ଅଫଳାକାଙ୍କ୍ଷିଭିର୍ଯଜେ୍ଞା ବିଧିଦୃଷ୍ଟୋ ଯ ଇଜ୍ୟତେ ।
ଯଷ୍ଟବ୍ୟମେବେତି ମନଃ ସମାଧାୟ ସ ସାତ୍ତ୍ୱିକଃ ।।୧୧।।
ଅଫଳ-ଆକାଙ୍କ୍ଷିଭିଃ - ଫଳାକାଙ୍କ୍ଷାଶୂନ୍ୟ; ଯଜ୍ଞଃ - ଯଜ୍ଞ; ବିଧି-ଦୃଷ୍ଟଃ - ଶାସ୍ତ୍ର ବିଧିସମ୍ମତ; ଯଃ -ଯାହା; ଇଦ୍ୟତେ- ଅନୁଷ୍ଠାନ କରାଯାଏ; ଯଷ୍ଟବ୍ୟମ୍-ଏବ-ଇତି -ସମର୍ପିତ କରାଯିବା ଉଚିତ୍; ମନଃ -ମନ; ସମାଧାୟ -ବିଶ୍ୱାସର ସହିତ; ସ -ତାହା; ସାତ୍ତ୍ୱିକଃ - ସାତ୍ତ୍ୱିକ ଗୁଣ ।
BG 17.11: ଯେଉଁ ଯଜ୍ଞ ଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ଦୃଢ଼ ବିଶ୍ୱାସର ସହିତ କୌଣସି ଫଳାସକ୍ତି ନ ରଖି କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦିତ ହୋଇଥାଏ, ତାହା ସ୍ୱାତ୍ତିକ ଗୁଣଯୁକ୍ତ ଅଟେ ।
ଅଫଳାକାଙ୍କ୍ଷିଭିର୍ଯଜେ୍ଞା ବିଧିଦୃଷ୍ଟୋ ଯ ଇଜ୍ୟତେ ।
ଯଷ୍ଟବ୍ୟମେବେତି ମନଃ ସମାଧାୟ ସ ସାତ୍ତ୍ୱିକଃ ।।୧୧।।
ଯେଉଁ ଯଜ୍ଞ ଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ଦୃଢ଼ ବିଶ୍ୱାସର ସହିତ କୌଣସି ଫଳାସକ୍ତି ନ ରଖି କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦିତ ହୋଇଥାଏ, ତାହା ସ୍ୱାତ୍ତିକ ଗୁଣଯୁକ୍ତ ଅଟେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଯଜ୍ଞର ପ୍ରକାର ମଧ୍ୟ ତିନି ଗୁଣ ଅନୁସାରେ ହୋଇଥାଏ । ଶ୍ରୀକୃଷ୍ଣ ସାତ୍ତ୍ୱିକ ଗୁଣଯୁକ୍ତ ଯଜ୍ଞ ବିଷୟରେ ବର୍ଣ୍ଣନା ଆରମ୍ଭ କରିଛନ୍ତି । ଅଫଳ-ଆକାଂକ୍ଷିଭିଃ ଅର୍ଥାତ୍ କୌଣସି ଫଳ ଆଶା ନ ରଖି ଯଜ୍ଞ କରାଯିବା ଉଚିତ । ବିଧି ଦୃଷ୍ଟଃର ଅର୍ଥ ଏହା ଶାସ୍ତ୍ର ନିୟମ ଅନୁଯାୟୀ କରାଯିବା ଆବଶ୍ୟକ । ଯଷ୍ଟବ୍ୟମ୍ ଏବୈତି ର ଅର୍ଥ, ଏହା ଶାସ୍ତ୍ର ନିର୍ଦ୍ଦେଶ ଅନୁସାରେ କେବଳ ଭଗବାନଙ୍କ ପ୍ରତି ଉଦ୍ଦିଷ୍ଟ ହେବା ଉଚିତ୍ । ଏହି ପ୍ରକାର ଯଜ୍ଞର ଅନୁଷ୍ଠାନ ସାତ୍ତ୍ୱିକ ଶ୍ରେଣୀଭୁକ୍ତ ଅଟେ ।