ସତ୍ତ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତିସମ୍ଭବାଃ ।
ନିବଧ୍ନନ୍ତି ମହାବାହୋ ଦେହେ ଦେହିନମବ୍ୟୟମ୍ ।।୫।।
ସତ୍ତ୍ୱଂ-ସତ୍ତ୍ୱଗୁଣ; ରଜଃ-ରଜଗୁଣ; ତମଃ-ତମଗୁଣ; ଇତି-ଏହିପରି; ଗୁଣାଃ-ଗୁଣସବୁ; ପ୍ରକୃତି-ଭୂତ ପ୍ରକୃତି; ସମ୍ଭବାଃ-ଜାତ ହୁଅନ୍ତି; ନିବିଧ୍ନନ୍ତି-ବାନ୍ଧନ୍ତି; ମହାବାହୋ-ହେ ମହାବାହୁ; ଦେହେ- ଏହି ଶରୀରରେ; ଦେହିନଂ- ଜୀବକୁ; ଅବ୍ୟୟମ୍-ଶାଶ୍ୱତ ।
BG 14.5: ହେ ବୀର ଅର୍ଜୁନ ! ପ୍ରକୃତିର ତିନୋଟି ଗୁଣ ରହିଛି- ସତ୍ତ୍ୱ (ସାଧୁତା), ରଜ (କାମନା), ତମ (ଅଜ୍ଞାନ) । ଏହି ଗୁଣ ଗୁ୍ଡ଼ିକ ନିତ୍ୟ ଆତ୍ମାକୁ ଅନିତ୍ୟ ଶରୀରରେ ବାନ୍ଧି ଦିଅନ୍ତି ।
ସତ୍ତ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତିସମ୍ଭବାଃ ।
ନିବଧ୍ନନ୍ତି ମହାବାହୋ ଦେହେ ଦେହିନମବ୍ୟୟମ୍ ।।୫।।
ହେ ବୀର ଅର୍ଜୁନ ! ପ୍ରକୃତିର ତିନୋଟି ଗୁଣ ରହିଛି- ସତ୍ତ୍ୱ (ସାଧୁତା), ରଜ (କାମନା), ତମ (ଅଜ୍ଞାନ) । ଏହି ଗୁଣ ଗୁ୍ଡ଼ିକ ନିତ୍ୟ ଆତ୍ମାକୁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସମସ୍ତ ପ୍ରାଣୀଜଗତ ପ୍ରକୃତି ଓ ପୁରୁଷଙ୍କ ଠାରୁ ଜନ୍ମ ହେବା କଥା ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ପରବର୍ତ୍ତୀ ଚଉଦଟି ଶ୍ଳୋକରେ ଏହା କହିବାକୁ ଯାଉଛନ୍ତି, ପ୍ରକୃତି କିପରି ଆତ୍ମାକୁ ବାନ୍ଧି ଦିଏ । ଏହା ଦିବ୍ୟ ହୋଇଥିବା ସତ୍ତ୍ୱେ, ଶରୀର ସହିତ ଏହାର ତାଦାତ୍ମ୍ୟ; ଏହାକୁ ଭୌତିକ ଗୁଣରେ ବାନ୍ଧିଦିଏ । ଭୌତିକ ଶକ୍ତିର ତିନୋଟି ଗୁଣ ରହିଛି - ସଦ୍ଗୁଣ, କାମନା ଏବଂ ଅଜ୍ଞାନ । ସୁତରାଂ, ପ୍ରକୃତିରୁ ଜାତ ଶରୀର, ମନ, ବୁଦ୍ଧି ମଧ୍ୟ ଏହି ତିନିଗୁଣ ଧାରଣ କରିଥାଆନ୍ତି ।
ଗୋଟିଏ ତିନିରଙ୍ଗ ବିଶିଷ୍ଟ ମୁଦ୍ରଣର ଉଦାହରଣ ଦିଆଯାଇପାରେ । ମେସିନ୍ରୁ ଯଦି କୌଣସି ଗୋଟିଏ ରଙ୍ଗକୁ ଅଧିକ ପରିମାଣରେ କାଗଜକୁ ଛଡ଼ାଯାଏ, ତେବେ ଚିତ୍ରଟିରେ ସେହି ରଙ୍ଗର ଆଭାସ ଆସିଯାଏ । ସେହିପରି, ପ୍ରକୃତିର ତିନିରଙ୍ଗର ସ୍ୟାହି ଅଛି । ଜଣେ ବ୍ୟକ୍ତିଙ୍କର ଅନ୍ତରର ବିଚାର, ବାହ୍ୟ ପରିବେଶ, ପୂର୍ବ ସଂସ୍କାର ଏବଂ ଅନ୍ୟ ଉପାଦାନ ଉପରେ ନିର୍ଭର କରି, ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଗୁଣ ବ୍ୟକ୍ତିଠାରେ ପ୍ରମୁଖ ଭାବରେ ଦେଖା ଯାଇଥାଏ ଏବଂ ଯେଉଁ ଗୁଣଟି ପ୍ରମୁଖ ଥାଏ, ତାହାର ଛାପ ବ୍ୟକ୍ତିର ବ୍ୟକ୍ତିତ୍ୱରେ ପଡିଥାଏ । ଜୀବ ସେହି ପ୍ରମୁଖ ଗୁଣର ପ୍ରବାହରେ ପ୍ରବାହିତ ହୋଇଥାଏ । ଶ୍ରୀକୃଷ୍ଣ ଜୀବ ଉପରେ ଏହି ଗୁଣମାନଙ୍କର ପ୍ରଭାବ ବିଷୟରେ ଆଲୋଚନା କରୁଛନ୍ତି ।