Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 9

ସତ୍ତ୍ୱଂ ସୁଖେ ସଂଜୟତି ରଜଃ କର୍ମଣି ଭାରତ ।
ଜ୍ଞାନମାବୃତ୍ୟ ତୁ ତମଃ ପ୍ରମାଦେ ସଂଜୟତ୍ୟୁତ ।।୯।।

ସତ୍ତ୍ୱଂ-ସତ୍ତ୍ୱଗୁଣ; ସୁଖେ-ସୁଖରେ; ସଂଜୟତି- ବାନ୍ଧି ଥାଏ; ରଜଃ -ରଜଗୁଣ; କର୍ମଣି -କର୍ମଫଳରେ; ଭାରତ- ହେ ଭରତ ବଂଶଜ !; ଜ୍ଞାନଂ-ଜ୍ଞାନକୁ; ଆବୃତ୍ୟ- ଆବୃତ କରି; ତୁ-କିନ୍ତୁ; ତମଃ- ତମଗୁଣ; ପ୍ରମାଦେ-ମୋହରେ; ସଂଜୟତି-ବାନ୍ଧି ଥାଏ; ଉତ- ବାସ୍ତବରେ ।

Translation

BG 14.9: ସତ୍ତ୍ୱଗୁଣ ବ୍ୟକ୍ତିକୁ ସାଂସାରିକ ସୁଖ ଜନିତ ବନ୍ଧନରେ ବାନ୍ଧିଦିଏ, ରଜୋଗୁଣ ଜୀବକୁ କର୍ମ ଦିଗରେ ପ୍ରେରିତ କରେ, ତମୋଗୁଣ ଜ୍ଞାନକୁ ଆବୃତ କରି ବ୍ୟକ୍ତିକୁ ମୋହରେ ବାନ୍ଧିଦିଏ ।

Commentary

ବ୍ୟକ୍ତି ସଦ୍‌ଗୁଣ ଯୁକ୍ତ ହେଲେ, ଭୌତିକ ଜଗତର କଷ୍ଟ କମ୍ ହୋଇଥାଏ ଏବଂ ସାଂସାରିକ କାମନା କ୍ଷାନ୍ତ ହୋଇଥାଏ । ଏହା ସବୁ ପରିସ୍ଥିତିରେ ବ୍ୟକ୍ତିକୁ ସନ୍ତୋଷ ପ୍ରଦାନ କରିଥାଏ । ଏହା ଉତ୍ତମ ଅଟେ, କିନ୍ତୁ ଏହାର ଏକ ନକାରାତ୍ମକ ଦିଗ ମଧ୍ୟ ରହିପାରେ । ଉଦାହରଣ ସ୍ୱରୂପ, ଯେଉଁମାନେ ସଂସାରରେ କଷ୍ଟ ଅନୁଭବ କରନ୍ତି ଏବଂ କାମନା ଦ୍ୱାରା ମାନସିକ ସ୍ତରରେ ପୀଡ଼ିତ ହୁଅନ୍ତି, ସେମାନେ ତା’ର ଏକ ସମାଧାନର ପଥ ଖୋଜିବାକୁ ପ୍ରେରିତ ହୁଅନ୍ତି । ଏହି ପ୍ରେରଣା ତାଙ୍କୁ ବେଳେବେଳେ ଆଧ୍ୟାତ୍ମିକ ପଥରେ ଅଗ୍ରସର କରାଏ । କିନ୍ତୁ ଅନେକ ସମୟରେ, ସଦ୍‌ଗୁଣଯୁକ୍ତ ବ୍ୟକ୍ତି ସହଜରେ ତୃପ୍ତ ହୋଇଯାନ୍ତି ଏବଂ ଦିବ୍ୟ ସ୍ତରକୁ ଉନ୍ନୀତ ହେବା ପାଇଁ ଆଗ୍ରହୀ ହୁଅନ୍ତି ନାହିଁ । ତାଛଡା, ସତ୍ତ୍ୱଗୁଣ ବୁଦ୍ଧିକୁ ଜ୍ଞାନରେ ଉଦ୍‌ଭାସିତ କରେ । କିନ୍ତୁ ତାହା ଯଦି ଆଧ୍ୟାତ୍ମିକ ଜ୍ଞାନଯୁକ୍ତ ନ ହୁଏ, ତେବେ ସେହି ଜ୍ଞାନ ଗର୍ବ ସୃଷ୍ଟି କରିଥାଏ ଏବଂ ତାହା ଭଗବାନଙ୍କ ଭକ୍ତି ପଥରେ ବାଧକ ହୁଏ । ଅଧିକାଂଶ ସମୟରେ, ବୈଜ୍ଞାନିକ, ବିଦ୍ୱାନ ଏବଂ ଶିକ୍ଷାବିତ୍‌ମାନଙ୍କ କ୍ଷେତ୍ରରେ ଏପରି ହେବାର ଦେଖାଯାଇଥାଏ । ତାଙ୍କଠାରେ ସଦ୍‌ଗୁଣ ପ୍ରମୁଖ ଭାବରେ ପ୍ରକାଶ ପାଏ, କାରଣ ସେମାନେ ତାଙ୍କର ସମୟ ଓ ଶକ୍ତି ଜ୍ଞାନ ବୃଦ୍ଧିରେ ବ୍ୟୟ କରିଥାନ୍ତି । ତାଙ୍କର ଜ୍ଞାନ ଅନେକ ସମୟରେ ତାଙ୍କୁ ଅହଂକାରୀ କରିଦିଏ ଏବଂ ସେମାନେ ଏପରି ଅନୁଭବ କରିବାରେ ଲାଗନ୍ତି ଯେ  ତାଙ୍କ ବୁଦ୍ଧି ବର୍ହିଗତ କୌଣସି ସତ୍ୟ ନାହିଁ । ତେଣୁ ଶାସ୍ତ୍ର କିମ୍ବା ଭଗବତ୍‌ପ୍ରାପ୍ତ ସନ୍ଥମାନଙ୍କ ପ୍ରତି ସେମାନଙ୍କ ମନରେ ସହଜରେ ଶ୍ରଦ୍ଧା ଉତ୍ପନ୍ନ ହୋଇ ନ ଥାଏ ।

