ତତ୍ର ସତ୍ତ୍ୱଂ ନିର୍ମଳତ୍ୱାତ୍ପ୍ରକାଶକମନାମୟମ୍ ।
ସୁଖସଙ୍ଗେନ ବଧ୍ନାତି ଜ୍ଞାନସଙ୍ଗେନ ଚାନଘ ।।୬।।
ତତ୍ର-ସେମାନଙ୍କ ମଧ୍ୟରୁ; ସତ୍ତ୍ୱଂ- ସତ୍ତ୍ୱଗୁଣ; ନିର୍ମଳତ୍ୱାତ୍ -ଶୁଦ୍ଧତମ ହୋଇଥିବା ଯୋଗୁଁ; ପ୍ରକାଶକଂ-ଉଜ୍ଜ୍ୱଳ; ଅନାମୟମ୍ -କଲ୍ୟାଣକର; ସୁଖ -ସୁଖ; ସଙ୍ଗେନ-ସଙ୍ଗରେ; ବଧ୍ନାତି-ବାନ୍ଧେ; ଜ୍ଞାନ-ଜ୍ଞାନ; ସଙ୍ଗେନ-ସଙ୍ଗରେ; ଚ-ମଧ୍ୟ; ଅନଘ- ହେ ଅନଘ ! (ହେ ନିଷ୍ପାପ !)
BG 14.6: ଏମାନଙ୍କ ମଧ୍ୟରୁ, ସତ୍ତ୍ୱଗୁଣ ବା ସଦ୍ଗୁଣ, ଅନ୍ୟ ଗୁଣମାନଙ୍କ ଠାରୁ ଶୁଦ୍ଧତର ହୋଇଥିବାରୁ ତାହା ଜ୍ଞାନ ପ୍ରଦାୟକ ଏବଂ କଲ୍ୟାଣକର ହୋଇଥାଏ । ହେ ଧର୍ମାତ୍ମା ! ଏହା ଆତ୍ମାକୁ ସୁଖ ଓ ଜ୍ଞାନ ପ୍ରତି ଆସକ୍ତ କରି ବନ୍ଧନଯୁକ୍ତ କରାଏ ।
ତତ୍ର ସତ୍ତ୍ୱଂ ନିର୍ମଳତ୍ୱାତ୍ପ୍ରକାଶକମନାମୟମ୍ ।
ସୁଖସଙ୍ଗେନ ବଧ୍ନାତି ଜ୍ଞାନସଙ୍ଗେନ ଚାନଘ ।।୬।।
ଏମାନଙ୍କ ମଧ୍ୟରୁ, ସତ୍ତ୍ୱଗୁଣ ବା ସଦ୍ଗୁଣ, ଅନ୍ୟ ଗୁଣମାନଙ୍କ ଠାରୁ ଶୁଦ୍ଧତର ହୋଇଥିବାରୁ ତାହା ଜ୍ଞାନ ପ୍ରଦାୟକ ଏବଂ କଲ୍ୟାଣକର ହୋଇଥାଏ । ହେ ଧର୍ମାତ୍ମା ! …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପ୍ରକାଶକଂ ଶବ୍ଦର ଅର୍ଥ ‘ଉଦ୍ଭାସିତ’ । ଅନାମୟମ୍ ଅର୍ଥ ‘ସୁସ୍ଥ ଏବଂ କଲ୍ୟାଣକର’ । ବ୍ୟାପକ ଅର୍ଥରେ ଏହା ଯନ୍ତ୍ରଣା, ଅସୁବିଧା, ଅଶାନ୍ତି ଇତ୍ୟାଦି ଅନ୍ତର୍ନିହିତ କାରଣ ରହିତ ‘ଶାନ୍ତିପୂର୍ଣ୍ଣ ଗୁଣ’ ଅଟେ । ସଦ୍ଗୁଣ ନିର୍ମଳ ଏବଂ ଉଜ୍ୱଳ ଅଟେ । ସତ୍ତ୍ୱଗୁଣ ଜୀବର ବ୍ୟକ୍ତିତ୍ୱରେ ସଦ୍ଗୁଣ ପ୍ରକଟିତ କରେ ଏବଂ ବୁଦ୍ଧିକୁ ଜ୍ଞାନଦ୍ୱାରା ଆଲୋକିତ କରେ । ଏହା ବ୍ୟକ୍ତିକୁ ଶାନ୍ତ, ସନ୍ତୁଷ୍ଟ, ଦାନଶୀଳ, ଦୟାଯୁକ୍ତ, ସାହାଯ୍ୟକାରୀ, ପ୍ରଶାନ୍ତ ଚିତ୍ତ ଏବଂ ସ୍ଥିର କରିଥାଏ । ଏହା ବ୍ୟକ୍ତିକୁ ସ୍ୱାସ୍ଥ୍ୟବାନ ଏବଂ ରୋଗମୁକ୍ତ ମଧ୍ୟ କରିଥାଏ । ସଦ୍ଗୁଣ ଶାନ୍ତି ତଥା ଆନନ୍ଦ ପ୍ରଦାନ କରୁଥିଲେ ମଧ୍ୟ, ସେଥିପ୍ରତି ଆସକ୍ତି ହିଁ ଜୀବକୁ ମାୟାବଦ୍ଧ କରି ରଖିଥାଏ ।
