଦଧାମ୍ୟହମ୍ ।
ସମ୍ଭବଃ ସର୍ବଭୂତାନାଂ ତତୋ ଭବତି ଭାରତ ।।୩।।
ସର୍ବଯୋନିଷୁ କୌନ୍ତେୟ ମୂର୍ତୟଃ ସମ୍ଭବନ୍ତି ଯାଃ ।
ତାସାଂ ବ୍ରହ୍ମ ମହଦ୍ୟୋନିରହଂ ବୀଜପ୍ରଦଃ ପିତା ।।୪।।
ସମଗ୍ର ମାୟିକ ସ୍ଥିତି ବା ପ୍ରକୃତି, ଗର୍ଭ ଅଟେ । ମୁଁ ଜୀବାତ୍ମାମାନଙ୍କୁ ଏହି ଗର୍ଭରେ ସ୍ଥାପନ କରେ ଏବଂ ଏହିପରି ଭାବରେ ଜୀବଗଣ ଜନ୍ମ ଲାଭ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭୌତିକ ଜଗତ ସୃଷ୍ଟି, ପାଳନ ଏବଂ ବିଲୟର ଚକ୍ର ଦେଇ ଗତି କରେ, ଯାହାର ବର୍ଣ୍ଣନା ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ କରାଯାଇଛି । ପ୍ରଳୟ ସମୟରେ, ଭଗବାନଙ୍କ ପ୍ରତି ବିମୁଖ ଥିବା ଜୀବଗଣ, ମହା ବିଷ୍ଣୁଙ୍କୁ ଶରୀରରେ ସୁପ୍ତ ଅବସ୍ଥାରେ ରହନ୍ତି । ଭୌତିକ ଶକ୍ତି ବା ପ୍ରକୃତି ମଧ୍ୟ ଭଗବାନଙ୍କ ମହୋଦରରେ ଅବ୍ୟକ୍ତ ଭାବରେ ରହିଥାଏ । ସୃଷ୍ଟି ପ୍ରକ୍ରିୟାକୁ କ୍ରିୟାନ୍ୱିତ କରିବାର ଇଚ୍ଛାରେ ଭଗବାନ ପ୍ରକୃତି ଉପରେ ଦୃଷ୍ଟିପାତ କଲେ, ତାହା ଉନ୍ମୋଚିତ ହେବାକୁ ଆରମ୍ଭ କରେ ଏବଂ କ୍ରମାଗତ ଭାବେ ସେଥିରୁ ମହାନ୍, ଅହଂକାର, ପଞ୍ଚ-ତନ୍ମାତ୍ରା ଏବଂ ପଞ୍ଚ-ମହାଭୂତ ତତ୍ତ୍ୱଗୁଡ଼ିକ ସୃଷ୍ଟି ହୁଅନ୍ତି । ମାଧ୍ୟମିକ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସହାୟତାରେ, ପ୍ରକୃତି ବିଭିନ୍ନ ଜୀବ ସ୍ୱରୂପ ସୃଷ୍ଟି କରେ ଏବଂ ଭଗବାନ, ପୂର୍ବ କର୍ମ ଅନୁସାରେ, ଜୀବକୁ ଉପଯୁକ୍ତ ଶରୀରରେ ସ୍ଥାପିତ କରନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ, ପ୍ରକୃତି ଗର୍ଭତୁଲ୍ୟ ଅଟେ ଏବଂ ଆତ୍ମା ସବୁ ଶୁକ୍ରାଣୁ ରୂପକ ଅଟନ୍ତି । ସେ ଆତ୍ମାକୁ ପ୍ରକୃତି ମାତାଙ୍କ ଗର୍ଭରେ ସ୍ଥାପିତ କରନ୍ତି, ଯିଏ ବିବିଧ ପ୍ରକାରର ପ୍ରାଣୀଙ୍କୁ ଜନ୍ମ ଦିଅନ୍ତି । ଶ୍ରୀମଦ୍ ଭାଗବତମ୍ରେ ମଧ୍ୟ ମହର୍ଷି ବେଦବ୍ୟାସ ସେହି ଅନୁରୂପ ବର୍ଣ୍ଣନା କରିଛନ୍ତି:
ଦୈବାତ୍ କ୍ଷୁଭିତ-ଧର୍ମିଣ୍ୟାଂ ସ୍ୱସ୍ୟାଂ ଯୋନୌ ପରଃ ପୁମାନ୍
ଆଧତ୍ତ ବୀର୍ଯ୍ୟଂ ସାସୁତ ମହତ୍-ତତ୍ତ୍ୱମ୍ ହିରଣ୍ମୟମ୍ । (୩.୨୬.୧୯)
“ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ ।” ସେ ସବୁ ଜୀବଙ୍କୁୁ ମାୟିକ ଜଗତରେ ସ୍ଥାପିତ କରନ୍ତି ନାହିଁ, କେବଳ ବିମୁଖ ଜୀବଙ୍କ ପାଇଁ ତାହା କରିଥା’ନ୍ତି ।