ମୂଢ଼ଗ୍ରାହେଣାତ୍ମନୋ ଯତ୍ପୀଡ଼ୟା କ୍ରିୟତେ ତପଃ ।
ପରସ୍ୟୋତ୍ସାଦନାର୍ଥଂ ବା ତତ୍ତାମସମୁଦାହୃତମ୍ ।।୧୯।।
ମୂଢ଼ -ନିର୍ବୋଧ; ଗ୍ରାହେଣ -ଚେଷ୍ଟାକରି; ଆତ୍ମନଃ -ନିଜ ଆତ୍ମାର; ଯତ୍- ଯାହା; ପୀଡ଼ୟା -କଷ୍ଟ ଦେଇ; କ୍ରିୟତେ - କରାଯାଏ; ତପଃ -ତପସ୍ୟା; ପରସ୍ୟ -ଅନ୍ୟର; ଉତ୍ସାଦନାର୍ଥଂ -ହାନି କରି; ବା -କିମ୍ବା; ତତ୍-ତାହା; ତାମସଂ -ତମୋଗୁଣୀ; ଉଦାହୃତମ୍- କୁହାଯାଏ ।
BG 17.19: ଯେଉଁମାନଙ୍କର କୌଣସି ବିଷୟରେ ଧାରଣା ସ୍ପଷ୍ଟ ନ ଥାଏ, ସେମାନେ ନିଜ ଶରୀରକୁ କଷ୍ଟ ଦେଇ ଏବଂ ଅନ୍ୟମାନଙ୍କର ହାନି କରି ଯେଉଁ ତପସ୍ୟା କରିଥାଆନ୍ତି, ତାହାକୁ ତମୋଗୁଣୀ ତପସ୍ୟା କୁହାଯାଏ ।
ମୂଢ଼ଗ୍ରାହେଣାତ୍ମନୋ ଯତ୍ପୀଡ଼ୟା କ୍ରିୟତେ ତପଃ ।
ପରସ୍ୟୋତ୍ସାଦନାର୍ଥଂ ବା ତତ୍ତାମସମୁଦାହୃତମ୍ ।।୧୯।।
ଯେଉଁମାନଙ୍କର କୌଣସି ବିଷୟରେ ଧାରଣା ସ୍ପଷ୍ଟ ନ ଥାଏ, ସେମାନେ ନିଜ ଶରୀରକୁ କଷ୍ଟ ଦେଇ ଏବଂ ଅନ୍ୟମାନଙ୍କର ହାନି କରି ଯେଉଁ ତପସ୍ୟା କରିଥାଆନ୍ତି, ତାହାକୁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ମୂଢ଼ ଗ୍ରାହେଣାତ୍ ଶବ୍ଦ ଏଠାରେ ସେମାନଙ୍କ ଉପଲକ୍ଷ୍ୟରେ କୁହାଯାଇଛି, ଯେଉଁମାନଙ୍କର କୌଣସି ବିଷୟରେ ସ୍ପଷ୍ଟ ଧାରଣା ନ ଥାଏ ଏବଂ ଯେଉଁମାନେ ଶାସ୍ତ୍ରର ନିର୍ଦ୍ଦେଶକୁ ସମ୍ମାନ ନ ଦେଇ, ଶରୀରର କ୍ଷମତା ପ୍ରତି ଦୃଷ୍ଟି ନ ଦେଇ ତପସ୍ୟା ନାମରେ ନିଜ ଶରୀରକୁ ଅତିଶୟ ଯାତନା ଦେବା ସହିତ ଅନ୍ୟକୁ ମଧ୍ୟ ଆଘାତ ଦେଇଥାଆନ୍ତି । ଏପରି ତପସ୍ୟାରୁ କୌଣସି ସୁଫଳ ମିଳି ନ ଥାଏ । ଏହା ଶାରୀରିକ ଚେତନାରେ ସମ୍ପାଦିତ ହୋଇଥାଏ ଏବଂ ବ୍ୟକ୍ତିତ୍ୱର ଅଶିଷ୍ଟତାର ପ୍ରଚାର କରିଥାଏ ।