ଏହାକୁ ଏକ ଉଦାହରଣ ମାଧ୍ୟମରେ ସ୍ପଷ୍ଟ କରାଯାଇପାରେ । ଜଣେ ଯାତ୍ରୀ ଗୋଟିଏ ଜଙ୍ଗଲ ଦେଇ ଯାତ୍ରା କରୁଥିବା ସମୟରେ, ତିନିଜଣ ଦସ୍ୟୁ ତାଙ୍କୁ ଆକ୍ରମଣ କଲେ । ପ୍ରଥମ ଜଣକ କହିଲା “ଏହି ବ୍ୟକ୍ତିଙ୍କୁ ହତ୍ୟା କରି ତାଙ୍କର ଧନ ଚୋରି କରି ନେବା ।” ଦ୍ୱିତୀୟ ଜଣକ କହିଲା, “ନା, ତାଙ୍କୁ ମାରିବା ନାହିଁ, ତାଙ୍କୁ କେବଳ ବାନ୍ଧି ଦେଇ ତାଙ୍କ ପାଖରେ ଯାହା ଅଛି ନେଇଯିବା ।” ଦ୍ୱିତୀୟ ଦସ୍ୟୁର ମତ ଅନୁସାରେ, ସେମାନେ ତାକୁ ଦଉଡ଼ିରେ ବାନ୍ଧିଦେଇ ତାର ସମସ୍ତ ଅର୍ଥ ନେଇଗଲେ । ସେମାନେ କିଛିବାଟ ଗଲାପରେ ତୃତୀୟ ଦସ୍ୟୁଟି ଫେରିଆସିଲା । ସେ ଯାତ୍ରୀର ଦଉଡ଼ି ସବୁ ଖୋଲିଦେଲା ଏବଂ ତାକୁ ଅରଣ୍ୟର ଶେଷ ପ୍ରାନ୍ତକୁ ନେଇଗଲା । ସେ ତାଙ୍କୁ ବାହାରକୁ ଯିବା ରାସ୍ତା ଦେଖାଇ କହିଲା, “ମୁଁ ନିଜେ ବାହାରକୁ ଯାଇପାରିବି ନାହିଁ, କିନ୍ତୁ ତୁମେ ଯଦି ଏହି ରାସ୍ତା ଅନୁସରଣ କରିବ, ଏହି ଅରଣ୍ୟରୁ ବାହାରକୁ ଯିବାରେ ସକ୍ଷମ ହେବ ।”
ପ୍ରଥମ ଦସ୍ୟୁଟି ତମୋଗୁଣ ବା ଅଜ୍ଞାନତା ଅଟେ, ଯିଏ ଆତ୍ମାକୁ ଆଳସ୍ୟ ପରାୟଣ, ଶକ୍ତିହୀନ ଏବଂ ଅଜ୍ଞାନଯୁକ୍ତ କରି ବସ୍ତୁତଃ ତା’ର ହତ୍ୟା କରିବାକୁ ଇଚ୍ଛା କରିଥାଏ । ଦ୍ୱିତୀୟ ଦସ୍ୟୁଟି ରଜୋଗୁଣ ବା ବାସନା ଅଟେ, ଯିଏ ଜୀବର ବାସନାକୁ ଉଦ୍ଦୀପ୍ତ କରିଥାଏ ଏବଂ ତାକୁ ଅସଂଖ୍ୟ ସାଂସାରିକ କାମନାରେ ବାନ୍ଧିଦିଏ । ତୃତୀୟ ଦସ୍ୟୁଟି ସତ୍ତ୍ୱଗୁଣୀ ବା ସଦ୍ଗୁଣ ଯୁକ୍ତ ଅଟେ, ଯିଏ ଜୀବର ପାପକୁ ହ୍ରାସ କରିଥାଏ, ଭୌତିକ କଷ୍ଟକୁ ଲାଘବ କରିଥାଏ ଏବଂ ଆତ୍ମାକୁ ଧର୍ମର ପଥରେ ସ୍ଥାପିତ କରେ । ତଥାପି ସତ୍ତ୍ୱଗୁଣ ମଧ୍ୟ ମାୟିକ ଗୁଣର ପରିସୀମା ଅନ୍ତର୍ଭୁକ୍ତ ଅଟେ, ତେଣୁ ଆମେ ତାହା ପ୍ରତି ମଧ୍ୟ ଆସକ୍ତ ହେବା ଉଚିତ ନୁହେଁ, ତା ପରିବର୍ତ୍ତେ, ଆମେ ସେହି ପୃଷ୍ଠଭୂମିକୁ ଦିବ୍ୟ ଜଗତରେ ପଦାର୍ପଣ କରିବାକୁ ବ୍ୟବହାର କରିବା ଉଚିତ ।
ଏହି ତ୍ରିଗୁଣର ଉର୍ଦ୍ଧ୍ୱରେ ଶୁଦ୍ଧ ସତ୍ତ୍ୱ ବା ଦିବ୍ୟ ସଦ୍ଗୁଣ ରହିଛି । ଏହା ଭଗବାନଙ୍କ ଦିବ୍ୟଶକ୍ତିର ଗୁଣ ଅଟେ, ଯାହାର ସ୍ଥିତି ମାୟିକ ଗୁଣର ଊର୍ଦ୍ଧ୍ୱରେ । ଭଗବତ୍ ପ୍ରାପ୍ତି ପରେ, ଭଗବାନ କୃପା କରି ଜୀବକୁ ଶୁଦ୍ଧ ସତ୍ତ୍ୱ ପ୍ରଦାନ କରିଥାଆନ୍ତି, ଯଦ୍ୱାରା ଜୀବର ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦିବ୍ୟ ହୋଇଯାଏ ।