Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 16, Verse 10

କାମମାଶ୍ରିତ୍ୟ ଦୁଷ୍ପୂରଂ ଦମ୍ଭମାନମଦାନ୍ୱିତାଃ ।
ମୋହାଦ୍‌ଗୃହୀତ୍ୱାସଦ୍‌ଗ୍ରାହାନ୍ ପ୍ରବର୍ତନ୍ତେଽଶ୍ରୁଚିବତାଃ ।।୧୦।।

କାମଂ- କାମନା ସବୁକୁ; ଆଶ୍ରିତ୍ୟ - ଆଶ୍ରୟକରି; ଦୁଷ୍କୂରଂ - ଅସନ୍ତୋଷ (ଅତି ଲୋଲୁପ); ଦମ୍ଭ-ଗର୍ବ; ମାନ-ମିଥ୍ୟା ଅଭିମାନ; ମଦ-ଅନ୍ୱିତାଃ - ଅହଂକାରରେ ଗ୍ରସ୍ତ; ମୋହାତ୍ - ଭ୍ରମରୁ; ଗୃହୀତ୍ୱା-ଆକର୍ଷିତ ହୋଇ; ଅସତ୍‌-ଅସ୍ଥାୟୀ; ଗ୍ରାହାନ୍ -ପଦାର୍ଥମାନ; ପ୍ରବର୍ତନ୍ତେ- ବୃଦ୍ଧି ପାଏ; ଅଶୁଚି-ବ୍ରତାଃ - ଅପବିତ୍ର ସଂକଳ୍ପ ।

Translation

BG 16.10: ଆସୁରିକ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ, ଅତୃପ୍ତ ଯୌନ-କାମନା, ପୂର୍ଣ୍ଣ କପଟତା, ଗର୍ବ ଏବଂ ଅହଂକାର ମନୋଭାବ ପୋଷଣ କରି, ତାଙ୍କର ଅସତ୍ୟ ମତବାଦକୁ ଦୃଢ଼ଭାବେ ଧରି ରଖିଥାନ୍ତି । ଏହିପରି ବିଭ୍ରାନ୍ତ ହୋଇ ସେମାନେ ଅସ୍ଥାୟୀ ପଦାର୍ଥ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ତ୍ରୁଟିଯୁକ୍ତ ସଂକଳ୍ପ ନେଇ କାର୍ଯ୍ୟ କରିଥାନ୍ତି ।

Commentary

ଅତୃପ୍ତ ଯୌନ-କାମନାକୁ ପ୍ରଶ୍ରୟ ଦେଇ, ଆସୁରିକ ମନୋବୃତ୍ତିର ବ୍ୟକ୍ତିଗଣ ଏକ ଅଶୁଦ୍ଧ ଦୁର୍ବଳ ଅନ୍ତଃକରଣ ସୃଷ୍ଟି କରିଥାନ୍ତି । କପଟତାରେ ପରିପୂର୍ଣ୍ଣ ହୋଇ, ସେମାନେ ପ୍ରକୃତରେ ଯାହା ନୁହଁନ୍ତି ତାହା ଦେଖାଇବାର ଛଳନା କରିଥାନ୍ତି । ତାଙ୍କର ଭ୍ରଷ୍ଟ ବୁଦ୍ଧି ଭ୍ରାନ୍ତ ଧାରଣାକୁ ସ୍ୱୀକାର କରିଥାଏ ଏବଂ ତାଙ୍କର ଗର୍ବ ତାଙ୍କୁ ଏହି ବିଶ୍ୱାସ ଦେଇଥାଏ ଯେ, ତାଙ୍କଠାରୁ ଅଧିକ ବୁଦ୍ଧିମାନ କେହି ନାହାନ୍ତି । ଇନ୍ଦ୍ରିୟ ବିଷୟ ମାନଙ୍କର କ୍ଷଣସ୍ଥାୟୀ ସୁଖରେ ମୋହିତ ହୋଇ, ତାଙ୍କର ବୁଦ୍ଧି ସଙ୍କୀର୍ଣ୍ଣମନା ଏବଂ ଅହଂକାରୀ ହୋଇଯାଏ । ସେଥିପାଇଁ ସେମାନେ ଶାସ୍ତ୍ରମାନଙ୍କର ନିର୍ଦ୍ଦେଶକୁ ଅବଜ୍ଞା କରନ୍ତି ଏବଂ ଯାହା ଉଚିତ୍ ଓ ସତ୍ୟ, ତା’ର ବିପରୀତ ଆଚରଣ କରନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
16. ଦୈବାସୁର ସମ୍ପଦ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!