Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 15, Verse 16

ଦ୍ୱାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ ।
କ୍ଷରଃ ସର୍ବାଣି ଭୂତାନି କୂଟସ୍ଥୋଽକ୍ଷର ଉଚ୍ୟତେ ।।୧୬।।

ଦ୍ୱୌ- ଦୁଇ; ଇମୌ -ଏହି; ପୁରୁଷୌ - ଜୀବଗଣ; ଲୋକେ -ସୃଷ୍ଟିରେ; କ୍ଷରଃ -ବିନାଶୀ; ଚ -ଏବଂ; ଅକ୍ଷରଃ - ଅବିନାଶୀ; ଏବ-ଏପରି କି; ଚ-ଏବଂ; କ୍ଷରଃ -ବିନାଶୀ; ସର୍ବାଣି -ସମସ୍ତ; ଭୂତାନି-ଜୀବ; କୂଟସ୍ଥଃ -ମୁକ୍ତ; ଅକ୍ଷରଃ -ଅବିନାଶୀ; ଉଚ୍ୟତେ -କୁହାଯାଏ ।

Translation

BG 15.16: ସୃଷ୍ଟିରେ ଦୁଇ ପ୍ରକାରର ଜୀବ ଅଛନ୍ତି: କ୍ଷର (ନଶ୍ୱର) ଏବଂ ଅକ୍ଷର (ଅବିନଶ୍ୱର) । ଭୌତିକ ଜଗତର ସମସ୍ତ ଜୀବ ନଶ୍ୱର ଅଟନ୍ତି । ମୁକ୍ତ ଜୀବମାନେ ଅବିନଶ୍ୱର ଅଟନ୍ତି ।

Commentary

ଭୌତିକ ଜଗତରେ, ମାୟା ଜୀବାତ୍ମାକୁ ଭୌତିକ ଶରୀରରେ ବାନ୍ଧି ରଖିଥାଏ । ଆତ୍ମା ଯଦିଓ ନିତ୍ୟ ଅଟେ, ତଥାପି ଏହା ଶରୀରର ଜନ୍ମ ଓ ମୃତ୍ୟୁକୁ ବାରମ୍ବାର ଅନୁଭବ କରେ । ଶ୍ରୀକୃଷ୍ଣ, ଭୌତିକ ଜଗତରେ ଦେହଧାରୀ ଜୀବଙ୍କୁ କ୍ଷର ଭାବର ଅଭିହିତ କରିଛନ୍ତି । କ୍ଷୁଦ୍ରତମ କୀଟଠାରୁ ଆରମ୍ଭ କରି ଶ୍ରେଷ୍ଠତମ ସ୍ୱର୍ଗର ଦେବତାଗଣ ଏହାର ଅନ୍ତର୍ଭୁକ୍ତ ।

ଏତଦ୍‌ବ୍ୟତୀତ, ଭଗବାନଙ୍କ ଦିବ୍ୟ ଜଗତରେ ମଧ୍ୟ ଜୀବ ଅଛନ୍ତି । ଏହି ଜୀବମାନେ ଅମର ଶରୀର ଧାରଣ କରିଥାନ୍ତି, ଯେଉଁଥିରେ ସେମାନେ ମୃତ୍ୟୁର ପ୍ରକ୍ରିୟାକୁ ଅନୁଭବ କରନ୍ତି ନାହିଁ । ସେଥିପାଇଁ ସେମାନଙ୍କୁ ଅକ୍ଷର (ଅବିନଶ୍ୱର) ଶ୍ରେଣୀଭୁକ୍ତ କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
15. ପୁରୁଷୋତ୍ତମ ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!