ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନଃ ।
କାମଃ କ୍ରୋଧସ୍ତଥା ଲୋଭସ୍ତସ୍ମାଦେତତ୍ତ୍ରୟଂ ତ୍ୟଜେତ୍ ।।୨୧।।
ତ୍ରିବିଧଂ- ତିନିପ୍ରକାର; ନରକସ୍ୟ -ନର୍କର; ଇଦଂ -ଏହି; ଦ୍ୱାରଂ -ଦ୍ୱାର; ନାଶନଂ- ଧ୍ୱଂସ; ଆତ୍ମନଃ -ଆତ୍ମାର; କାମଃ -କାମ; କ୍ରୋଧଃ -କ୍ରୋଧ; ତଥା -ଏବଂ; ଲୋଭଃ -ଲୋଭ; ତସ୍ମାତ୍ -ତେଣୁ; ଏତତ୍ -ଏହି; ତ୍ରୟଂ -ତିନୋଟିକୁ; ତ୍ୟଜେତ୍ -ତ୍ୟାଗ କରିବା ଉଚିତ ।
BG 16.21: ଜୀବକୁ ଆତ୍ମ-ବିନାଶର ନର୍କକୁ ନେଇଯିବା ପାଇଁ ତିନୋଟି ଦ୍ୱାର ରହିଛି - କାମ, କ୍ରୋଧ ଏବଂ ଲୋଭ । ତେଣୁ ସମସ୍ତେ ସେହି ତିନୋଟିକୁ ତ୍ୟାଗ କରିବା ଉଚିତ ।
ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନଃ ।
କାମଃ କ୍ରୋଧସ୍ତଥା ଲୋଭସ୍ତସ୍ମାଦେତତ୍ତ୍ରୟଂ ତ୍ୟଜେତ୍ ।।୨୧।।
ଜୀବକୁ ଆତ୍ମ-ବିନାଶର ନର୍କକୁ ନେଇଯିବା ପାଇଁ ତିନୋଟି ଦ୍ୱାର ରହିଛି - କାମ, କ୍ରୋଧ ଏବଂ ଲୋଭ । ତେଣୁ ସମସ୍ତେ ସେହି ତିନୋଟିକୁ ତ୍ୟାଗ କରିବା …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ବର୍ତ୍ତମାନ ଆସୁରିକ ସ୍ୱଭାବର ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରୁଛନ୍ତି ଏବଂ କାମ, କ୍ରୋଧ ଓ ଲୋଭ ପ୍ରତି ଇଶାରା କରି କହୁଛନ୍ତି ଯେ ଏହି ତିନୋଟି ତାହାର କାରଣ ଅଟନ୍ତି । ପୂର୍ବରୁ ଶ୍ଲୋକ ୩.୩୬ରେ ଅର୍ଜୁନ ପଚାରିଥିଲେ, ମନୁଷ୍ୟ ନିଜର ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ କାହିଁକି ପାପ କରିବାକୁ ପ୍ରେରିତ ହୁଏ । ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହିଥିଲେ, ଏହା କାମନା ଅଟେ, ଯାହା ପରବର୍ତ୍ତୀ ସମୟରେ କ୍ରୋଧରେ ରୂପାନ୍ତରିତ ହୁଏ । ଏହା ସଂସାରର ସର୍ବଗ୍ରାସୀ ଶତ୍ରୁ ଅଟେ । ଲୋଭ କାମନାର ହିଁ ଏକ ରୂପାନ୍ତର ଅଟେ, ଯାହାର ବିସ୍ତୃତ ବର୍ଣ୍ଣନା ଶ୍ଲୋକ ୨.୬୨ର ଭାବାର୍ଥରେ କରାଯାଇଛି । କାମ, କ୍ରୋଧ ଏବଂ ଲୋଭ ମିଶି ଆସୁରିକ ପାପପ୍ରବୃତ୍ତି ବିକସିତ କରିବା ପାଇଁ ଆଧାର ପ୍ରସ୍ତୁତ କରିଥାଆନ୍ତି । ସେମାନେ ମନକୁ ରୁଗ୍ଣ କରିଦିଅନ୍ତି ଏବଂ ତାହାକୁ ଅନ୍ୟ ପାପକୁ ଜନ୍ମ ଦେବା ପାଇଁ ଏକ ଉପଯୁକ୍ତ କ୍ଷେତ୍ରରେ ପରିଣତ କରନ୍ତି । ସେଥିପାଇଁ, ଶ୍ରୀକୃଷ୍ଣ ସେମାନଙ୍କୁ ନର୍କର ଦ୍ୱାର ରୂପେ ଆଖ୍ୟାୟୀତ କରିଛନ୍ତି ଏବଂ ଆତ୍ମ-ବିନାଶରୁ ରକ୍ଷା ପାଇବା ନିମନ୍ତେ ସେହି ତିନୋଟିର ପରିତ୍ୟାଗ କରିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଁମାନେ ନିଜର କଲ୍ୟାଣ ଇଚ୍ଛା କରନ୍ତି, ସେମାନେ ଯତ୍ନର ସହିତ ତାଙ୍କ ବ୍ୟକ୍ତିତ୍ୱରେ ଏହି ତିନୋଟିର ଉପସ୍ଥିତିକୁ ପ୍ରତିହତ କରିବାର ଶିକ୍ଷା ଲାଭ କରିବା ଉଚିତ୍ ।