ଦୈବୀସମ୍ପଦ୍ୱିିମୋକ୍ଷାୟ ନିବନ୍ଧାୟାସୁରୀ ମତା ।
ମା ଶୁଚଃ ସମ୍ପଦଂ ଦୈବୀମଭିଜାତୋଽସି ପାଣ୍ଡବ ।।୫।।
ଦୈବୀ- ଦିବ୍ୟ; ସମ୍ପତ୍ - ପ୍ରକୃତି; ବିମୋକ୍ଷାୟ -ମୁକ୍ତି ଦାୟିନୀ; ନିବନ୍ଧାୟ - ବନ୍ଧନ କାରକ; ଆସୁରୀ - ଆସୁରିକ ପ୍ରକୃତି; ମତା- ବିଚାର କରାଯାଏ; ମା -କେବେହେଲେ ହୁଅ ନାହିଁ; ଶୁଚଃ - ଦୁଃଖିତ; ସମ୍ପଦଂ - ଗୁଣ; ଦୈବୀଂ - ଦିବ୍ୟ; ଅଭିଜାତଃ - ଜନ୍ମ; ଅସି - ତୁମେ ଅଟ; ପାଣ୍ଡବ - ହେ ପାଣ୍ଡୁପୁତ୍ର ।
BG 16.5: ଦିବ୍ୟଗୁଣ ମୁକ୍ତି ପ୍ରଦାନ କରୁଥିବାବେଳେ, ଆସୁରିକ ଗୁଣଗୁଡ଼ିକ ବନ୍ଧନର ଏକ କ୍ରମାଗତ ଭାଗ୍ୟର କାରଣ ହୋଇଥାନ୍ତି । ହେ ଅର୍ଜୁନ! ଦୁଃଖ କର ନାହିଁ, ତୁମେ ଧାର୍ମିକ ଗୁଣଯୁକ୍ତ ହୋଇ ଜନ୍ମ ଗ୍ରହଣ କରିଛ ।
ଦୈବୀସମ୍ପଦ୍ୱିିମୋକ୍ଷାୟ ନିବନ୍ଧାୟାସୁରୀ ମତା ।
ମା ଶୁଚଃ ସମ୍ପଦଂ ଦୈବୀମଭିଜାତୋଽସି ପାଣ୍ଡବ ।।୫।।
ଦିବ୍ୟଗୁଣ ମୁକ୍ତି ପ୍ରଦାନ କରୁଥିବାବେଳେ, ଆସୁରିକ ଗୁଣଗୁଡ଼ିକ ବନ୍ଧନର ଏକ କ୍ରମାଗତ ଭାଗ୍ୟର କାରଣ ହୋଇଥାନ୍ତି । ହେ ଅର୍ଜୁନ! ଦୁଃଖ କର ନାହିଁ, ତୁମେ ଧାର୍ମିକ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଦୁଇ ପ୍ରକାରର ପ୍ରକୃତି ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଉଭୟର ପରିଣାମ ସମ୍ବନ୍ଧରେ ସୂଚନା ଦେଉଛନ୍ତି । ସେ କହୁଛନ୍ତି ଯେ ଆସୁରିକ ପ୍ରକୃତି ବ୍ୟକ୍ତିକୁ ଜନ୍ମ ଓ ମୃତ୍ୟୁର ସଂସାରରେ ବନ୍ଦୀ କରିଦିଏ । ଅନ୍ୟ ପକ୍ଷରେ, ସାଧୁ ସ୍ୱଭାବ ମାୟାର ଶୃଙ୍ଖଳକୁ ଛିନ୍ନ କରିବାରେ ସାହାଯ୍ୟ କରିଥାଏ ।
ଆଧ୍ୟାତ୍ମିକ ପଥକୁ ସଫଳତାର ସହ ଅତିକ୍ରମ କରିବା ଏବଂ ଅନ୍ତ ପର୍ଯ୍ୟନ୍ତ ଅନୁସରଣ କରିବା ପାଇଁ, ସାଧକ ଅନେକ ବିଷୟ ପ୍ରତି ସତର୍କ ରହିବା ଆବଶ୍ୟକ । ବ୍ୟକ୍ତିତ୍ୱରେ ଅହଂକାର, କପଟ ଆଦି ଆସୁରିକ ଗୁଣ ମଧ୍ୟରୁ କୌଣସି ଗୋଟିଏ ବି ଗୁଣ ରହିଲେ, ତାହା ପତନର କାରଣ ହୋଇପାରେ । ତା ସହିତ, ଦିବ୍ୟ ଗୁଣର ବିକାଶ ମଧ୍ୟ ଆବଶ୍ୟକ, କାରଣ ସଦ୍ଗୁଣ ବିନା ଆମର ଆଧ୍ୟାତ୍ମିକ ପ୍ରଗତି ସ୍ଥାଣୁ ହୋଇ ଯାଇପାରେ । ଉଦାହରଣ ସ୍ୱରୂପ, ଯଦି ଆମଠାରେ ସହନଶୀଳତା