ଦ୍ୱୌ ଭୂତସର୍ଗୌ ଲୋକେଽସ୍ମିନ୍ଦୈବ ଆସୁର ଏବ ଚ ।
ଦୈବୋ ବିସ୍ତରଶଃ ପ୍ରୋକ୍ତ ଆସୁରଂ ପାର୍ଥ ମେ ଶୃଣୁ ।।୬।।
ଦ୍ୱୌ- ଦୁଇ; ଭୂତସର୍ଗୌ - ସୃଷ୍ଟିଜୀବ; ଲୋକେ - ଏହି ପୃଥିବୀରେ; ଅସ୍ମିନ୍ - ଏହି; ଦୈବଃ -ଦିବ୍ୟ; ଆସୁରଃ - ଆସୁରିକ; ଏବ-ନିଶ୍ଚିତଭାବେ; ଚ-ଏବଂ; ଦୈବଃ - ଦିବ୍ୟ; ବିସ୍ତରଶଃ - ବିସ୍ତୃତଭାବେ; ପ୍ରୋକ୍ତଃ -କହିଲି; ଆସୁରଂ - ଆସୁରିକ ଗୁଣ ସମ୍ବନ୍ଧରେ; ପାର୍ଥ- ହେ ପୃଥାପୁତ୍ର; ମେ-ମୋ’ଠାରୁ; ଶୃଣୁ - ଶୁଣ ।
BG 16.6: ସଂସାରରେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି - ଯେଉଁମାନେ ଦିବ୍ୟ ଗୁଣସମ୍ପନ୍ନ ହୋଇଥାନ୍ତି ଏବଂ ଯେଉଁମାନେ ଆସୁରିକ ଗୁଣ ଧାରଣ କରିଥାନ୍ତି । ହେ ଅର୍ଜୁନ! ମୁଁ ଦିବ୍ୟଗୁଣ ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ସାରିଛି । ବର୍ତ୍ତମାନ ମୋଠାରୁ ଆସୁରିକ ଗୁଣ ସମ୍ପର୍କରେ ଶୁଣ ।
ଦ୍ୱୌ ଭୂତସର୍ଗୌ ଲୋକେଽସ୍ମିନ୍ଦୈବ ଆସୁର ଏବ ଚ ।
ଦୈବୋ ବିସ୍ତରଶଃ ପ୍ରୋକ୍ତ ଆସୁରଂ ପାର୍ଥ ମେ ଶୃଣୁ ।।୬।।
ସଂସାରରେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି - ଯେଉଁମାନେ ଦିବ୍ୟ ଗୁଣସମ୍ପନ୍ନ ହୋଇଥାନ୍ତି ଏବଂ ଯେଉଁମାନେ ଆସୁରିକ ଗୁଣ ଧାରଣ କରିଥାନ୍ତି । ହେ ଅର୍ଜୁନ! ମୁଁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପ୍ରତ୍ୟେକ ଜୀବ ନିଜ ସହିତ ତାଙ୍କର ପୂର୍ବଜନ୍ମର ସ୍ୱଭାବ ବହନ କରିଥାନ୍ତି । ଯେଉଁମାନେ ପୂର୍ବଜନ୍ମରେ ସଦ୍ଗୁଣର ବିକାଶ କରିଥାନ୍ତି ଏବଂ ପୁଣ୍ୟ କର୍ମ କରିଥାନ୍ତି, ସେହି ଅନୁସାରେ ସେମାନେ ଦିବ୍ୟଗୁଣଯୁକ୍ତ ହୋଇ ଜନ୍ମଗ୍ରହଣ କରିଥାନ୍ତି । ପୂର୍ବଜନ୍ମରେ ଯେଉଁମାନେ ପାପମୟ କର୍ମରେ ଲିପ୍ତ ରହି ମନକୁ କଳୁଷିତ କରିଥାନ୍ତି, ସେହିସବୁ ସ୍ୱଭାବକୁ ସେମାନେ ଏହି ଜନ୍ମକୁ ବହନ କରିଥାନ୍ତି । ଏହା ସଂସାରରେ ଦୃଷ୍ଟିଗୋଚର ହେଉଥିବା ସ୍ୱଭାବର ଭିନ୍ନତାକୁ ସ୍ପଷ୍ଟ କରିଥାଏ । ଦିବ୍ୟ ଓ ଆସୁରିକ ସ୍ୱଭାବ ଏହି ଭିନ୍ନତାର ଦୁଇଟି ଚରମ ଦିଗନ୍ତ ଅଟନ୍ତି ।
ସ୍ୱର୍ଗଲୋକର ଜୀବଗଣ ଅଧିକ ସଦ୍ଗୁଣ ଧାରଣ କରନ୍ତି, କିନ୍ତୁ ନିମ୍ନ ଲୋକମାନଙ୍କରେ ଆସୁରିକ ଗୁଣର ପ୍ରାଧାନ୍ୟ ଥାଏ । ମନୁଷ୍ୟ ଠାରେ ଉଭୟ ଦିବ୍ୟ ଏବଂ ଆସୁରିକ ଗୁଣର ମିଶ୍ରଣ ପରିଲକ୍ଷିତ ହୋଇଥାଏ । ଏପରିକି, ଜଣେ ନିର୍ଦ୍ଦୟୀ କଂସେଇ ଠାରେ ମଧ୍ୟ ଦୟାଭାବ ଥାଇପାରେ ଏବଂ ଉଚ୍ଚ କକ୍ଷର ସାଧକମାନଙ୍କଠାରେ ଦୋଷ ପରିଲକ୍ଷିତ ହୋଇପାରେ । ଏପରି କୁହାଯାଏ ଯେ ସତ୍ୟଯୁଗରେ ଦେବତା ଓ ଦାନବ ଭିନ୍ନ ଭିନ୍ନ ଲୋକରେ ବାସ କରୁଥିଲେ; ତ୍ରେତା ଯୁଗରେ, ସେମାନେ ଗୋଟିଏ ଗ୍ରହରେ ବାସ କରୁଥିଲେ; ଦ୍ୱାପର ଯୁଗରେ, ସେମାନେ ଗୋଟିଏ ପରିବାରରେ ବାସକଲେ ଏବଂ କଳି ଯୁଗରେ, ଦିବ୍ୟ ଏବଂ ଦାନବିକ ଗୁଣ ଜଣେ ବ୍ୟକ୍ତିଙ୍କ ହୃଦୟରେ ସହାବସ୍ଥାନ କରୁଛନ୍ତି । ମନୁଷ୍ୟ ଜନ୍ମର ଏହା ଏକ ଦ୍ୱନ୍ଦ୍ୱ ଅଟେ - ଉଚ୍ଚତର ସ୍ୱଭାବ ତାକୁ ଈଶ୍ୱରଙ୍କ ଦିଗକୁ ପ୍ରେରିତ କରିବା ସମୟରେ ନିମ୍ନତର ସ୍ୱଭାବ ତାକୁ ପତନ ଅଭିମୁଖୀ କରିଥାଏ । ଦୈବୀଗୁଣ ସବୁ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ନିମ୍ନ ପ୍ରକୃତି ଗୁଡିକର ବିସ୍ତୃତ ଆଲୋଚନା କରିଛନ୍ତି । ଏହା ଆମକୁ ସେଗୁଡ଼ିକୁ ଜାଣିବାରେ ଏବଂ ପରିତ୍ୟାଗ କରିବାରେ ସାହାଯ୍ୟ କରିବ ।