ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତମ୍ ।
ବିମୂଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ ।।୧୦।।
ଉତ୍କ୍ରାମନ୍ତଂ -ଶରୀର ତ୍ୟାଗକରି; ସ୍ଥିତଂ - ଶରୀରରେ ଅବସ୍ଥିତ; ବା ଅପି- କିମ୍ବା; ଭୁଞ୍ଜାନାଂ -ଉପଭୋଗ କରି; ବା-କିମ୍ବା; ଗୁଣ-ଅନ୍ୱିତମ୍- ମାୟାଧୀନ; ବିମୂଢ଼ାଃ -ମୂର୍ଖମାନେ; ନ ଅନୁପଶ୍ୟନ୍ତି -ଦେଖିପାରନ୍ତି ନାହିଁ; ପଶ୍ୟନ୍ତି -ଦେଖନ୍ତି; ଜ୍ଞାନ-ଚକ୍ଷୁଷଃ -ଯାହାର ଜ୍ଞାନଚକ୍ଷୁ ଅଛି ।
BG 15.10: ଅଜ୍ଞାନୀମାନେ ଆତ୍ମା ଶରୀରରେ ନିବାସ କରିଥିବା ବେଳେ କିମ୍ବା ଇନ୍ଦ୍ରିୟ ବସ୍ତୁକୁ ଉପଭୋଗ କରୁଥିବା ବେଳେ କିମ୍ବା ଶରୀର ତ୍ୟାଗ କଲାବେଳେ ମଧ୍ୟ, ତାହାକୁ ଉପଲବ୍ଧି କରିପାରନ୍ତି ନାହିଁ । କିନ୍ତୁ ଯେଉଁମାନଙ୍କର ଚକ୍ଷୁ ଜ୍ଞାନଯୁକ୍ତ, ସେମାନେ ତାହାକୁ ଲକ୍ଷ୍ୟ କରିପାରନ୍ତି ।
ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତମ୍ ।
ବିମୂଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ ।।୧୦।।
ଅଜ୍ଞାନୀମାନେ ଆତ୍ମା ଶରୀରରେ ନିବାସ କରିଥିବା ବେଳେ କିମ୍ବା ଇନ୍ଦ୍ରିୟ ବସ୍ତୁକୁ ଉପଭୋଗ କରୁଥିବା ବେଳେ କିମ୍ବା ଶରୀର ତ୍ୟାଗ କଲାବେଳେ ମଧ୍ୟ, ତାହାକୁ ଉପଲବ୍ଧି କରିପାରନ୍ତି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଯଦିଓ ଆତ୍ମା ଶରୀର ମଧ୍ୟରେ ବାସ କରେ ଏବଂ ମନ ଓ ଇନ୍ଦ୍ରିୟଙ୍କ ଅନୁଭୂତିକୁ ଆସ୍ୱାଦନ କରେ, ତଥାପି ସମସ୍ତେ ଏ ବିଷୟରେ ଅବଗତ ନ ଥାନ୍ତି । କାରଣ ଆତ୍ମା ଅପ୍ରାକୃତ ଅଟେ ଏବଂ ପ୍ରାକୃତ ଇନ୍ଦ୍ରିୟ ଦ୍ୱାରା ତାହାକୁ ସ୍ପର୍ଶ ବା ଦର୍ଶନ କରିହେବ ନାହିଁ । ବୈଜ୍ଞାନିକ ମାନେ ପ୍ରୟୋଗଶାଳାରେ ସେମାନଙ୍କର ଦ୍ୱାରା ଏହାକୁ ଚିହ୍ନଟ କରିପାରନ୍ତି ନାହିଁ । ତେଣୁ ଭୁଲବଶତଃ ସେମାନେ ଶରୀରକୁ ‘ମୁଁ’ ମନେକରନ୍ତି । ଏହା ଜଣେ କାରିଗର, କାର କିପରି ଚାଲେ ତାହା ଜାଣିବାକୁ ଚେଷ୍ଟା କରିବା ପରି ଅଟେ । ସେ ଘୂରୁଥିବା ଚକଠାରୁ ଅନୁସନ୍ଧାନ ଆରମ୍ଭ କରି ଆକ୍ସିଲେରେଟର୍, ଇଞ୍ଜିନ୍ ସ୍ୱିଚ୍ ଏବଂ ଷ୍ଟିଅରିଙ୍ଗ ଚକ ଇତ୍ୟାଦି ପାଇଥାଏ । ସେ ଏଗୁଡିକୁ କାର୍ ଚାଲିବାର କାରଣ ରୂପେ ଅଭିହିତ କରିଥାଏ, କିନ୍ତୁ କାର୍ ଚାଳକକୁ ଭୁଲିଯାଇ ଥାଏ । ସେହିପରି ଶରୀର ମଧ୍ୟରେ ଆତ୍ମାର ଅବସ୍ଥିତି ଉପଲବ୍ଧି ନ କରି, ଶରୀର ବିଜ୍ଞାନୀମାନେ ଶରୀରର ବିଭିନ୍ନ ଅଂଶଗୁଡ଼ିକ ଶରୀର ମଧ୍ୟରେ ଜୀବନ ସୃଷ୍ଟି କରନ୍ତି, ଏହି ନିର୍ଣ୍ଣୟ ନେଇଥାନ୍ତି ।
କିନ୍ତୁ ଯେଉଁମାନେ ଆଧ୍ୟାତ୍ମିକ ପଥରେ ଯାତ୍ରା କରନ୍ତି, ସେମାନେ ଜ୍ଞାନଚକ୍ଷୁରେ ଦେଖିପାରନ୍ତି ଯେ ଆତ୍ମା ଏହି ସମସ୍ତ ଅଂଶଗୁଡ଼ିକୁ ଶକ୍ତି ପ୍ରଦାନ କରେ । ସେଥିପାଇଁ ଆତ୍ମା ଯେତେବେଳେ ଶରୀର ଛାଡ଼ି ଚାଲିଯାଏ, ଶରୀରର ସମସ୍ତ ଅଙ୍ଗ ଯଥା ହୃତ୍ପିଣ୍ଡ, ମସ୍ତିଷ୍କ, ଫୁସ୍ଫୁସ୍ ଇତ୍ୟାଦି ଥାଇ ମଧ୍ୟ ଚେତନାହୀନ ହୋଇଯାଆନ୍ତି । ଚୈତନ୍ୟତା ଆତ୍ମାର ଗୁଣ ଅଟେ; ଆତ୍ମା ଶରୀରରେ ଥିବା ପର୍ଯ୍ୟନ୍ତ ଏହା ଶରୀରରେ ରହେ ଏବଂ ଆତ୍ମା ଚାଲିଗଲେ ସେ ମଧ୍ୟ ଚାଲିଯାଏ । କେବଳ ଯାହାର ଜ୍ଞାନ ଚକ୍ଷୁ ଥାଏ, ସେ ଏହାକୁ ଦେଖି ପାରେ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ମୂଢ଼ ବ୍ୟକ୍ତି, ନିଜର ଦିବ୍ୟ ପରିଚୟକୁ ଭୁଲି, ନିଜକୁ ଭୌତିକ ଶରୀର ମନେ କରିଥାଏ ।