ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍ ।
କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍ ।।୧୮।।
ସତ୍କାରଂ -ସମ୍ମାନ; ମାନ-ଖ୍ୟାତି; ପୂଜା -ପ୍ରଶଂସା; ଅର୍ଥଂ -ଉଦ୍ଦେଶ୍ୟରେ; ତପଃ -ତପସ୍ୟା; ଦମ୍ଭେନ - ଆଡମ୍ବରପୂର୍ଣ୍ଣ ପ୍ରଦର୍ଶନ; ଚ- ମଧ୍ୟ; ଏବ-ନିଶ୍ଚିତରୂପେ; ଯତ୍- ଯାହା; କ୍ରିୟତେ -କରାଯାଏ; ତତ୍-ତାହା; ଇହ -ଏହି ସଂସାରରେ; ପ୍ରୋକ୍ତଂ -କୁହାଯାଏ; ରାଜସଂ- ରାଜସିକ; ଚଳଂ -ଅସ୍ଥିର; ଅଧ୍ରୁବମ୍ - ଅସ୍ଥାୟୀ ।
BG 17.18: ଯଶ, ଖ୍ୟାତି, ପ୍ରଶଂସା ଇତ୍ୟାଦି ପ୍ରାପ୍ତ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ଯେଉଁ ତପସ୍ୟା କରାଯାଏ, ତାହା ରାଜସିକ ଶ୍ରେଣୀଭୁକ୍ତ ଅଟେ । ଏହାର ସମସ୍ତ ଲାଭ ଅସ୍ଥିର ଏବଂ କ୍ଷଣସ୍ଥାୟୀ ଅଟେ ।
ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍ ।
କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍ ।।୧୮।।
ଯଶ, ଖ୍ୟାତି, ପ୍ରଶଂସା ଇତ୍ୟାଦି ପ୍ରାପ୍ତ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ଯେଉଁ ତପସ୍ୟା କରାଯାଏ, ତାହା ରାଜସିକ ଶ୍ରେଣୀଭୁକ୍ତ ଅଟେ । ଏହାର ସମସ୍ତ ଲାଭ ଅସ୍ଥିର …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ମହତ ଉଦ୍ଦେଶ୍ୟରେ ଉପଯୋଗ କରନ୍ତି ନାହିଁ । ଜଣେ ରାଜନୀତିଜ୍ଞ ଅକ୍ଲାନ୍ତ ପରିଶ୍ରମ କରି ଦିନକରେ ଅନେକ ସ୍ଥାନରେ ଭାଷଣ ଦେଇଥାନ୍ତି । ଏହା ଏକ ତପସ୍ୟା ହେଲେ ସୁଦ୍ଧା ଏହାର ଉଦ୍ଦେଶ୍ୟ ପଦବୀ ଓ ସମ୍ମାନ ଲାଭ କରିବା ଅଟେ । ସେହିପରି ଯଦି ଜଣେ ବ୍ୟକ୍ତି ସମ୍ମାନ ଓ ପ୍ରଶଂସା ପାଇବାକୁ ଆଧ୍ୟାତ୍ମିକ କର୍ମରେ ନିୟୋଜିତ ହୁଅନ୍ତି, ତେବେ ମାର୍ଗ ଭିନ୍ନ ହୋଇଥିଲେ ମଧ୍ୟ ଉଦ୍ଦେଶ୍ୟ ସେହି ଭୌତିକ ହିଁ ରହେ । ସମ୍ମାନ, ଶକ୍ତି ବା ଅନ୍ୟ କୌଣସି ଭୌତିକ ପ୍ରାପ୍ତି ଉଦ୍ଦେଶ୍ୟରେ ଯେଉଁ ତପସ୍ୟା କରାଯାଏ, ତାହା ରାଜସିକ ତପସ୍ୟା ଅଟେ ।