Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 15, Verse 8

ଶରୀରଂ ଯଦବାପ୍ନୋତି ଯଚ୍ଚାପ୍ୟୁତ୍‌କ୍ରାମତୀଶ୍ୱରଃ ।
ଗୃହୀତ୍ୱୈତାନି ସଂଯାତି ବାୟୁର୍ଗନ୍ଧାନିବାଶୟାତ୍ ।।୮।।

ଶରୀରଂ -ଶରୀର; ଯତ୍‌-ଯେପରି; ଅବାପ୍ନୋତି-ନେଇଥାଏ; ଯତ୍ -ଯାହା; ଚ ଅପି -ମଧ୍ୟ; ଉତ୍‌କ୍ରାମତି- ତ୍ୟାଗକରେ; ଈଶ୍ୱରଃ- ଶରୀରର ପ୍ରଭୁ, ଦେହୀ; ଗୃହୀତ୍ୱା -ଗ୍ରହଣ କରି; ଏତାନି- ଏ ସବୁ; ସଂଯାତି- ଚାଲିଯାଏ; ବାୟୁଃ- ବାୟୁ; ଗନ୍ଧାନ୍‌- ଗନ୍ଧ; ଇବ- ପରି; ଆଶୟାତ୍ -ସ୍ଥାନରୁ ।

Translation

BG 15.8: ବାୟୁ ଯେପରି ସୁଗନ୍ଧକୁ ଗୋଟିଏ ଜାଗାରୁ ଅନ୍ୟତ୍ର ବହନ କରି ନେଇଥାଏ, ସେହିପରି ଦେହଧାରୀ ଆତ୍ମା ଯେତେବେଳେ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଗୋଟିଏକୁ ପ୍ରବେଶ କରେ, ମନ ଏବଂ ଇନ୍ଦ୍ରିୟ ଗୁଡ଼ିକୁ ନିଜ ସହିତ ବହନ କରିଥାଏ ।

Commentary

ଆତ୍ମାର ଦେହାନ୍ତରଣ ପ୍ରକ୍ରିୟାକୁ ଏଠାରେ ବର୍ଣ୍ଣନା କରାଯାଇଛି । ମଳୟ ଫୁଲର ସୁଗନ୍ଧକୁ ଗୋଟିଏ ଜାଗାରୁ ଅନ୍ୟତ୍ର ବହନ କରିବାର ଉଦାହରଣ ଏଠାରେ ଦିଆଯାଇଛି । ସେହିପରି ମୃତ୍ୟୁ ସମୟରେ ଆତ୍ମା ତାର ସ୍ଥୁଳ ଶରୀରକୁ ତ୍ୟାଗ କରେ କିନ୍ତୁ ସେ ସୂକ୍ଷ୍ମ ଓ କାରଣ ଶରୀରକୁ, ଯାହାର ଅନ୍ତର୍ଭୁକ୍ତ ମନ ଓ ଇନ୍ଦ୍ରିୟ ଅଟନ୍ତି, ସେମାନଙ୍କୁ ନିଜ ସହିତ ବହନ କରିଥାଏ । (ତିନି ପ୍ରକାରର ଶରୀର ବିଷୟରେ ଶ୍ଲୋକ ୨.୨୮ରେ ବିସ୍‌ୃତ ଭାବେ ବର୍ଣ୍ଣନା କରାଯାଇଛି ।)

ପ୍ରତ୍ୟେକ ଜନ୍ମରେ ଆତ୍ମା ଏକ ନୂତନ ଶରୀର ଲାଭ କରୁଥିବାବେଳେ, ମନ ପୂର୍ବଜନ୍ମରୁ ଆତ୍ମା ସହିତ ଯାତ୍ରା କରିଥାଏ । ଏହା ଯେଉଁମାନେ ଜନ୍ମରୁ ଅନ୍ଧ ସେମାନଙ୍କର ସ୍ୱପ୍ନ ଦେଖିବା କାରଣକୁ ସ୍ପଷ୍ଟ କରିଥାଏ । ସାଧାରଣତଃ, ସ୍ୱପ୍ନ ଆମର ଜାଗ୍ରତ ସମୟରେ ଦେଖିଥିବା ଦୃଶ୍ୟ ଏବଂ ଚିନ୍ତନର ବିକୃତିକରଣ ଅଟେ । ଏହା ବିଚ୍ଛିନ୍ନ ହୋଇ ନିଦ୍ରା ସମୟରେ ସଂଯୋଜିତ ହୋଇଥାଏ । ଉଦାହରଣ ସ୍ୱରୂପ, ଚିନ୍ତା କରନ୍ତୁ ଜଣେ ବ୍ୟକ୍ତି ଆକାଶରେ ପକ୍ଷୀଟିଏ ଦେଖିଲା ଏବଂ ଭାବିଲା, “ମୁଁ ଚଢ଼େଇଟିଏ ହୋଇଥିଲେ କେତେ ସୁନ୍ଦର ହୋଇଥାନ୍ତା ।” ସ୍ୱପ୍ନରେ ସେ ମନୁଷ୍ୟ ଶରୀରରେ ଉଡୁଥିବାର ଦୃଶ୍ୟ ଦେଖିଥାଏ । ଏହାର କାରଣ, ତାର ଜାଗ୍ରତ ସମୟର ଚିନ୍ତନ ଏବଂ ଦୃଶ୍ୟ ସବୁ ବିକୃତ ହୋଇ ସ୍ୱପ୍ନାବସ୍ଥାରେ ଆବିର୍ଭାବ ହେଲା । କିନ୍ତୁ ଯିଏ ଜନ୍ମରୁ ଅନ୍ଧ, ସେ ତ କୌଣସି ରୂପ ବା ଆକାର ଦେଖି ନ ଥାଏ, ତଥାପି ସେ ସ୍ୱପ୍ନ ଦେଖିଥାଏ । ଏହାର କାରଣ, ଅନନ୍ତ ପୂର୍ବ ଜନ୍ମର ଜାଗ୍ରତ ଅବସ୍ଥାର ପ୍ରତିଛବିସବୁ ସୂକ୍ଷ୍ମ ମସ୍ତିଷ୍କରେ ସଞ୍ôଚତ ହୋଇ ରହିଥାଏ । ଆତ୍ମା ଶରୀର ତ୍ୟାଗ କରିବା ସମୟରେ, ମନ ଓ ଇନ୍ଦ୍ରିୟଗୁଡ଼ିକୁ ନିଜ ସହିତ ବହନ କରିବା ବିଷୟ ବର୍ଣ୍ଣନା କରିବା ପରେ, ଏଗୁଡ଼ିକୁ ସେ କ’ଣ କରେ, ତାହା ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
15. ପୁରୁଷୋତ୍ତମ ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!