ତାନହଂ ଦ୍ୱିଷତଃ କ୍ରୂରାନ୍ସଂସାରେଷୁ ନରାଧମାନ୍ ।
କ୍ଷିପାମ୍ୟଜସ୍ରମଶୁଭାନାସୁରୀଷ୍ୱେବ ଯୋନିଷୁ ।।୧୯।।
ଆସୁରୀଂ ଯୋନିମାପନ୍ନା ମୂଢ଼ା ଜନ୍ମନି ଜନ୍ମନି ।
ମାମପ୍ରାପୈବ କୌନ୍ତେୟ ତତୋ ଯାନ୍ତ୍ୟଧମାଂ ଗତିମ୍ ।।୨୦।।
ତାନ୍ - ସେମାନଙ୍କୁ; ଅହଂ-ମୁଁ; ଦ୍ୱିଷତଃ -ଘୃଣ୍ୟ; କ୍ରୁରାନ୍ -ନିଷ୍ଠୁର; ସଂସାରେଷୁ - ସଂସାରରେ; ନରାଧମାନ୍ - ନରାଧମ; କ୍ଷିପାମି- ପକାଏ; ଅଜସ୍ରଂ -ବାରମ୍ବାର; ଅଶୁଭାନ୍-ଅଶୁଭ; ଆସୁରୀଷୁ- ଆସୁରିକ; ଏବ-ନିଶ୍ଚିତଭାବେ; ଯୋନିଷୁ- ଯୋନିରେ । ଆସୁରୀଂ -ଆସୁରିକ; ଯୋନିଂ- ଯୋନି; ଆପନ୍ନା- ପ୍ରାପ୍ତ ହୋଇ; ମୂଢ଼ାଃ -ମୁର୍ଖ; ଜନ୍ମନି ଜନ୍ମନି -ଜନ୍ମ ଜନ୍ମାନ୍ତରରେ; ମାଂ-ମୋତେ; ଅପ୍ରାପ୍ୟ - ପ୍ରାପ୍ତ ନ କରି;ଏବ -ନିଶ୍ଚିତଭାବେ; କୌନ୍ତେୟ - ହେ କୁନ୍ତିପୁତ୍ର; ତତଃ -ତତ୍ପରେ; ଯାନ୍ତି -ଯାଆନ୍ତି; ଅଧମାଂ-ଅଧମ; ଗତିମ୍- ଗତି ।
BG 16.19-20: ଏହିପରି ନିଷ୍ଠୁର ଓ ଘୃଣ୍ୟ, ସଂସାରର ନୀଚ ଏବଂ ପାପଯୁକ୍ତ ମନୁଷ୍ୟମାନଙ୍କୁ ମୁଁ ଭୌତିକ ଜଗତର ଜନ୍ମ ଓ ମୃତ୍ୟୁ ଚକ୍ରରେ ବାରମ୍ବାର ଆସୁରିକ ଗର୍ଭରେ ନିକ୍ଷେପ କରିଥାଏ । ଏହି ମୂଢ଼ ଜୀବଗଣ ବାରମ୍ବାର ଆସୁରିକ ଯୋନିରେ ଜନ୍ମ ଗ୍ରହଣ କରନ୍ତି । ହେ ଅର୍ଜୁନ! ମୋତେ ପ୍ରାପ୍ତ କରିବାରେ ବିଫଳ ହୋଇ, ଧୀରେ ଧୀରେ ସେମାନେ ନିକୃଷ୍ଟତମ ଯୋନିକୁ ପତିତ ହୁଅନ୍ତି ।
ତାନହଂ ଦ୍ୱିଷତଃ କ୍ରୂରାନ୍ସଂସାରେଷୁ ନରାଧମାନ୍ ।
କ୍ଷିପାମ୍ୟଜସ୍ରମଶୁଭାନାସୁରୀଷ୍ୱେବ ଯୋନିଷୁ ।।୧୯।।
ଆସୁରୀଂ ଯୋନିମାପନ୍ନା ମୂଢ଼ା ଜନ୍ମନି ଜନ୍ମନି ।
ମାମପ୍ରାପୈବ କୌନ୍ତେୟ ତତୋ ଯାନ୍ତ୍ୟଧମାଂ ଗତିମ୍ ।।୨୦।।
ଏହିପରି ନିଷ୍ଠୁର ଓ ଘୃଣ୍ୟ, ସଂସାରର ନୀଚ ଏବଂ ପାପଯୁକ୍ତ ମନୁଷ୍ୟମାନଙ୍କୁ ମୁଁ ଭୌତିକ ଜଗତର ଜନ୍ମ ଓ ମୃତ୍ୟୁ ଚକ୍ରରେ ବାରମ୍ବାର ଆସୁରିକ ଗର୍ଭରେ ନିକ୍ଷେପ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ପୁନର୍ବାର ଆସୁରିକ ସ୍ୱଭାବର ପରୋକ୍ଷ ପ୍ରଭାବ ବିଷୟରେ ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି ଯେ ପରବର୍ତ୍ତୀ ଜନ୍ମରେ ସେ ସେମାନଙ୍କୁ ତାଦୃଶ ମନୋଭାବଯୁକ୍ତ ପରିବାରରେ ଜନ୍ମ ଦିଅନ୍ତି, ଯେଉଁଠାରେ ସେମାନେ ତାଙ୍କର ସ୍ୱାଧୀନ ଇଚ୍ଛା ପୂରଣ କରିବାକୁ ଏବଂ ତାଙ୍କର ବିକୃତ ଗୁଣକୁ ପ୍ରକାଶିତ କରିବାକୁ ଏକ ଆସୁରିକ ବାତାବରଣ ପାଇଥାଆନ୍ତି । ଏହି ଶ୍ଲୋକରୁ ଆମେ ଏହା ମଧ୍ୟ ଅନୁମାନ କରିପାରିବା ଯେ ପରବର୍ତ୍ତୀ ଜନ୍ମରେ ଜୀବ କେଉଁ ଯୋନି, ଲୋକ ବା ବାତାବରଣରେ ଜନ୍ମ ଗ୍ରହଣ କରିବ, ତାହା ଚୟନ କରିବା ତା’ ହାତରେ ନ ଥାଏ । ବ୍ୟକ୍ତିର କର୍ମ ଅନୁସାରେ ସେହି ନିଷ୍ପତ୍ତି ଭଗବାନ ନେଇଥାନ୍ତି । ସେଥିପାଇଁ, ଆସୁରିକ ସ୍ୱଭାବର ବ୍ୟକ୍ତିମାନଙ୍କୁ ନିମ୍ନ ତଥା ଘୃଣ୍ୟ ଯୋନି, ଏପରିକି ଦୁଷ୍ଟବୁଦ୍ଧିର ନିଧାନ ସର୍ପ, ସରିସୃପ ଏବଂ ବୃଶ୍ଚିକ ଆଦି ଯୋନିକୁ ପ୍ରେରଣ କରାଯାଇଥାଏ ।