ରଜୋଗୁଣ ଜୀବକୁ କଠିନ ଉଦ୍ୟମ ପ୍ରତି ପ୍ରେରିତ କରିଥାଏ । ସେମାନଙ୍କର ସଂସାର ଆସକ୍ତି ଏବଂ ସୁଖ, ସମ୍ମାନ, ଅର୍ଥ ଏବଂ ଶାରୀରିକ ସୁଖ-ସାଧନର ଲାଳସା ସେମାନଙ୍କୁ ସଂସାରରେ କଠିନ ପରିଶ୍ରମ କରିବାକୁ ପ୍ରେରିତ କରିଥାଏ, ଯଦ୍ୱାରା ଯେଉଁସବୁ ସାଂସାରିକ ଲକ୍ଷ୍ୟକୁ ସେମାନେ ଜୀବନରେ ଅଧିକ ମହତ୍ୱପୂର୍ଣ୍ଣ ମନେକରି ଥାଆନ୍ତି, ତାହା ସେମାନଙ୍କୁ ପ୍ରାପ୍ତ ହୋଇଥାଏ । ରଜୋଗୁଣ ପୁରୁଷ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଆକର୍ଷଣ ବୃଦ୍ଧି କରେ ଏବଂ କାମ (ଯୌନପ୍ରବୃତ୍ତି)ବାସନା ଉତ୍ପନ୍ନ କରେ । ଏହି କାମକୁ ସନ୍ତୁଷ୍ଟ କରିବା ପାଇଁ ପୁରୁଷ ଓ ସ୍ତ୍ରୀ ବିବାହ କରିଥାନ୍ତି ଏବଂ ଗୃହସ୍ଥ ଜୀବନ ଯାପନ କରିଥାନ୍ତି । ଗୃହର ରକ୍ଷଣାବେକ୍ଷଣ ପାଇଁ ଧନ ଆବଶ୍ୟକ, ତେଣୁ ଆର୍ଥିକ ଉନ୍ନତି ପାଇଁ ସେମାନେ କଠୋର ପରିଶ୍ରମ କରିଥାନ୍ତି । ନିଜକୁ ସେମାନେ କଠିନ କର୍ମରେ ନିୟୋଜିତ କରନ୍ତି ଏବଂ ପ୍ରତ୍ୟେକ କର୍ମ ପୁନର୍ବାର ସେମାନଙ୍କୁ ମାୟିକ ବନ୍ଧନରେ ପକାଏ ।

ତମୋଗୁଣ ଜୀବର ବୁଦ୍ଧିକୁ ଅଜ୍ଞାନରେ ଆବୃତ କରିଦିଏ, ଯଦ୍ୱାରା ଆନନ୍ଦର କାମନା ଏକ ବିକୃତ ରୂପରେ ପ୍ରକଟିତ ହୁଏ । ଉଦାହରଣ ସ୍ୱରୂପ, ସମସ୍ତେ ଜାଣନ୍ତି ଯେ, ସିଗାରେଟ୍ ପାନକରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ସରକାରୀ ପ୍ରାଧିକରଣ ଦ୍ୱାରା ସିଗାରେଟ୍ ଖୋଳ ଉପରେ ଏକ ଚେତାବନୀ ଲେଖାଯାଇଥାଏ । ଏହି ଚେତାବନୀକୁ ପଢ଼ି ମଧ୍ୟ ଧୂମପାନ କରୁଥିବା ବ୍ୟକ୍ତି ସେଥିରୁ ନିବୃତ ହୁଅନ୍ତି ନାହିଁ । ଏହାର କାରଣ ବୁଦ୍ଧି ତାର ବିଚାରଶକ୍ତି ହରାଇ ଥାଏ, ତେଣୁ ଧୂମପାନର ଆନନ୍ଦ ପାଇବା ପାଇଁ ସେ ନିଜର କ୍ଷତି କରିବାକୁ ମଧ୍ୟ ପଛାଇ ନ ଥାଏ । ଜଣେ ପରିହାସ କରି କହିଥିଲେ, “ସିଗାରେଟ୍ ଗୋଟିଏ ପାଇପ୍ ଯାହାର ଗୋଟିଏ ପାଶ୍ୱର୍ରେ ନିଆଁ ଥାଏ ଏବଂ ଅନ୍ୟ ପାଶ୍ୱର୍ରେ ମୁର୍ଖ ଲୋକଟିଏ ଥାଏ ।” ଏହା ତମୋଗୁଣର ପ୍ରଭାବ ଅଟେ, ଏହା ଜୀବକୁ ଅଜ୍ଞାନର ଅନ୍ଧକାରରେ ଆବଦ୍ଧ କରିଦିଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!