Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 8

ତମସ୍ତ୍ୱଜ୍ଞାନଜଂ ବିଦ୍ଧି ମୋହନଂ ସର୍ବଦେହିନାମ୍ ।
ପ୍ରମାଦାଲସ୍ୟନିଦ୍ରାଭିସ୍ତନ୍ନିବଧ୍ନାତି ଭାରତ ।।୮।।

ତମଃ- ତମଗୁଣ; ତୁ-କିନ୍ତୁ; ଅଜ୍ଞାନଜଂ-ଅଜ୍ଞାନତାରୁ ଜାତ; ବିଦ୍ଧି- ଜାଣ; ମୋହନଂ-ଭ୍ରମ; ସର୍ବଦେହିନାମ୍ -ସମସ୍ତ ଦେହଧାରୀଙ୍କ ପାଇଁ; ପ୍ରମାଦ- ଅବହେଳା; ଆଳସ୍ୟ -ଆଳସ୍ୟ; ନିଦ୍ରାଭିଃ-ନିଦ୍ରା; ତତ୍‌-ତାହା; ନିବଧ୍ନତି- ବାନ୍ଧେ; ଭାରତ- ହେ ଭରତ ପୁତ୍ର !

Translation

BG 14.8: ହେ ଅର୍ଜୁନ ! ତମଗୁଣ ଅଜ୍ଞାନତାରୁ ଜାତ, ଯାହା ଶରୀରସ୍ଥ ଆତ୍ମା ପାଇଁ ଭ୍ରମର କାରଣ ହୋଇଥାଏ । ଏହା ଅବହେଳା, ଆଳସ୍ୟ ଏବଂ ନିଦ୍ରା ଦ୍ୱାରା ପ୍ରାଣୀମାନଙ୍କୁ ମୋହିତ କରେ ।

Commentary

ତମୋଗୁଣ ସତ୍ତ୍ୱଗୁଣର ବିରୋଧୀ ଅଟେ । ଏହାଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ, ନିଦ୍ରା, ଆଳସ୍ୟ, ମାଦକ ଦ୍ରବ୍ୟ ସେବନ, ହିଂସା ଏବଂ ଜୁଆ ଇତ୍ୟାଦିରୁ ଆନନ୍ଦ ପାଇଥାନ୍ତି । ସେମାନେ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ କରିବାର ବିଚାର ଶକ୍ତି ହରାଇ ବସନ୍ତି । ନିଜ ଇଚ୍ଛା ପୂରଣ ପାଇଁ ସେମାନେ କୌଣସି ଅନୈତିକ କାର୍ଯ୍ୟ କରିବାକୁ ଦ୍ୱିଧାବୋଧ କରନ୍ତି ନାହିଁ । ନିଜ କର୍ତ୍ତବ୍ୟ ନିର୍ବାହ କରିବା ତାଙ୍କୁ ବୋଝ ସଦୃଶ ପ୍ରତୀତ ହୁଏ, ସେମାନେ ସେଥିରେ ଅବହେଳା ପ୍ରଦର୍ଶନ କରନ୍ତି ଏବଂ ଆଳସ୍ୟ ଓ ନିଦ୍ରା ପ୍ରତି ଆଗ୍ରହୀ ହୁଅନ୍ତି । ଏହିପରି ଭାବରେ ଅଜ୍ଞାନତା  ଜୀବକୁ ଅଜ୍ଞାନ ଅନ୍ଧକାରର ଗଭୀରକୁ ନେଇଯାଏ । ନିଜର ଆଧ୍ୟାତ୍ମିକ ପରିଚୟ, ଜୀବନର ଲକ୍ଷ୍ୟ ଏବଂ ମାନବ ଶରୀରରେ ପ୍ରାପ୍ତ ହୋଉଥିବା ଆଧ୍ୟାତ୍ମିକ ଉନ୍ନତିର ସୁଯୋଗ ଇତ୍ୟାଦି ବିଷୟର ପୂର୍ଣ୍ଣ ବିସ୍ମୃତି ହୋଇଯାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!