Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 17, Verse 14

ଦେବଦ୍ୱିଜଗୁରୁପ୍ରାଜ୍ଞପୂଜନଂ ଶୌଚମାର୍ଜବମ୍ ।
ବ୍ରହ୍ମଚର୍ଯ୍ୟମହିଂସା ଚ ଶାରୀରଂ ତପ ଉଚ୍ୟତେ ।।୧୪।।

ଦେବ- ପରମେଶ୍ୱର; ଦ୍ୱିଜ-ବ୍ରାହ୍ମଣ; ଗୁରୁ -ଆଧ୍ୟାତ୍ମିକ ଗୁରୁ; ପ୍ରାଜ୍ଞ -ପୂଜ୍ୟ ବ୍ୟକ୍ତିଗଣ; ପୂଜନଂ -ଉପାସନା; ଶୌଚଂ -ପବିତ୍ରତା; ଆର୍ଜବମ୍ -ସରଳତା; ବ୍ରହ୍ମଚର୍ଯ୍ୟଂ - ବ୍ରହ୍ମଚର୍ଯ୍ୟ; ଅହିଂସା - ଅହିଂସା; ଚ- ଏବଂ; ଶାରୀରଂ - ଶାରୀରିକ; ତପଃ- ତପସ୍ୟା; ଉଚ୍ୟତେ - କୁହାଯାଏ ।

Translation

BG 17.14: ପରମାତ୍ମା, ବ୍ରାହ୍ମଣ, ଆଧ୍ୟାତ୍ମିକ ଗୁରୁ, ବିଜ୍ଞ ଏବଂ ଗୁରୁଜନ ମାନଙ୍କର ଉପାସନା ଯେତେବେଳେ ପବିତ୍ରତା, ବିନମ୍ରତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା ପୂର୍ବକ କରାଯାଇଥାଏ, ତାହାକୁ ଶାରୀରିକ ତପସ୍ୟା କୁହାଯାଏ ।

Commentary

ତପଃ ଶବ୍ଦର ଅର୍ଥ “ଉତ୍ତପ୍ତ କରିବା” । ଉଦାହରଣ ସ୍ୱରୂପ, ଶୁଦ୍ଧ କରିବା ପ୍ରକ୍ରିୟାରେ ଧାତୁ ସବୁକୁ ଅଗ୍ନି ଉପରେ ରଖି ଉତ୍ତପ୍ତ କରାଯାଏ ଏବଂ ତରଳା ଯାଏ, ଯଦ୍ୱାରା ତହିଁରେ ମିଶିଥିବା ଅଶୁଦ୍ଧ ପଦାର୍ଥ ଉପରକୁ ଉଠିଯିବ ଏବଂ ତାକୁ ସହଜରେ ବାହାର କରାଯାଇପାରିବ । ସୁନାକୁ ଅଗ୍ନିରେ ରଖିବା ଦ୍ୱାରା ତାହାର ଅଶୁଦ୍ଧ ତତ୍ତ୍ୱ ଜଳିଯାଏ ଏବଂ ଉଜ୍ଜ୍ୱଳତା ବୃଦ୍ଧି ପାଏ । ସେହିପରି ବେଦ କହେ; ଅତପ୍ତ ତନୁର୍ନତଦା ମୋଶ୍ନୁତେ (ଋଗ୍‌ବେଦ ୯.୮୩.୧) “ତପସ୍ୟା ଦ୍ୱାରା ଶରୀରକୁ ଶୁଦ୍ଧ ନ କରି, ଜଣେ ଯୋଗର ଅନ୍ତିମ ସୋପାନରେ ପହଞ୍ôଚ ପାରିବ ନାହିଁ ।” ନିଷ୍ଠାପୂର୍ବକ ତପସ୍ୟାର ଅଭ୍ୟାସ କରି, ଜଣେ ନିଜ ଜୀବନକୁ ପାର୍ଥିବ ସ୍ତରରୁ ଦିବ୍ୟତାକୁ ଉତ୍‌ଥାନ ଏବଂ ପରିବର୍ତ୍ତନ କରିପାରିବ । ଏହିପରି ତପସ୍ୟା ମହତ୍ ଉଦ୍ଦେଶ୍ୟରେ ଜଣେ ଆଧ୍ୟାତ୍ମିକ ଗୁରୁ ଏବଂ ଶାସ୍ତ୍ରର ନିର୍ଦ୍ଦେଶ ଅନୁସାରେ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯିବା ଆବଶ୍ୟକ ।

ଶ୍ରୀକୃଷ୍ଣ ବର୍ତ୍ତମାନ ଏହିପରି ତପସ୍ୟାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି - ଶରୀର, ବାଣୀ ଓ ମନର ତପସ୍ୟା ବା ସଂଯମ । ଏହି ଶ୍ଲୋକରେ ସେ ଶରୀରର ତପସ୍ୟା ବିଷୟରେ କହିଛନ୍ତି । ଯେତେବେଳେ ଶରୀର ସାଧୁ ଓ ସନ୍ଥମାନଙ୍କ ସେବାରେ ଉତ୍ସର୍ଗ ହୋଇଥାଏ ଏବଂ ସାଧାରଣତଃ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗ ଏବଂ ବିଶେଷ ଭାବେ ଯୌନ ସମ୍ଭୋଗକୁ ପରିତ୍ୟାଗ କରିଥାଏ, ଏହାକୁ ଶରୀରର ତପସ୍ୟା ରୂପେ ଅଭିହିତ କରାଯାଏ । ଏହିପରି ତପସ୍ୟା ସ୍ୱଚ୍ଛତା, ସରଳତା ଏବଂ ସହୃଦୟତା ପ୍ରତି ଧ୍ୟାନ ଦେଇ ସାବଧାନ ପୂର୍ବକ କରାଯିବା ଉଚିତ । ଏଠାରେ ବ୍ରାହ୍ମଣ ଶବ୍ଦ ଯେଉଁମାନେ ଜନ୍ମତଃ ବ୍ରାହ୍ମଣ ଅଟନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇନାହିଁ, ବରଂ ଯେଉଁମାନେ ସାତ୍ତ୍ୱିକ ଗୁଣର ଅଧିକାରୀ, ସେମାନଙ୍କ ପାଇଁ ବ୍ୟବହାର କରାଯାଇଛି, ଯାହାର ବର୍ଣ୍ଣନା ଶ୍ଲୋକ ୧୮.୪୨ରେ କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
17. ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!