ଦମ୍ଭୋ ଦର୍ପୋଽଭିମାନଶ୍ଚ କ୍ରୋଧଃ ପାରୁଷ୍ୟମେବ ଚ ।
ଅଜ୍ଞାନଂ ଚାଭିଜାତସ୍ୟ ପାର୍ଥ ସମ୍ପଦମାସୁରୀମ୍ ।।୪।।
ଦମ୍ଭଃ -କପଟ; ଦର୍ପଃ -ଗର୍ବ; ଅଭିମାନଃ -ଅଭିମାନ; ଚ-ଏବଂ; କ୍ରୋଧଃ -କ୍ରୋଧ; ପାରୁଷ୍ୟଂ -କର୍କଶତା; ଏବ- ନିଶ୍ଚିତଭାବେ; ଚ-ଏବଂ; ଅଜ୍ଞାନଂ - ଅଜ୍ଞାନ; ଚ-ଏବଂ; ଅଭିଜାତସ୍ୟ- ଯାହା ପାଖରେ ଥାଏ; ପାର୍ଥ - ହେ ପୃଥାପୁତ୍ର; ସଂପଦଂ- ପ୍ରକୃତି; ଆସୁରୀମ୍ -ଆସୁରିକ ।
BG 16.4: ହେ ପାର୍ଥ! ଆସୁରିକ ପ୍ରବୃତ୍ତି ଯୁକ୍ତ ବ୍ୟକ୍ତିମାନଙ୍କର ସ୍ୱଭାବଗୁଡ଼ିକ ହେଉଛି, କପଟାଚାର, ଅହଂକାର, ଆତ୍ମ-ଗର୍ବ, କ୍ରୋଧ, ନିଷ୍ଠୁରତା ଏବଂ ଅଜ୍ଞାନତା ।
ଦମ୍ଭୋ ଦର୍ପୋଽଭିମାନଶ୍ଚ କ୍ରୋଧଃ ପାରୁଷ୍ୟମେବ ଚ ।
ଅଜ୍ଞାନଂ ଚାଭିଜାତସ୍ୟ ପାର୍ଥ ସମ୍ପଦମାସୁରୀମ୍ ।।୪।।
ହେ ପାର୍ଥ! ଆସୁରିକ ପ୍ରବୃତ୍ତି ଯୁକ୍ତ ବ୍ୟକ୍ତିମାନଙ୍କର ସ୍ୱଭାବଗୁଡ଼ିକ ହେଉଛି, କପଟାଚାର, ଅହଂକାର, ଆତ୍ମ-ଗର୍ବ, କ୍ରୋଧ, ନିଷ୍ଠୁରତା ଏବଂ ଅଜ୍ଞାନତା ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ବର୍ତ୍ତମାନ ଆସୁରିକ ପ୍ରବୃତ୍ତିଯୁକ୍ତ ବ୍ୟକ୍ତିଙ୍କର ଛଅଟି ଗୁଣ ଉପରେ ଆଲୋକପାତ କରୁଛନ୍ତି । ସେମାନେ କପଟାଚାରୀ ଅଟନ୍ତି, ଅର୍ଥାତ୍ ବାହ୍ୟ ରୂପରେ ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ସେମାନେ ଧାର୍ମିକ ଆଚରଣ ପ୍ରଦର୍ଶନ କରନ୍ତି, କିନ୍ତୁ ଆନ୍ତରିକ ସ୍ତରରେ ତଦନୁରୂପ ଗୁଣ ସେମାନଙ୍କର ନ ଥାଏ । ଏହା ଏକ କୃତ୍ରିମ (ଜେକିଲ ଏବଂ ହାଇଡ଼୍) ବ୍ୟକ୍ତିତ୍ୱ ସୃଷ୍ଟି କରେ, ଯାହା ଭିତରେ ଅଶୁଦ୍ଧ କିନ୍ତୁ ବାହ୍ୟତଃ ଶୁଦ୍ଧ ପ୍ରତୀତ ହୁଏ ।
ଆସୁରିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ବ୍ୟବହାର ଅହଂକାରୀ ତଥା ଅନ୍ୟମାନଙ୍କ ପ୍ରତି ଅଶିଷ୍ଟତାପୂର୍ଣ୍ଣ ହୋଇଥାଏ । ସେମାନେ ନିଜର ଶାରୀରିକ ସମ୍ପତ୍ତି ଯେପରିକି, ଧନ, ଶିକ୍ଷା, ସୌନ୍ଦର୍ଯ୍ୟ, ପଦବୀ ଇତ୍ୟାଦିକୁ ନେଇ ଅହଂକାରଯୁକ୍ତ ରହିଥାନ୍ତି । ଯେତେବେଳେ ସେମାନଙ୍କର କାମନା ଓ ଲୋଭ ପୂରଣ ହୁଏ ନାହିଁ, ସେମାନେ ମନର ନିୟନ୍ତ୍ରଣ ହରାଇ କ୍ରୋଧିତ ହୋଇଉଠନ୍ତି । ଅନ୍ୟମାନଙ୍କ ପ୍ରତି ସେମାନଙ୍କର ବ୍ୟବହାର ନିଷ୍ଠୁର ଏବଂ କଠୋର ହୋଇଥାଏ ଏବଂ ଅନ୍ୟର ଦୁଃଖ ପ୍ରତି ସେମାନେ ସମ୍ବେଦନା ରହିତ ହୋଇଥାନ୍ତି । ଆଧ୍ୟାତ୍ମିକ ସିଦ୍ଧାନ୍ତ ବିଷୟରେ ସେମାନଙ୍କର କୌଣସି ଧାରଣା ନ ଥାଏ ଏବଂ ଅଧର୍ମକୁ ସେମାନେ ଧର୍ମ ଭାବରେ ଗ୍ରହଣ କରନ୍ତି ।