ନ ଥାଏ, ତେବେ ଯାତ୍ରା କଷ୍ଟକର ହେଲେ ଆମେ ତାକୁ ପରିତ୍ୟାଗ କରିଦେଇ ପାରେ । ସେହିପରି, କ୍ଷମାଶୀଳତା ନ ଥିଲେ ଆମ ମନ ଦ୍ୱେଷପୂର୍ଣ୍ଣ ରହି ଭଗବାନଙ୍କ ଠାରେ ନିମଗ୍ନ ହେବାର କ୍ଷମତା ହରାଇବ । କିନ୍ତୁ ଆମେ ଯଦି ନିଜ ବ୍ୟକ୍ତିତ୍ୱରେ ଶ୍ରୀକୃଷ୍ଣ ସୂଚିତ କରିଥିବା ସଦ୍ଗୁଣ ବିକସିତ କରିବା, ତେବେ ଆଧ୍ୟାତ୍ମିକ ମାର୍ଗରେ ଦ୍ରୁତ ଅଗ୍ରଗତି କରିବା ସହିତ ମାର୍ଗରେ ଆସୁଥିବା ସମସ୍ତ ବାଧାକୁ ଅକ୍ଳେଶରେ ଅତିକ୍ରମ କରିପାରିବା । ଅତଏବ, ସଦ୍ଗୁଣର ବିକାଶ ଏବଂ ମନ୍ଦଗୁଣର ପରିତ୍ୟାଗ ଆଧ୍ୟାତ୍ମିକ ସାଧନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଏ ଦିଗରେ ବ୍ୟକ୍ତିଗତ ଡାଏରୀ ଲେଖିବା ଏକ ଉପଯୋଗୀ କୌଶଳ ସିଦ୍ଧ ହୋଇଥାଏ । ଅନେକ ସଫଳ ବ୍ୟକ୍ତି ତାଙ୍କର ଆତ୍ମକଥା ଲିପିବଦ୍ଧ କରିଥାନ୍ତି, ଯାହା ସେମାନଙ୍କର ସଫଳତା ନିମନ୍ତେ ସଦ୍ଗୁଣର ବିକାଶ ପାଇଁ ସାହାଯ୍ୟ କରେ । ମହାତ୍ମା ଗାନ୍ଧି ଏବଂ ବେଞ୍ଜମିନ୍ ଫ୍ରାଙ୍କଲିନ୍ ଉଭୟ ଏହି କୌଶଳ ଅବଲମ୍ବନ କରୁଥିବା ବିଷୟ ତାଙ୍କ ଆତ୍ମକଥାରେ ଉଲ୍ଲେଖ କରିଛନ୍ତି ।
କେହି କେହି ଯୁକ୍ତି କରନ୍ତି, ଆମେ ଯଦି ଭଗବାନଙ୍କର ଭକ୍ତି କରିବା, ତେବେ ସମୟକ୍ରମେ ଶ୍ରୀକୃଷ୍ଣଙ୍କ ଦ୍ୱାରା ବର୍ଣ୍ଣିତ ସମସ୍ତ ସଦ୍ଗୁଣ ଆମଠାରେ ସ୍ୱାଭାବିକ ଭାବରେ ବିକସିତ ହେବ । ବାସ୍ତବରେ ଏହା ସତ୍ୟ ଅଟେ, କିନ୍ତୁ ପ୍ରାରମ୍ଭରୁ ଯେଉଁସବୁ ନକାରାତ୍ମକ ସ୍ୱଭାବ ଆମ ଭକ୍ତି ପଥରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥାଏ, ସେଗୁଡିକ ଦୂର ନ କରି ପୂର୍ଣ୍ଣତଃ ଭକ୍ତି ପଥରେ ଅଗ୍ରସର ହେବା ଅସମ୍ଭବ ହୋଇଥାଏ । ଅଧିକାଂଶ ବ୍ୟକ୍ତି ଅଭ୍ୟାସ ଦ୍ୱାରା ଧୀରେ ଧୀରେ ଭକ୍ତି ବୃଦ୍ଧି କରିଥାଆନ୍ତି ଏବଂ ସଦ୍ଗୁଣର ବିକାଶ ଓ ଆସୁରିକ ଗୁଣର ତ୍ୟାଗ ଦ୍ୱାରା ଅଭ୍ୟାସରେ ସଫଳତା ପ୍ରାପ୍ତ ହୋଇଥାଏ । ତେଣୁ, ଭକ୍ତି କରିବା ସଙ୍ଗେ ସଙ୍ଗେ ନିଜ ବ୍ୟକ୍ତିତ୍ୱରେ ଶ୍ରୀକୃଷ୍ଣ ଏହି ଅଧ୍ୟାୟରେ ସୂଚିତ କରିଥିବା ସଦ୍ଗୁଣର ବିକାଶ ଏବଂ ଆସୁରିକ ଗୁଣର ପରିତ୍ୟାଗ କରିବା ଦିଗରେ ପ୍ରଯତ୍ନ କରିବା ଆବଶ୍ୟକ ।