ଅସତ୍ୟମପ୍ରତିଷ୍ଠଂ ତେ ଜଗଦାହୁରନୀଶ୍ୱରମ୍ ।
ଅପରସ୍ପରସମ୍ଭୂତଂ କିମନ୍ୟତ୍କାମହୈତୁକମ୍ ।।୮।।
ଅସତ୍ୟଂ -ଅସତ୍ୟ; ଅପ୍ରତିଷ୍ଠଂ -ଭିତ୍ତିହୀନ; ତେ-ସେମାନେ; ଜଗତ୍ -ସଂସାର; ଆହୁ -କହନ୍ତି; ଅନୀଶ୍ୱରମ୍ -ଈଶ୍ୱର ବିହୀନ; ଅପରସ୍ପରଂ -ପରସ୍ପର ସମ୍ପର୍କରୁ; ସମ୍ଭୁତଂ -ସୃଷ୍ଟିହୁଏ; କିମ୍ -କ’ଣ; ଅନ୍ୟତ୍- ଅନ୍ୟ; କାମ-ହୈତୁକମ୍ -କେବଳ କାମପିପାସା ହେତୁ ।
BG 16.8: ସେମାନେ କହନ୍ତି, “ସଂସାର ସତ୍ୟ ରହିତ ଅଟେ । ଏହାର ଆଧାର (ଧାର୍ମିକ) କିଛି ନାହିଁ ଏବଂ ଏହା ଈଶ୍ୱରହୀନ (ଯିଏ ସୃଷ୍ଟି କରନ୍ତି ଏବଂ ନିୟନ୍ତ୍ରଣ କରନ୍ତି) ଅଟେ । ଏହା ଦୁଇ ଲିଙ୍ଗର ସଂଯୋଗରେ ସୃଷ୍ଟି ହୋଇଛି ଏବଂ ଯୌନ ସନ୍ତୋଷ ଅତିରିକ୍ତ ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ।
ଅସତ୍ୟମପ୍ରତିଷ୍ଠଂ ତେ ଜଗଦାହୁରନୀଶ୍ୱରମ୍ ।
ଅପରସ୍ପରସମ୍ଭୂତଂ କିମନ୍ୟତ୍କାମହୈତୁକମ୍ ।।୮।।
ସେମାନେ କହନ୍ତି, “ସଂସାର ସତ୍ୟ ରହିତ ଅଟେ । ଏହାର ଆଧାର (ଧାର୍ମିକ) କିଛି ନାହିଁ ଏବଂ ଏହା ଈଶ୍ୱରହୀନ (ଯିଏ ସୃଷ୍ଟି କରନ୍ତି ଏବଂ ନିୟନ୍ତ୍ରଣ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅନୈତିକ ବ୍ୟବହାରରୁ କ୍ଷାନ୍ତ ହେବାର ଦୁଇଟି ଉପାୟ ଅଛି । ପ୍ରଥମଟି, ଇଚ୍ଛାଶକ୍ତିର ଉପଯୋଗ କରି ଅଧର୍ମଠାରୁ ଦୂରେଇ ରହିବା ଏବଂ ଦ୍ୱିତୀୟ ଉପାୟଟି, ଭଗବାନଙ୍କ ଭୟରେ ପାପରୁ ନିବୃତ୍ତ ରହିବା । କେବଳ ନିଜ ଇଚ୍ଛାଶକ୍ତି ଉପଯୋଗ କରି ପାପ କର୍ମରୁ ନିବୃତ୍ତ ରହିବା ବ୍ୟକ୍ତି ବହୁତ କମ୍ ଅଛନ୍ତି । ଅଧିକାଂଶ ବ୍ୟକ୍ତି ଦଣ୍ଡ ଭୟରେ ଅସତ୍ ଆଚରଣ କରିବାରୁ ନିବୃତ ହୁଅନ୍ତି । ଉଦାହରଣ ସ୍ୱରୂପ, ଆମେ ରାଜପଥରେ ଲକ୍ଷ୍ୟ କରୁ, ଯେତେବେଳେ ଗୋଟିଏ ପୋଲିସ ଗାଡ଼ି ଦେଖାଯାଏ, ଲୋକମାନେ ତାଙ୍କ ଯାନର ଗତିକୁ ମନ୍ଥର କରିଦିଅନ୍ତି । କିନ୍ତୁ ଯେତେବେଳେ ଧରାପଡ଼ିର କୌଣସି ଭୟ ନ ଥାଏ, ସେମାନେ ଗତିକୁ ସୀମା ଅତିରିକ୍ତ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ତେଣୁ ଆମେ ଯଦି ଭଗବାନଙ୍କୁ ବିଶ୍ୱାସ କରିବା, ଅନୈତିକ କାର୍ଯ୍ୟରୁ ଦୂରରେ ରହିବା । ତା ପରିବର୍ତ୍ତେ, ଯଦି ଆମେ ଭଗବାନଙ୍କୁ ବିଶ୍ୱାସ କରିବା ନାହିଁ, ତେବେ ମଧ୍ୟ ତାଙ୍କର ସମସ୍ତ ନିୟମ ଆମ ପ୍ରତି ଲାଗୁ ହେବ ଏବଂ ଆମେ ଅନୁଚିତ୍ କର୍ମର ପରିଣତି ଭୋଗ କରିବା ।
ଆସୁରିକ ପ୍ରବୃତ୍ତିଯୁକ୍ତ ବ୍ୟକ୍ତିମାନେ କୌଣସି ପ୍ରକାରର ପ୍ରାଧିକରଣ ଏବଂ ନିୟମନକୁ ସ୍ୱୀକାର କରନ୍ତି ନାହିଁ, ଯାହା ଭଗବତ୍ ବିଶ୍ୱାସର ଏକ ଆବଶ୍ୟକୀୟ ଅନୁଶାସନ ଅଟେ । ସେମାନଙ୍କ ମତରେ ଭଗବାନ ବୋଲି କେହି ନାହାଁନ୍ତି ଏବଂ ସଂସାରର କୌଣସି ଧାର୍ମିକ ଆଧାର ନାହିଁ । ସେମାନେ “ମହା ବିସ୍ଫୋଟ ସିଦ୍ଧାନ୍ତ” ପରି ପରିକଳ୍ପନାର ପ୍ରଚାର କରନ୍ତି, ଯାହା ଅନୁଯାୟୀ ସୃଷ୍ଟିର ଶୂନ୍ୟ ସମୟରେ ଘଟିଥିବା ଏକ ଆକସ୍ମିକ ବିସ୍ଫୋରଣରୁ ସଂସାରର ସୃଷ୍ଟି ହୋଇଛି, ତେଣୁ ଏହି ସଂସାରକୁ ବ୍ୟବସ୍ଥିତ ରଖିବାକୁ କୌଣସି ଭଗବାନ ନାହାଁନ୍ତି । ଏହିପରି ସିଦ୍ଧାନ୍ତ ସେମାନଙ୍କୁ ନିଃସଂକୋଚରେ କିମ୍ବା କୌଣସି ପରିଣାମର ଭୟ ନ ଥାଇ ଇନ୍ଦ୍ରିୟ ସୁଖ ଉପଭୋଗ କରିବାରେ ନିୟୋଜିତ କରିଥାଏ ।
ବିଭିନ୍ନ ଇନ୍ଦ୍ରିୟ ସୁଖଭୋଗ ମଧ୍ୟରୁ, ଯୌନ ସମ୍ଭୋଗର ଇଚ୍ଛା ଅତି ପ୍ରବଳ ଅଟେ । ଏହାର କାରଣ ଭୌତିକ ଜଗତ ଆଧ୍ୟାତ୍ମିକ ଜଗତର ଏକ ବିକୃତ ପ୍ରତିରୂପ ଅଟେ । ଆଧ୍ୟାତ୍ମିକ ଜଗତରେ, ମୁକ୍ତ ଆତ୍ମା ଗୁଡିକର ଭଗବାନଙ୍କ ସହିତ ସମ୍ପର୍କ ଯୋଡ଼ିବାର ଆଧାର ଦିବ୍ୟପ୍ରେମ ଅଟେ । ମାୟିକ ଜଗତରେ ଏହାର ବିକୃତ ପ୍ରତିରୂପ ଯୌନ ସମ୍ଭୋଗ, ମାୟାଧୀନ ଜୀବମାନଙ୍କର ଚେତନାରେ ପ୍ରାଧାନ୍ୟ ବିସ୍ତାର କରିଥାଏ, ବିଶେଷତଃ ଯେଉଁମାନେ ରଜଗୁଣ-ପ୍ରଧାନ ଅଟନ୍ତି । ଅତଏବ, ଆସୁରିକ ସ୍ୱଭାବର ବ୍ୟକ୍ତି ଯୌନ ସମ୍ଭୋଗକୁ ମାନବ ଜୀବନର ଉଦ୍ଦେଶ୍ୟ ନିର୍ଦ୍ଧାରିତ କରିଥାଆନ୍ତି ।