ଆତ୍ମସମ୍ଭାବିତାଃ ସ୍ତବ୍ଧା ଧନମାନମଦାନ୍ୱିତାଃ ।
ଯଜନ୍ତେ ନାମଯଜେ୍ଞୌସ୍ତେ ଦମ୍ଭେନାବିଧିପୂର୍ବକମ୍ ।।୧୭।।
ଆତ୍ମ-ସମ୍ଭାବିତାଃ - ଆତ୍ମାଭିମାନୀ; ସ୍ତବ୍ଧା - ଅବିବେକୀ ବା ଧୃଷ୍ଟ; ଧନ -ଧନ;ମାନ -ସମ୍ମାନ; ମଦ -ଗର୍ବ; ଅନ୍ୱିତାଃ -ପରିପୂର୍ଣ୍ଣ; ଯଜନ୍ତେ -ଯଜ୍ଞାନୁଷ୍ଠାନ କରନ୍ତି; ନାମ -ନାମକୁ ମାତ୍ର; ଯଜେ୍ଞୌଃ -ଯଜ୍ଞ; ତେ- ସେମାନେ; ଦମ୍ଭେନ -ଆଡମ୍ବରପୂର୍ଣ୍ଣ ଭାବରେ ; ଅବିଧି ପୂର୍ବକମ୍ - ଶାସ୍ତ୍ରର ବିଧି-ବିଧାନ ଅନୁସରଣ ନ କରି ।
BG 16.17: ଏହିପରି ଆତ୍ମାଭିମାନୀ ଏବଂ ଦାମ୍ଭିକ ବ୍ୟକ୍ତିମାନେ ଧନର ଗର୍ବରେ ଉଦ୍ଧତ ହୋଇ, ଶାସ୍ତ୍ର ବିଧି ଅନୁସରଣ ନ କରି, କେବଳ ନାମକୁ ମାତ୍ର ଆଡ଼ମ୍ବରପୂର୍ଣ୍ଣ ଯଜ୍ଞର ଅନୁଷ୍ଠାନ କରିଥାନ୍ତି ।
ଆତ୍ମସମ୍ଭାବିତାଃ ସ୍ତବ୍ଧା ଧନମାନମଦାନ୍ୱିତାଃ ।
ଯଜନ୍ତେ ନାମଯଜେ୍ଞୌସ୍ତେ ଦମ୍ଭେନାବିଧିପୂର୍ବକମ୍ ।।୧୭।।
ଏହିପରି ଆତ୍ମାଭିମାନୀ ଏବଂ ଦାମ୍ଭିକ ବ୍ୟକ୍ତିମାନେ ଧନର ଗର୍ବରେ ଉଦ୍ଧତ ହୋଇ, ଶାସ୍ତ୍ର ବିଧି ଅନୁସରଣ ନ କରି, କେବଳ ନାମକୁ ମାତ୍ର ଆଡ଼ମ୍ବରପୂର୍ଣ୍ଣ ଯଜ୍ଞର ଅନୁଷ୍ଠାନ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଧାର୍ମିକ ବ୍ୟକ୍ତିମାନେ ନିଜକୁ ଶୁଦ୍ଧ ଏବଂ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ କରିଥାନ୍ତି । ବିଡ଼ମ୍ବନା ଏହା ଯେ ସେହି ଯଜ୍ଞ ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ମନ୍ଦ ଉଦ୍ଦେଶ୍ୟରେ କରିଥାନ୍ତି । ସେମାନେ ବହୁ ଆଡ଼ମ୍ବରରେ କର୍ମକାଣ୍ଡର ଅନୁଷ୍ଠାନ କରିଥାନ୍ତି, ଯେପରିକି ସମାଜ ଆଖିରେ ସେମାନେ ଧାର୍ମିକ ଦେଖାଯିବେ, କିନ୍ତୁ ସେମାନେ ଶାସ୍ତ୍ରବିଧିର ଅନୁସରଣ କରନ୍ତି ନାହିଁ । ସେମାନେ ନିଜର ପ୍ରଚାର ଏବଂ ଛଳନାତ୍ମକ ପ୍ରଦର୍ଶନ ପାଇଁ ଯଜ୍ଞ କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ: ଗୂହିତସ୍ୟ ଭବେଦ୍ ବୃଦ୍ଧିଃ କୀର୍ତିତସ୍ୟ ଭବେତ୍ କ୍ଷୟଃ (ମହାଭାରତ) “ଯଦି ଆମେ କରିଥିବା କୌଣସି ମହତ୍ କର୍ମର ପ୍ରଚାର କରୁ, ତା’ହେଲେ ତାହାର ମୂଲ୍ୟ କ୍ଷୟ ହୋଇଥାଏ; କିନ୍ତୁ ଯଦି ତାହାକୁ ଆମେ ଗୁପ୍ତ ରଖୁ, ତାହାର ମହତ୍ୱ ବୃଦ୍ଧିପାଏ ।” ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଆସୁରିକ ସ୍ୱଭାବ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା କରାଯାଉଥିବା କର୍ମକାଣ୍ଡ ଅନୁଷ୍ଠାନକୁ ତ୍ରୁଟୀପୂର୍ଣ୍ଣ କହି ବରଖାସ୍ତ କରିଛନ୍ତି ।