ଅଭିସନ୍ଧାୟ ତୁ ଫଳଂ ଦମ୍ଭାର୍ଥମପି ଚୈବ ଯତ୍ ।
ଇଜ୍ୟତେ ଭରତଶ୍ରେଷ୍ଠ ତଂ ଯଜ୍ଞଂ ବିଦ୍ଧି ରାଜସମ୍ ।।୧୨।।
ଅଭିସନ୍ଧାୟ- ପ୍ରେରିତ ହୋଇ; ତୁ- କିନ୍ତୁ; ଫଳଂ -ଫଳ; ଦମ୍ଭ -କପଟ; ଅର୍ଥର୍ଂ- ଉଦ୍ଦେଶ୍ୟରେ; ଅପି -ମଧ୍ୟ; ଚ -ଏବଂ; ଏବ- ନିଶ୍ଚିତଭାବେ. ଯତ୍- ଯାହା; ଇଜ୍ୟତେ - ପାଳନ କରାଯାଏ; ଭରତଶ୍ରେଷ୍ଠ - ହେ ଭରତଶ୍ରେଷ୍ଠ; ତଂ- ତାହା; ଯଜ୍ଞ- ଯଜ୍ଞଃ; ବିଦ୍ଧି - ଜାଣ; ରାଜସମ୍ - ରାଜସିକ ଅଟେ ।
BG 17.12: ହେ ଭରତଶ୍ରେଷ୍ଠ! ଯେଉଁ ଯଜ୍ଞ ଭୌତିକ ଲାଭ ଆଶାରେ କପଟ ଭାବରେ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ ବୋଲି ଜାଣ ।
ଅଭିସନ୍ଧାୟ ତୁ ଫଳଂ ଦମ୍ଭାର୍ଥମପି ଚୈବ ଯତ୍ ।
ଇଜ୍ୟତେ ଭରତଶ୍ରେଷ୍ଠ ତଂ ଯଜ୍ଞଂ ବିଦ୍ଧି ରାଜସମ୍ ।।୧୨।।
ହେ ଭରତଶ୍ରେଷ୍ଠ! ଯେଉଁ ଯଜ୍ଞ ଭୌତିକ ଲାଭ ଆଶାରେ କପଟ ଭାବରେ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ ବୋଲି ଜାଣ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଯଜ୍ଞ ଯଦି ବହୁ ଆଡ଼ମ୍ବରଯୁକ୍ତ ପ୍ରଦର୍ଶନ ଭାବରେ ସମ୍ପାଦିତ ହୁଏ ଏବଂ ତା’ ପଛରେ କିଛି ସ୍ୱାର୍ଥପର ମନୋଭାବ ରହିଥାଏ; ଯଥା, “ଏହାର ପ୍ରତିବଦଳରେ ମୁଁ କ’ଣ ପାଇବି?”, ତା’ହେଲେ ସେହି ଯଜ୍ଞ ଭଗବାନଙ୍କ ସହ ଏକ ବ୍ୟାପାର ସଦୃଶ ହୋଇଯାଏ । ଶୁଦ୍ଧ ଭକ୍ତି ତାହାହିଁ ଅଟେ, ଯହିଁରେ ପ୍ରତିବଦଳରେ କୌଣସି ଆଶା ନ ଥାଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଜ୍ଞ ଆଡମ୍ବରପୂର୍ଣ୍ଣ ଭାବରେ କରାଯାଇପାରେ, କିନ୍ତୁ ତାହା ଯଦି ପ୍ରତିଷ୍ଠା, ପଦବୀ ବୃଦ୍ଧି ଇତ୍ୟାଦି ଫଳପ୍ରାପ୍ତି ଉଦ୍ଦେଶ୍ୟରେ ହୋଇଥାଏ, ତାହେଲେ ତାହା ରାଜସିକ ଅଟେ ।