ଦାତବ୍ୟମିତି ଯଦ୍ଦାନଂ ଦୀୟତେଽନୁପକାରିଣେ ।
ଦେଶେ କାଳେ ଚ ପାତ୍ରେ ଚ ତଦ୍ଦାନଂ ସାତ୍ତ୍ୱିକଂ ସ୍ମୃତମ୍ ।।୨୦।।
ଦାତବ୍ୟମ୍ - ଦାନ ଯୋଗ୍ୟ; ଇତି- ଏହିପରି; ଯତ୍ -ଯାହା; ଦାନଂ -ଦାନ; ଦୀୟତେ - ଦିଆଯାଏ; ଅନୁପକାରିଣେ - ଏପରି ବ୍ୟକ୍ତିଙ୍କୁ ଯିଏ ପ୍ରତିଦାନରେ କିଛି ଦେଇପାରିବେ ନାହିଁ; ଦେଶେ -ଉପଯୁକ୍ତ ସ୍ଥାନରେ; କାଳେ -ଉପଯୁକ୍ତ ସମୟରେ; ଚ-ଏବଂ; ପାତ୍ରେ - ଉପଯୁକ୍ତ ବ୍ୟକ୍ତିକୁ; ଚ-ଏବଂ; ତତ୍- ସେହି; ଦାନଂ -ଦାନ; ସାତ୍ତ୍ୱିକଂ - ସତ୍ତ୍ୱଗୁଣ ବିଶିଷ୍ଟ; ସ୍ମୃତମ୍ - କଥିତ ।
BG 17.20: କୌଣସି ପ୍ରତ୍ୟାଶା ନ ରଖି, କେବଳ ଦାନ କରିବା ଉଚିତ୍ ମନେକରି, ଯୋଗ୍ୟ ବ୍ୟକ୍ତିକୁ ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ସ୍ଥାନରେ ଯେଉଁ ଦାନ ଦିଆଯାଇ ଥାଏ, ତାହାକୁ ସାତ୍ତ୍ୱିକ ଗୁଣଯୁକ୍ତ ଦାନ କୁହାଯାଏ ।
ଦାତବ୍ୟମିତି ଯଦ୍ଦାନଂ ଦୀୟତେଽନୁପକାରିଣେ ।
ଦେଶେ କାଳେ ଚ ପାତ୍ରେ ଚ ତଦ୍ଦାନଂ ସାତ୍ତ୍ୱିକଂ ସ୍ମୃତମ୍ ।।୨୦।।
କୌଣସି ପ୍ରତ୍ୟାଶା ନ ରଖି, କେବଳ ଦାନ କରିବା ଉଚିତ୍ ମନେକରି, ଯୋଗ୍ୟ ବ୍ୟକ୍ତିକୁ ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ସ୍ଥାନରେ ଯେଉଁ ଦାନ ଦିଆଯାଇ ଥାଏ, …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ବର୍ତ୍ତମାନ ତିନି ପ୍ରକାରର ଦାନ ବିଷୟରେ ବର୍ଣ୍ଣନା କରାଯାଉଛି । ନିଜର ସାଧ୍ୟ ଅନୁସାରେ ଦାନ ଦେବା ଏକ କର୍ତ୍ତବ୍ୟ ଅଟେ । ଭବିଷ୍ୟ ପୁରାଣ କହେ: “ଦାନମେକଂ କଳୌ ଯୁଗେ” “କଳିଯୁଗରେ ଶୁଦ୍ଧିକରଣର ମାଧ୍ୟମ ଦାନ ଅଟେ ।” ରାମାୟଣ ମଧ୍ୟ ଏହା କହେ:
ପ୍ରଗଟ ଚାରି ପଦ ଧର୍ମ କେ କଳି ମହୁଁ ଏକ ପ୍ରଧାନ
ଯେନ କେନ ବିଧି ଦିହ୍ନେଁ ଦାନ କରଇ କଲ୍ୟାନ ।
“ଧର୍ମର ଚାରୋଟି ମୂଳ ସିଦ୍ଧାନ୍ତ ଅଛି, ତନ୍ମଧ୍ୟରୁ କଳିଯୁଗରେ ସର୍ବଶ୍ରେଷ୍ଠ ହେଉଛି - ଯେ କୌଣସି ଉପାୟରେ ଦାନ କର ।” ଦାନ ଅନେକ ଲାଭ ପ୍ରଦାନ କରେ । ଏହା ଭୌତିକ ବସ୍ତୁ ପ୍ରତି ଦାତାଙ୍କର ଆସକ୍ତିକୁ କମ୍ କରେ, ସେବା ମନୋଭାବ ବୃଦ୍ଧି କରେ, ହୃଦୟକୁ ବିଶାଳ କରେ ତଥା ଅନ୍ୟମାନଙ୍କ ପ୍ରତି ଦୟାଭାବ ଉତ୍ପନ୍ନ କରାଏ । ତେଣୁ ଅଧିକାଂଶ ଧାର୍ମିକ ପରମ୍ପରା ନିଜ ଉପାର୍ଜନର ଏକ ଦଶମାଂଶ ଦାନ ରୂପେ ଦେବାର ଶାସ୍ତ୍ର ନିୟମ ପାଳନ କରନ୍ତି । ସ୍କନ୍ଧ ପୁରାଣ କହେ:
ନ୍ୟାୟୋପାର୍ଜିତ ବିତ୍ତସ୍ୟ ଦଶମାଂଶେନ ଧୀମତଃ
କର୍ତ୍ତବ୍ୟୋ ବିନିଯୋଗଶ୍ଚ ଈଶ୍ୱରପ୍ରୀତ୍ୟର୍ଥମେବ ଚ ।
“ତୁମେ ସତ୍ ଉପାୟରେ ଉପାର୍ଜନ କରିଥିବା ଧନରୁ ଏକ ଦଶମାଂଶ କାଢ଼ି ନେଇ କର୍ତ୍ତବ୍ୟ ସ୍ୱରୂପ ଦାନ କର । ତୁମ ଦାନକୁ ଭଗବାନଙ୍କ ସୁଖ ନିମିତ୍ତ ଉତ୍ସର୍ଗ କର ।” ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଦର୍ଶାଇଥିବା ନିୟୋଗ ଅନୁସାରେ ଦାନକୁ ଉଚିତ ବା ଅନୁଚିତ, ଶ୍ରେଷ୍ଠ ବା ନିକୃଷ୍ଟ ଭାବରେ ବିଭକ୍ତ କରାଯାଇଥାଏ । ଯେତେବେଳେ ଏହା ହୃଦୟର ସହିତ ଯୋଗ୍ୟ ବ୍ୟକ୍ତିକୁ ଉପଯୁକ୍ତ ସମୟ ଏବଂ ଉପଯୁକ୍ତ ସ୍ଥାନରେ ପ୍ରଦାନ କରାଯାଇ ଥାଏ, ଏହାକୁ ସତ୍ତ୍ୱଗୁଣର ମର୍ଯ୍ୟାଦା ଦିଆଯାଏ ।