Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 16, Verse 9

ଏତାଂ ଦୃଷ୍ଟିମବଷ୍ଟଭ୍ୟ ନଷ୍ଟାତ୍ମାନୋଽଳ୍ପବୁଦ୍ଧୟଃ ।
ପ୍ରଭବନ୍ତ୍ୟୁଗ୍ରକର୍ମାଣଃ କ୍ଷୟାୟ ଜଗତୋଽହିତାଃ ।।୯।।

ଏତାଂ-ଏହିପରି; ଦୃଷ୍ଟିଂ - ଦୃଷ୍ଟିକୋଣ; ଅବଷ୍ଟଭ୍ୟ - ଗ୍ରହଣ କରି; ନଷ୍ଟ-ପଥଭ୍ରଷ୍ଟ; ଆତ୍ମାନଃ -ଜୀବ; ଅଳ୍ପବୁଦ୍ଧୟଃ - ଅଳ୍ପବୁଦ୍ଧି ସମ୍ପନ୍ନ; ପ୍ରଭବନ୍ତି - ସୃଷ୍ଟି ହୁଏ; ଉଗ୍ରକର୍ମାଣାଃ - ଉଗ୍ରକର୍ମରେ; କ୍ଷୟାୟ- ଧ୍ୱଂସ; ଜଗତଃ - ଜଗତର; ଅହିତାଃ - ଶତ୍ରୁ ।

Translation

BG 16.9: ଏପରି ସିଦ୍ଧାନ୍ତକୁ ଦୃଢ଼ ଭାବରେ ଗ୍ରହଣ କରି ଏହି ବିପଥଗାମୀ ଜୀବ, ସେମାନଙ୍କର ସ୍ୱଳ୍ପ ବୁଦ୍ଧି ଏବଂ ନିଷ୍ଠୁର କର୍ମ ଦ୍ୱାରା, ସଂସାରର ବିଧ୍ୱଂସକରୀ ଶତ୍ରୁ ରୂପରେ ଦେଖାଦିଅନ୍ତି ।

Commentary

ଆସୁରିକ ସ୍ୱଭାବର ବ୍ୟକ୍ତିମାନେ, ସଠିକ୍ ଆତ୍ମ-ଜ୍ଞାନରୁ ବଞ୍ôଚତ ହୋଇ, ତାଙ୍କର ଅଶୁଦ୍ଧ ବୁଦ୍ଧିଦ୍ୱାରା, ସତ୍ୟର ସିଦ୍ଧାନ୍ତକୁ ବିକୃତ କରିଦିଅନ୍ତି । ଏହାର ଏକ ଉଦାହରଣ ହେଉଛି ଚାର୍ବାକ୍‌ଙ୍କର ସିଦ୍ଧାନ୍ତ ଯିଏ କି, ଭାରତ ଇତିହାସର ଜଣେ ପ୍ରସିଦ୍ଧ ଭୌତିକବାଦୀ ଦାର୍ଶନିକ ଅଟନ୍ତି । ସେ କହିଥିଲେ:

ଯାବଜ୍ଜୀବେତ ସୁଖଂ ଜୀବେତ୍‌, ଋଣମ୍ କୃତ୍ୱା ଘୃତଂ ପିବେତ୍
ଭସ୍ମୀ ଭୂତସ୍ୟ ଦେହସ୍ୟ ପୁନରାଗମନଂ କୃତଃ ।

“ଯେତେଦିନ ପର୍ଯ୍ୟନ୍ତ ଜୀବିତ ରହିଛ, ନିଜକୁ ଉପଭୋଗ କର । ଯଦି ଘୃତ ପାନ କରିବାକୁ ଇଚ୍ଛା କରୁଥାଅ, ଆବଶ୍ୟକ ସ୍ଥଳେ ଋଣ କରି ମଧ୍ୟ, ତାହା କର । ଶରୀରର ଦାହସଂସ୍କାର କରାଯିବା ପରେ, ତୁମର ଅସ୍ତିତ୍ୱ ରହିବ ନାହିଁ ଏବଂ ତୁମେ ସଂସାରକୁ ପୁଣି ଫେରିବ ନାହିଁ । (ତେଣୁ ତୁମ କର୍ମର ପରିଣାମକୁ ନେଇ ଚିନ୍ତିତ ହୁଅ ନାହିଁ) ।”

ଏହିପରି ଭାବରେ, ଆସୁରିକ ସ୍ୱଭାବଯୁକ୍ତ ବ୍ୟକ୍ତି ଆତ୍ମାର ନିତ୍ୟତା ଏବଂ କର୍ମ ପ୍ରତିକ୍ରିୟାର ସମ୍ଭାବନାକୁ ପ୍ରତ୍ୟାଖାନ କରିଥାଆନ୍ତି । ସେଥିପାଇଁ ସେମାନେ ନିଦ୍ୱର୍ନ୍ଦରେ ସ୍ୱାର୍ଥପର ଏବଂ ନିଷ୍ଠୁର କର୍ମରେ ଲିପ୍ତ ରହନ୍ତି । ଯଦି ସେମାନେ ଅନ୍ୟମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଆନ୍ତି, ତେବେ ସେମାନେ ନିଜର ବିଭ୍ରାନ୍ତିକର ଭୌତିକବାଦୀ ମତକୁ ଅନ୍ୟମାନଙ୍କ ଉପରେ ନ୍ୟସ୍ତ କରିଥାନ୍ତି । ସେମାନଙ୍କର ଆତ୍ମ-କୈନ୍ଦ୍ରିକ ଲକ୍ଷ୍ୟ, ଅନ୍ୟମାନଙ୍କ ପାଇଁ ଦୁଃଖର କାରଣ ହେଉ କିମ୍ବା ସଂସାରର ବିନାଶର କାରଣ ହେଉ ପଛେ, ତାହାକୁ ହାସଲ କରିବା ପାଇଁ ସେମାନେ ଦ୍ୱିଧାହୀନ ଭାବରେ ଅବିଶ୍ରାନ୍ତ ଉଦ୍ୟମ କରିଥାନ୍ତି । ମାନବ ଇତିହାସ ବାରମ୍ବାର ଏହିପରି ଆତ୍ମବଡ଼ିମାପୂର୍ଣ୍ଣ ସମ୍ରାଟ, ଯଥା ହିଟ୍‌ଲର, ମୁସୋଲିନ୍‌, ଷ୍ଟାଲିନ୍ ଇତ୍ୟାଦିଙ୍କୁ ଦେଖିଛି, ଯେଉଁମାନେ ତାଙ୍କର ବିକୃତ ଦୃଷ୍ଟିକୋଣଦ୍ୱାରା ଅନୁପ୍ରାଣିତ ହୋଇ ସଂସାରରେ ଅକଥନୀୟ ଯନ୍ତ୍ରଣା ଏବଂ ବିନାଶ ଆଣି ଦେଇଥିଲେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
16. ଦୈବାସୁର ସମ୍ପଦ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!