ଇତି ଗୁହ୍ୟତମଂ ଶାସ୍ତ୍ରମିଦମୁକ୍ତଂ ମୟାନଘ ।
ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍କୃତକୃତ୍ୟଶ୍ଚ ଭାରତ ।।୨୦।।
ଇତି - ଏହି; ଗୁହ୍ୟତମଂ - ଅତ୍ୟନ୍ତ ଗୁହ୍ୟ (ଗୁପ୍ତ); ଶାସ୍ତ୍ରଂ - ଶାସ୍ତ୍ର; ଇଦଂ - ଏହି; ଉକ୍ତଂ -ପ୍ରକାଶିତ ହେଲା; ମୟା - ମୋ’ଦ୍ୱାରା; ଅନଘ - ହେ ନିଷ୍ପାପ; ଏତତ୍ - ଏହା; ବୁଦ୍ଧ୍ୱା -ବୁଝି; ବୁଦ୍ଧିମାନ୍ -ବୁଦ୍ଧିମାନ; ସ୍ୟାତ୍-ବ୍ୟକ୍ତି ହୁଏ; କୃତ-କୃତ୍ୟଃ - ପରିପୂର୍ଣ୍ଣ; ଚ-ଏବଂ; ଭାରତ- ହେ ଭରତ ବଂଶଜ ।
BG 15.20: ହେ ନିଷ୍ପାପ ଅର୍ଜୁନ! ବେଦଶାସ୍ତ୍ରମାନଙ୍କର ଏହି ଗୂଢ଼ତମ ସିଦ୍ଧାନ୍ତ ମୁଁ ତୁମ ସମ୍ମୁଖରେ ପ୍ରକାଶ କଲି । ଏହାକୁ ହୃଦୟଙ୍ଗମ କରି ଜଣେ ବ୍ୟକ୍ତି ଜ୍ଞାନଦୀପ୍ତ ହୋଇ କୃତକୃତ୍ୟ ହୋଇଯିବ ।
ଇତି ଗୁହ୍ୟତମଂ ଶାସ୍ତ୍ରମିଦମୁକ୍ତଂ ମୟାନଘ ।
ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍କୃତକୃତ୍ୟଶ୍ଚ ଭାରତ ।।୨୦।।
ହେ ନିଷ୍ପାପ ଅର୍ଜୁନ! ବେଦଶାସ୍ତ୍ରମାନଙ୍କର ଏହି ଗୂଢ଼ତମ ସିଦ୍ଧାନ୍ତ ମୁଁ ତୁମ ସମ୍ମୁଖରେ ପ୍ରକାଶ କଲି । ଏହାକୁ ହୃଦୟଙ୍ଗମ କରି ଜଣେ ବ୍ୟକ୍ତି ଜ୍ଞାନଦୀପ୍ତ ହୋଇ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏହି ଅଧ୍ୟାୟର ଶେଷ ଶ୍ଲୋକଟି ଇତି ଶବ୍ଦରୁ ଆରମ୍ଭ ହୋଇଛି, ଅର୍ଥାତ୍ ‘ଏଗୁଡ଼ିକ’ । ଶ୍ରୀକୃଷ୍ଣ ଏହା ଦ୍ୱାରା ସୂଚିତ କରୁଛନ୍ତି, “ଏହି କୋଡ଼ିଏଟି ଶ୍ଲୋକରେ, ମୁଁ ସମସ୍ତ ବୈଦିକ ଶାସ୍ତ୍ରର ସିଦ୍ଧାନ୍ତର ସାରାଂଶ ଉପସ୍ଥାପନ କରିଛି । ମୁଁ ତୁମ ଆଗରେ ସଂସାରର ସ୍ୱରୂପଠାରୁ ଆରମ୍ଭ କରି, ବସ୍ତୁ ଓ ଜୀବ ମଧ୍ୟରେ ପାର୍ଥକ୍ୟ ଏବଂ ଶେଷରେ ଚରମ ସତ୍ୟକୁ ପରମ ଦିବ୍ୟ ପୁରୁଷ ଭାବରେ ଜାଣିବା ପର୍ଯ୍ୟନ୍ତ ବର୍ଣ୍ଣନା କଲି । ବର୍ତ୍ତମାନ ମୁଁ ତୁମକୁ ଏହି ଆଶ୍ୱାସନା ଦେଉଛି ଯେ ଯେଉଁ ବ୍ୟକ୍ତି ଏହି ଜ୍ଞାନକୁ ଗ୍ରହଣ କରିବ, ସେ ବାସ୍ତବିକ ଜ୍ଞାନ ସମ୍ପନ୍ନ ହେବ । ସେହି ଜୀବାତ୍ମା ତାର ସମସ୍ତ କର୍ମ ଓ କର୍ତ୍ତବ୍ୟର ଲକ୍ଷ୍ୟ ପ୍ରାପ୍ତ କରିବ, ଯାହା ଭଗବତ୍ ପ୍ରାପ୍ତି ଅଟେ ।”