ରଜୋ ରାଗାତ୍ମକଂ ବିଦ୍ଧି ତୃଷ୍ଣାସଙ୍ଗସମୁଦ୍ଭବମ୍ ।
ତନ୍ନିବଧ୍ନାତି କୌନ୍ତେୟ କର୍ମସଙ୍ଗେନ ଦେହିନମ୍ ।।୭।।
ରଜଃ-ରଜୋଗୁଣ; ରାଗ-ଆତ୍ମକଂ- ବାସନାତ୍ମକ; ବିଦ୍ଧି-ଜାଣ; ତୃଷ୍ଣା-କାମନା; ସଙ୍ଗ-ସଙ୍ଗ; ସମୁଦ୍ଭବମ୍-ଜାତ; ତତ୍-ତାହା; ନିବଧ୍ନତି- ବନ୍ଧନ କରାଏ; କୌନ୍ତେୟ-ହେ କୁନ୍ତି-ପୁତ୍ର; କର୍ମ-ସଙ୍ଗେନ- ସକାମ କର୍ମରେ ଆସକ୍ତି; ଦେହିନମ୍-ଦେହଧାରୀ ଆତ୍ମାକୁ ।
BG 14.7: ହେ ଅର୍ଜୁନ ! ରଜୋଗୁଣ ବାସନାତ୍ମକ ଅଟେ । ଏହା ସାଂସାରିକ କାମନା ଓ ଅନୁରାଗରୁ ଜାତ ହୁଏ ଏବଂ ଫଳଯୁକ୍ତ କର୍ମର ଆସକ୍ତି ଦ୍ୱାରା ଆତ୍ମାକୁ ବନ୍ଧନରେ ପକାଇଥାଏ ।
ରଜୋ ରାଗାତ୍ମକଂ ବିଦ୍ଧି ତୃଷ୍ଣାସଙ୍ଗସମୁଦ୍ଭବମ୍ ।
ତନ୍ନିବଧ୍ନାତି କୌନ୍ତେୟ କର୍ମସଙ୍ଗେନ ଦେହିନମ୍ ।।୭।।
ହେ ଅର୍ଜୁନ ! ରଜୋଗୁଣ ବାସନାତ୍ମକ ଅଟେ । ଏହା ସାଂସାରିକ କାମନା ଓ ଅନୁରାଗରୁ ଜାତ ହୁଏ ଏବଂ ଫଳଯୁକ୍ତ କର୍ମର ଆସକ୍ତି ଦ୍ୱାରା ଆତ୍ମାକୁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ବର୍ତ୍ତମାନ ରଜୋଗୁଣର କାର୍ଯ୍ୟ, ଏବଂ ଏହା କିପରି ଆତ୍ମାକୁ ଭୌତିକ ଜଗତ ସହିତ ବାନ୍ଧିଦିଏ, ତାହା ବୁଝାଇଛନ୍ତି । ପତଞ୍ଜଳି ଯୋଗ ଦର୍ଶନ ଭୌତିକ କର୍ମକୁ, ରଜୋଗୁଣର ପ୍ରମୁଖ ପରିପ୍ରକାଶ ଭାବରେ ବର୍ଣ୍ଣନା କରିଥାଏ । ଏଠାରେ ଶ୍ରୀକୃଷ୍ଣ ଆସକ୍ତି ଓ କାମନାକୁ ଏହାର ମୁଖ୍ୟ ପରିପ୍ରକାଶ ଭାବରେ ସୂଚିତ କରିଛନ୍ତି ।
ରଜୋଗୁଣ ବାସନା ଇନ୍ଦ୍ରିୟ ସୁଖର ଲାଳସା ଉତ୍ପନ୍ନ କରିଥାଏ । ଏହା ମାନସିକ ଓ ଶାରୀରିକ ସୁଖକାମନା ପ୍ରଜ୍ୱଳିତ କରେ ଏବଂ ସଂସାରର ବସ୍ତୁମାନଙ୍କ ପ୍ରତି ମଧ୍ୟ ଆସକ୍ତି ବୃଦ୍ଧି କରେ । ରଜଗୁଣରେ ବଶୀଭୂତ ବ୍ୟକ୍ତି ସଂସାରରେ ଖ୍ୟାତି, ସମ୍ମାନ, ବୃତ୍ତି, ପରିବାର ଓ ଗୃହ ଆଦି ଭୌତିକ ଦ୍ରବ୍ୟପ୍ରାପ୍ତିର ପ୍ରଯତ୍ନରେ ବୁଡ଼ି ରହିଥାଏ । ସେମାନେ ଏସବୁକୁ ଉପଭୋଗର ଉତ୍ସ ଭାବରେ ଦେଖିଥାନ୍ତି ଏବଂ ଏହାର ପ୍ରାପ୍ତି ନିମନ୍ତେ କଠିନ ଉଦ୍ୟମ କରିଥାନ୍ତି । ଏହିପରି ଭାବରେ ଆସକ୍ତି କାମନାର ବୃଦ୍ଧି କରାଏ ଏବଂ ଏହି କାମନା ପୁଣି ଆସକ୍ତି ବୃଦ୍ଧି କରିବା ପାଇଁ ଇନ୍ଧନ ଯୋଗାଇଥାଏ । ଉଭୟ ଉଭୟଙ୍କୁ ପ୍ରତିପାଳିତ କରି ଆତ୍ମାକୁ ସାଂସାରିକ ଜୀବନରେ ବନ୍ଦୀ କରିଦିଅନ୍ତି ।
ଏହାକୁ ଛିନ୍ନ କରିବାର ଉପାୟ ହେଉଛି କର୍ମଯୋଗରେ ନିଯୁକ୍ତ ହେବା, ଅର୍ଥାତ୍ ନିଜର କର୍ମଫଳକୁ ଭଗବାନଙ୍କ ପ୍ରତି ଅର୍ପଣ କରିବା । ଏହା ସଂସାରରୁ ବୈରାଗ୍ୟ ଉତ୍ପନ୍ନ କରେ ଏବଂ ରଜୋଗୁଣର ପ୍ରଭାବକୁ ଶାନ୍ତ କରେ ।