Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 17, Verse 10

ଯାତଯାମଂ ଗତରସଂ ପୂତି ପର୍ଯ୍ୟୁଷିତଂ ଚ ଯତ୍ ।
ଉଚ୍ଛିଷ୍ଟମପି ଚାମେଧ୍ୟଂ ଭୋଜନଂ ତାମସପ୍ରିୟମ୍ ।।୧୦।।

ଯାତ-ଯାମଂ- ବାସି ଖାଦ୍ୟ; ଗତରସଂ- ସ୍ୱାଦହୀନ; ପୂତି- ଦୁର୍ଗନ୍ଧମୟ; ପର୍ଯ୍ୟୁସିତ -ଦୂଷିତ; ଚ- ଏବଂ; ଯତ୍ - ଯାହା; ଉଚ୍ଛିଷ୍ଟଂ - ଅଇଁଠା; ଅପି - ମଧ୍ୟ; ଚ-ଏବଂ; ଅମେଧ୍ୟଂ - ଅଶୁଦ୍ଧ; ଭୋଜନଂ- ଭୋଜନ; ତାମସ-ତମୋଗୁଣ ଯୁକ୍ତ; ପ୍ରିୟଂ-ପ୍ରିୟ ।

Translation

BG 17.10: ଯେଉଁ ଖାଦ୍ୟ ଅତ୍ୟଧିକ ପାକ ହୋଇଥିବା, ବାସି, ସଢ଼ି ଯାଇଥିବା, ଅପମିଶ୍ରିତ ଏବଂ ଅଶୁଦ୍ଧ ସେସବୁ ତାମସିକ ବ୍ୟକ୍ତିଙ୍କର ପସନ୍ଦ ଅଟେ ।

