Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 15, Verse 18

ଯସ୍ମାତ୍ କ୍ଷରମତୀତୋଽହମକ୍ଷରାଦପି ଚୋତ୍ତମଃ ।
ଅତୋଽସ୍ମି ଲୋକେ ବେଦେ ଚ ପ୍ରଥିତଃ ପୁରୁଷୋତ୍ତମଃ ।।୧୮।।

ଯସ୍ମାତ୍ - ସୁତରାଂ; କ୍ଷରଂ -ବିନାଶୀ; ଅତୀତଃ- ଊର୍ଦ୍ଧ୍ୱରେ; ଅହଂ -ମୁଁ; ଅକ୍ଷରାତ୍ -ଅବିନାଶୀ ଠାରୁ; ଅପି -ଏପରି କି; ଚ-ଏବଂ; ଉତ୍ତମଃ -ସର୍ବୋତ୍ତମ; ଅତଃ -ତେଣୁ; ଅସ୍ମି -ମୁଁ ଅଟେ; ଲୋକେ -ସଂସାରରେ; ବେଦେ -ବେଦରେ; ଚ-ଏବଂ; ପ୍ରଥିତଃ -ପ୍ରସିଦ୍ଧ; ପୁରୁଷୋତ୍ତମଃ -ପରମ ପୁରୁଷ ଭାବରେ ।

Translation

BG 15.18: ମୁଁ, ଏହି ନଶ୍ୱର ଜଗତ ଏପରି କି ଅବିନଶ୍ୱର ଆତ୍ମାମାନଙ୍କର ମଧ୍ୟ ଅନୁଭବାତୀତ ଅଟେ; ତେଣୁ ବେଦ ଏବଂ ସ୍ମୃତି ଆଦିରେ ମୁଁ ପରମ ଦିବ୍ୟ ପୁରୁଷ ଭାବରେ ଖ୍ୟାତ ।

Commentary

ପୂର୍ବବର୍ତ୍ତୀ କେତୋଟି ଶ୍ଲୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ, କିପରି ପ୍ରକୃତିର ସମସ୍ତ ଗରିମା ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟେ । ତଥାପି ଏହି ଦୃଶ୍ୟମାନ ସଂସାର ସୃଷ୍ଟି କରି ସେ ନିଜକୁ ସମାପ୍ତ କରିନାହାନ୍ତି । ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱ ଉଭୟ ଭୌତିକ ପ୍ରକୃତି ଏବଂ ଦିବ୍ୟ ଆତ୍ମାମାନଙ୍କର ଜ୍ଞାନାତୀତ ଅଟେ । ଏଠାରେ, ସେ ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱକୁ ପୁରୁଷୋତ୍ତମ ରୂପେ ଆଖ୍ୟାୟୀତ କରିଛନ୍ତି ।

ଜଣେ ସନ୍ଦେହ ପ୍ରକାଶ କରିପାରନ୍ତି ଯେ ଶ୍ରୀକୃଷ୍ଣ ଏବଂ ସେ ଇଶାରା କରୁଥିବା ପରମ ପୁରୁଷ ସମାନ ଅଟନ୍ତି କି ନାହିଁ । ଏହିସବୁ ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଶ୍ରୀକୃଷ୍ଣ ଏହି ଶ୍ଳୋକରେ ନିଜକୁ ପ୍ରଥମ ପୁରୁଷ ଏକବଚନ ରୂପେ ସୂଚିତ କରୁଛନ୍ତି । ପୁନଶ୍ଚ ସେ କହୁଛନ୍ତି, ବେଦ ମଧ୍ୟ ତାଙ୍କୁ ଏହିପରି ପ୍ରତିପାଦିତ କରେ:

କୃଷ୍ଣ ଏବ ପରୋ ଦେବସ୍ ତଂ ଧ୍ୟାୟେତ୍ ତଂ ରସୟେତ୍ ତଂ ଯଜେତ୍ ତଂ ଭଜେତ୍

(ଗୋପାଲ ତାପନି ଉପନିଷଦ)

“ଶ୍ରୀକୃଷ୍ଣ ପରମେଶ୍ୱର ଅଟନ୍ତି । ତାଙ୍କର ଧ୍ୟାନ କର, ତାଙ୍କର ଭକ୍ତି ରସ ପାନ କର ଏବଂ ତାଙ୍କର ଉପାସନା କର ।” ପୁନଶ୍ଚ:

ଯୋଽସୌ ପରଂ ବ୍ରହ୍ମ ଗୋପାଳଃ (ଗୋପାଲ ତାପନି ଉପନିଷଦ)

“ଗୋପାଳ (ଭଗବାନ କୃଷ୍ଣ) ପରମ ପୁରୁଷ ଅଟନ୍ତି । ଏଠାରେ କେହି କେହି ଭଗବାନ ବିଷ୍ଣୁ, ଭଗବାନ ରାମ, ଭଗବାନ ଶିବଙ୍କର ସ୍ଥାନକୁ ନେଇ ପ୍ରଶ୍ନ କରିପାରନ୍ତି । ସେମାନେ ସମସ୍ତେ ସେହି ଜଣେ ପରମ ପୁରୁଷଙ୍କର ଭିନ୍ନ ଭିନ୍ନ ସ୍ୱରୂପ ତଥା ପରସ୍ପରଠାରୁ ଅଭିନ୍ନ ଅଟନ୍ତି । ଅତଏବ, ସେମାନେ ସମସ୍ତେ ଭଗବାନ ବା ପରମ ଦିବ୍ୟ ପୁରୁଷଙ୍କର ଅଭିବ୍ୟକ୍ତି ଅଟନ୍ତି ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
15. ପୁରୁଷୋତ୍ତମ ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!