ଅହଂକାରଂ ବଳଂ ଦର୍ପଂ କାମଂ କ୍ରୋଧଂ ଚ ସଂଶ୍ରିତାଃ ।
ମାମାତ୍ମପରଦେହେଷୁ ପ୍ରଦ୍ୱିଷନ୍ତୋଽଭ୍ୟସୂୟକାଃ ।।୧୮।।
ଅହଙ୍କାରଂ -ଅହଙ୍କାର; ବଳଂ -ବଳ; ଦର୍ପଂ -ଗର୍ବ; କାମଂ-କାମ; କ୍ରୋଧଂ-କ୍ରୋଧ; ଚ-ଏବଂ; ସଂଶ୍ରିତାଃ -ଆବୃତ ହୋଇ; ମାଂ - ମୋତେ; ଆତ୍ମ-ପର-ଦେହେଷୁ -ନିଜ ଭିତରେ ଏବଂ ଅନ୍ୟମାନଙ୍କର ଶରୀରରେ; ପ୍ରଦ୍ୱିଷନ୍ତଃ -ନିନ୍ଦା କରନ୍ତି; ଅଭ୍ୟସୂୟକାଃ -ଆସୁରିକ ।
BG 16.18: ଆତ୍ମ-ଗର୍ବ, ଦମ୍ଭ, ଅହଂକାର, କାମନା ଏବଂ କ୍ରୋଧ ଦ୍ୱାରା ଅନ୍ଧ ହୋଇ, ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ନିଜ ଶରୀରରେ ତଥା ଅନ୍ୟମାନଙ୍କ ଶରୀରରେ ମୋର ଉପସ୍ଥିତିକୁ ଅପମାନିତ କରିଥାନ୍ତି ।
ଅହଂକାରଂ ବଳଂ ଦର୍ପଂ କାମଂ କ୍ରୋଧଂ ଚ ସଂଶ୍ରିତାଃ ।
ମାମାତ୍ମପରଦେହେଷୁ ପ୍ରଦ୍ୱିଷନ୍ତୋଽଭ୍ୟସୂୟକାଃ ।।୧୮।।
ଆତ୍ମ-ଗର୍ବ, ଦମ୍ଭ, ଅହଂକାର, କାମନା ଏବଂ କ୍ରୋଧ ଦ୍ୱାରା ଅନ୍ଧ ହୋଇ, ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ନିଜ ଶରୀରରେ ତଥା ଅନ୍ୟମାନଙ୍କ ଶରୀରରେ ମୋର ଉପସ୍ଥିତିକୁ ଅପମାନିତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏଠାରେ ଶ୍ରୀକୃଷ୍ଣ ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନଙ୍କର ଲକ୍ଷଣକୁ ଅଧିକ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି । ସେମାନେ ନୀଚ, ଈର୍ଷାପରାୟଣ, ନିଷ୍ଠୁର, କଳହପ୍ରିୟ ଏବଂ ଅଭଦ୍ର ହୋଇଥାନ୍ତି । ସେମାନଙ୍କର ନିଜର କୌଣସି ସଦ୍ଗୁଣ ନ ଥାଏ, ଅଥଚ ସେମାନେ ଅନ୍ୟମାନଙ୍କଠାରେ ଦୋଷ ଦର୍ଶନ କରି ଆନନ୍ଦିତ ହୁଅନ୍ତି । ସେମାନେ ନିଜକୁ ସର୍ବଶ୍ରେଷ୍ଠ ମନେ କରନ୍ତି ଏବଂ ତାଙ୍କ ଆତ୍ମ-ବଡ଼ିମାର ଫଳ ସ୍ୱରୂପ, ସେମାନେ ଅନ୍ୟର ସଫଳତାରେ ଈର୍ଷାପରାୟଣ ହୁଅନ୍ତି । ଯଦି ତାଙ୍କ ଯୋଜନାର ପ୍ରତିରୋଧ କରାଯାଏ, ସେମାନେ କ୍ରୋଧାନ୍ୱିତ ହୋଇ ଅନ୍ୟମାନଙ୍କର ତଥା ନିଜର କ୍ଷତି କରିଥାଆନ୍ତି । ଫଳସ୍ୱରୂପ, ସେମାନେ ତାଙ୍କ ନିଜ ମଧ୍ୟରେ ତଥା ଅନ୍ୟମାନଙ୍କ ହୃଦୟରେ ବାସ କରୁଥିବା ପରମାତ୍ମାଙ୍କୁ ଅଗ୍ରାହ୍ୟ ଏବଂ ଅସମ୍ମାନ କରିଥାନ୍ତି ।