Commentary

ଯେଉଁ ଖାଦ୍ୟ ରନ୍ଧନ ପରେ ଗୋଟିଏ ଯାମ (ତିନିଘଣ୍ଟା) ରୁ ଊର୍ଦ୍ଧ୍ୱ ସମୟ ରହିଯାଏ, ତାହାକୁ ତାମସିକ ଶ୍ରେଣୀଭୁକ୍ତ କରାଯାଏ । ଯେଉଁ ଖାଦ୍ୟ ଅଶୁଦ୍ଧ, ସ୍ୱାଦହୀନ ଏବଂ ଦୁର୍ଗନ୍ଧଯୁକ୍ତ ସେଗୁଡ଼ିକ ମଧ୍ୟ ଏହି ଶ୍ରେଣୀଭୁକ୍ତ ଅଟନ୍ତି । ଅଶୁଦ୍ଧ ଖାଦ୍ୟର ଅନ୍ତର୍ଭୁକ୍ତ ସମସ୍ତ ପ୍ରକାରର ମାଂସଜାତୀୟ ଖାଦ୍ୟ ଅଟେ । ପ୍ରକୃତି ମନୁଷ୍ୟର ଶରୀରକୁ ଶାକାହାରୀ ଅନୁକୂଳ ଗଠନ କରିଛି । ମନୁଷ୍ୟ ମାନଙ୍କ ମୁହଁରେ ମାଂସ ଭକ୍ଷଣ ଆବଶ୍ୟକ ଲମ୍ବା ଶ୍ୱାନ ଦାନ୍ତ କିମ୍ବା ଚଉଡ଼ା ହନୁ ହାଡ଼ ନାହିଁ । ମାଂସାହାରୀମାନଙ୍କର ଛୋଟ ପାକଯନ୍ତ୍ର ଥାଏ, ଯାହା ସଢ଼ା ଦୁର୍ଗନ୍ଧଯୁକ୍ତ ମୃତ ପ୍ରାଣୀକୁ ଖୁବ କମ୍ ସମୟ ପାଇଁ ଧାରଣ କରିଥାଏ । ଅନ୍ୟ ପକ୍ଷରେ, ଉଦ୍ଭିଦ ଜାତୀୟ ଖାଦ୍ୟକୁ ଧୀରେ ଧୀରେ ଏବଂ ଭଲଭାବରେ ହଜମ କରିବାକୁ ମନୁଷ୍ୟମାନଙ୍କର ଏକ ଦୀର୍ଘ ପାଚନ ତନ୍ତ୍ର ଥାଏ । ପଶୁମାନଙ୍କର ପାକସ୍ଥଳୀ ଅଧିକ କ୍ଷାରୀୟ ଅଟେ, ଯାହା ମାଂସ ହଜମ କରିବାରେ ତାଙ୍କୁ ସାହାଯ୍ୟ କରେ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ମାଂସଭକ୍ଷୀ ପଶୁମାନେ ଚର୍ମ ଦ୍ୱାରା ସ୍ୱେଦ ନିର୍ଗମନ କରନ୍ତି ନାହିଁ । ସେମାନେ ତାଙ୍କ ଶରୀରର ତାପ ନିୟନ୍ତ୍ରଣ ଜିହ୍ୱା ଦ୍ୱାରା କରିଥାନ୍ତି । ଅନ୍ୟପକ୍ଷରେ, ତୃଣ-ଭୋଜୀ ପ୍ରାଣୀ ଏବଂ ମନୁଷ୍ୟମାନେ ଚର୍ମ ଦ୍ୱାରା ସ୍ୱେଦ ନିର୍ଗମନ କରି ଶରୀରର ତାପ ନିୟନ୍ତ୍ରଣ କରିଥାଆନ୍ତି । ମାଂସ-ଭୋଜୀ ପ୍ରାଣୀମାନେ ପାଣିକୁ ଶୋଷିବା ପରିବର୍ତ୍ତେ ଚାଟିଥାନ୍ତି । ଅଥଚ ତୃଣଭୋଜୀମାନେ ପାଣିକୁ ନ ଚାଟି ଶୋଷଣ କରିଥାନ୍ତି । ମନୁଷ୍ୟମାନେ ମଧ୍ୟ ପିଇବା ସମୟରେ ପାଣିକୁ ଶୋଷିଥାନ୍ତି, ଚାଟି ନ ଥାନ୍ତି । ଏହିସବୁ ଶାରୀରିକ ଲକ୍ଷଣ ସବୁ ଦର୍ଶାଇ ଥାଏ ଯେ ଭଗବାନ ଆମକୁ ମାଂସାହାରୀ ପ୍ରାଣୀ ଭାବେ ସୃଷ୍ଟି କରିନାହାନ୍ତି । ସେଥିପାଇଁ ମନୁଷ୍ୟ ପାଇଁ ମାଂସକୁ ଅଶୁଦ୍ଧ ଖାଦ୍ୟ ଭାବରେ ବିବେଚନା କରାଯାଇଛି । ମାଂସାହାର ମନ୍ଦ କର୍ମ ମଧ୍ୟ ସୃଷ୍ଟି କରେ । ମନୁ ସ୍ମୃତି କହେ:

ମାଂ ସ ଭକ୍ଷୟିତାମୁତ୍ର ଯସ୍ୟ ମାଂସମ୍ ଇହାଦ୍‌ମ୍ୟହମ୍
ଏତନ୍ ମାଂସସ୍ୟ ମାଂସତ୍ୱଂ ପ୍ରବଦନ୍ତି ମନୀଷିଣଃ (୫.୫୫)

“ମାଂସ ଶବ୍ଦର ଅର୍ଥ ହେଉଛି, ମୁଁ ଯାହାକୁ ଭକ୍ଷଣ କରୁଛି, ସେ ପର ଜନ୍ମରେ ମୋତେ ଭକ୍ଷଣ କରିବ ।” ଏହି କାରଣରୁ ବିଜ୍ଞ ବ୍ୟକ୍ତିମାନେ ଏହାକୁ ମାଂସ କହନ୍ତି (ଏକ ପୁନରାବର୍ତ୍ତ କର୍ମ: ମୁଁ ତାଙ୍କୁ ଖାଏ, ସେ ମୋତେ ଖାଇବ) ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
17. ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!