Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 15, Verse 17

ଉତ୍ତମଃ ପୁରୁଷସ୍ତ୍ୱନ୍ୟଃ ପରମାତ୍ମେତ୍ୟୁଦାହୃତଃ ।
ଯୋ ଲୋକତ୍ରୟମାବିଶ୍ୟ ବିଭ୍ୟର୍ତ୍ୟବ୍ୟୟ ଈଶ୍ୱରଃ ।।୧୭।।

ଉତ୍ତମଃ - ଶ୍ରେଷ୍ଠ; ପୁରୁଷଃ -ପୁରୁଷ; ତୁ -କିନ୍ତୁ; ଅନ୍ୟଃ- ଅନ୍ୟ; ପରମ ଆତ୍ମା -ପରମାତ୍ମା; ଇତି -ଏହିପରି; ଉଦାହୃତଃ - କୁହାଯାଏ; ଯଃ -ଯିଏ; ଲୋକ-ତ୍ରୟଂ -ତ୍ରିଭୁବନ; ଆବିଶ୍ୟ - ପ୍ରବେଶ କରି; ବିଭର୍ତି -ପାଳନ କରୁଛନ୍ତି; ଅବ୍ୟୟଃ - ଅବ୍ୟୟ; ଈଶ୍ୱରଃ- ଈଶ୍ୱର ।

Translation

BG 15.17: ଏତଦ୍‌ବ୍ୟତୀତ, ଜଣେ ପରମ ଦିବ୍ୟ ପୁରୁଷ ଅଛନ୍ତି, ସେ ଅବିନାଶୀ ପରମାତ୍ମା ଅଟନ୍ତି । ଯିଏ କି ଅପରିବର୍ତ୍ତନୀୟ ନିୟାମକ ଭାବରେ ତ୍ରିଲୋକରେ ବ୍ୟାପ୍ତ ରହନ୍ତି ଏବଂ ସମସ୍ତ ପ୍ରାଣୀଙ୍କୁ ପାଳନ କରନ୍ତି ।

Commentary

ସଂସାର ଏବଂ ଆତ୍ମା ସମ୍ବନ୍ଧରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବାନଙ୍କ ବିଷୟରେ କହୁଛନ୍ତି, ଯିଏକି ଉଭୟ ଲୋକର ନଶ୍ୱର ଏବଂ ଅବିନଶ୍ୱର ପ୍ରାଣୀଙ୍କ ଅନୁଭୂତିର ସୀମା ବର୍ହିଭୂତ ଅଟନ୍ତି । ଶାସ୍ତ୍ରମାନେ ତାଙ୍କୁ ପରମାତ୍ମା ରୂପେ ମଧ୍ୟ ଅଭିହିତ କରିଥାଆନ୍ତି, ଅର୍ଥାତ୍ ପରମ ଆତ୍ମା । ଗୁଣବାଚକ ବିଶେଷଣ ପରମ ଶବ୍ଦ ଦର୍ଶାଇ ଥାଏ ଯେ ପରମାତ୍ମା ଆତ୍ମାଠାରୁ ଭିନ୍ନ ଅଟନ୍ତି । ଏହି ଶ୍ଲୋକଟି ଅଦ୍ୱୈତବାଦୀ ଦାର୍ଶନିକ ମାନଙ୍କର, ‘ଆତ୍ମା ହିଁ ପରମାତ୍ମା’, ସିଦ୍ଧାନ୍ତକୁ ସ୍ପଷ୍ଟ ରୂପରେ ଖଣ୍ଡନ କରୁଛି ।

ଆତ୍ମା ଅତି ସୂକ୍ଷ୍ମ ଏବଂ ସେ ନିବାସ କରିଥିବା ଶରୀରରେ ବ୍ୟାପ୍ତ ଥାଏ, କିନ୍ତୁ ପରମାତ୍ମା ସମସ୍ତ ପ୍ରାଣୀଙ୍କର ହୃଦୟରେ ନିବାସ କରନ୍ତି । ସେ ତାଙ୍କର କର୍ମକୁ ଲିପିବଦ୍ଧ କରନ୍ତି, ସେଗୁଡ଼ିକର ହିସାବ ରଖନ୍ତି ଏବଂ ଉଚିତ ସମୟରେ ତାର ଫଳ ପ୍ରଦାନ କରନ୍ତି । ପ୍ରତ୍ୟେକ ଜନ୍ମରେ ଆତ୍ମା ଯେଉଁ ଶରୀର ଧାରଣ କରେ, ସେ ତା’ ସହିତ ଯାଇଥାନ୍ତି । କୌଣସି ଏକ ଜନ୍ମରେ ଆତ୍ମାକୁ ଯଦି ଏକ କୁକୁର ଶରୀର ମିଳେ, ତାହେଲେ ପରମାତ୍ମା ମଧ୍ୟ ତା ସାଙ୍ଗରେ ସେହି ଶରୀରକୁ ଯାଇଥାନ୍ତି ଏବଂ ତାକୁ ପୂର୍ବ କର୍ମର ଫଳ ପ୍ରଦାନ କରିଥାନ୍ତି । ସେଥିପାଇଁ କୁକୁର ମାନଙ୍କର ଭାଗ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କେତେଗୁଡ଼ିଏ ବୁଲା କୁକୁର ହୋଇ, ଭାରତର ଗଳି ରାସ୍ତା ମାନଙ୍କରେ ଦୟନୀୟ ଅବସ୍ଥାରେ ବାସ କରୁଥିବା ବେଳେ, ଅନ୍ୟ କୁକୁର ଆମେରିକାରେ ବିଳାସମୟ ଜୀବନ ବିତାଇଥାନ୍ତି । ତାଙ୍କର ସଞ୍ôଚତ କର୍ମ ଅନୁସାରେ ଏହି ଭିନ୍ନତା ଦୃଷ୍ଟିଗୋଚର ହୋଇଥାଏ । ଅତଏବ, ଆତ୍ମା ଯେଉଁ ଶରୀର ଧାରଣ କଲେ ବି, ପରମାତ୍ମା ତା ସହିତ ରହି ତାକୁ କର୍ମଫଳ ପ୍ରଦାନ କରନ୍ତି ।

ଚତୁର୍ଭୁଜ ବିଶିଷ୍ଟ କ୍ଷୀରୋଦଶାୟୀ ବିଷ୍ଣୁ (ବିଷ୍ଣୁ ଭାବରେ ବିଦିତ) ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରୁଥିବା ପରମାତ୍ମାଙ୍କର ସାକାର ରୂପ ଅଟନ୍ତି । ସେଥିପାଇଁ ହିନ୍ଦୀରେ ଏକ ଲୋକପ୍ରିୟ ପ୍ରବାଦ ଅଛି: ମାରନେ ବାଲେ କେ ଦୋ ହାତ, ବଚାନେ ବାଲେ କେ ଚାର ହାତ । ମାରିବା ଲୋକର ଦୁଇଟି ହାତ, ରକ୍ଷାକାରୀ ଭଗବାନଙ୍କର ଚାରୋଟି ହାତ ।” ଏହି ଚତୁର୍ଭୁଜ-ବିଶିଷ୍ଟ ଭଗବାନ ପରମାତ୍ମା ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
15. ପୁରୁଷୋତ୍ତମ ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!